ପୋଷ୍ଟ କରାଯିବା ଦିନାଙ୍କ:
25 SEP 2026 11:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କମଲଜିତ୍ ଏବଂ ସୁରୁଚି ଇନ୍ଦର ସିଂହଙ୍କୁ ଏସିଆନ ଗେମ୍ସର ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ନୂତନ ଏସୀୟ ରେକର୍ଡ ସ୍ଥାପନ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେମାନଙ୍କର ଦୃଢ଼ ନିଷ୍ପତ୍ତି ଦେଶ ପାଇଁ ବହିତ ଗୌରବ ଆଣିଦେଇଛି। ଶ୍ରୀ ମୋଦୀ ସେମାନଙ୍କୁ ଆଗାମୀ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ।
X ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୋଷ୍ଟ କରିଛି :
"ଏକ ନୂତନ ଏସୀୟ ରେକର୍ଡ ସହିତ ଏକ ଉତ୍କୃଷ୍ଟ ପ୍ରଦର୍ଶନ!
ଏସିଆନ ଗେମ୍ସରେ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ କମଲଜିତ ଏବଂ ସୁରୁଚି ଇନ୍ଦର ସିଂହଙ୍କୁ ଅଭିନନ୍ଦନ। ସେମାନଙ୍କର ଦୃଢ଼ ସଂକଳ୍ପ ଦେଶ ପାଇଁ ଅତ୍ୟନ୍ତ ଗର୍ବ ଆଣିଛି। ଆଗାମୀ ଯାତ୍ରା ପାଇଁ ଶୁଭକାମନା: ପ୍ରଧାନମନ୍ତ୍ରୀ @narendramodi"
****
SSP