ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତ ସେୟାର କରିଛନ୍ତି, ଯାହା ଏକ ପ୍ରଗତିଶୀଳ ରାଷ୍ଟ୍ରର ଶକ୍ତି ଓ ସାମର୍ଥ୍ୟର ମୂଳଦୁଆ ଉପରେ ଆଲୋକପାତ କରେ

ପୋଷ୍ଟ କରାଯିବା ଦିନାଙ୍କ: 11 NOV 2026 8:39AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତ ସେୟାର କରିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ଏକ ପ୍ରଗତିଶୀଳ ରାଷ୍ଟ୍ରର ଶକ୍ତି ଓ ସାମର୍ଥ୍ୟ ତପସ୍ୟା, ଧାର୍ମିକ ଆଚରଣ ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ଥିବା ଆକାଂକ୍ଷା ଉପରେ ଆଧାରିତ ହୋଇଥାଏ। 

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି; 

‘‘ଭଦ୍ରମିଚ୍ଛନ୍ତ ଋଷୟଃ ସର୍ବିଦସ୍ତପୋ ଦୀକ୍ଷାମୁପନିଷେଦୁରଗ୍ରେ ।

ତତୋ ରାଷ୍ଟ୍ରଂ ବଲମୋଜଶ୍ଚ ଜାତଂ ତଦସ୍ମୋ ଦେବା ଉପସନ୍ନମନ୍ତୁ ।।’’

ଯେଉଁ ଋଷିମାନେ ସମସ୍ତଙ୍କର କଲ୍ୟାଣ କାମନା କରୁଥିଲେ ଏବଂ ସ୍ୱର୍ଗଲୋକ ବିଷୟରେ ଜ୍ଞାନ ରଖୁଥିଲେ, ସେମାନେ ପ୍ରଥମେ ତପସ୍ୟା ଓ ଧାର୍ମିକ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିଥିଲେ। ଏହି ତପସ୍ୟା ଓ ଅନୁଷ୍ଠାନ ମାଧ୍ୟମରେ ହିଁ ରାଷ୍ଟ୍ର, ଶକ୍ତି ଓ ସାମର୍ଥ୍ୟର ଆବିର୍ଭାବ ହୋଇଥିଲା। ସମସ୍ତ ଦେବତା ଏପରି ଏକ ପ୍ରଗତିଶୀଳ ରାଷ୍ଟ୍ର ଏବଂ ଏହାର ଶକ୍ତିକୁ ସମ୍ମାନ ଜଣାନ୍ତି।

HS

 

 


(ରିଲିଜ ଆଡି: 2336114) ପରିଦର୍ଶକ କାଉଣ୍ଟର : 8