ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଗୁଜରାଟର ଆଇନ ଶୃଙ୍ଖଳା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା କଲେ ଶ୍ରୀ ଅମିତ ଶାହ


ସୀମା ଓ ଉପକୂଳ ସୁରକ୍ଷା ସୁଦୃଢ଼ କରିବା ସହ ସାଇବର ଅପରାଧ ନିୟନ୍ତ୍ରଣ ଉପରେ ଗୃହମନ୍ତ୍ରୀଙ୍କ ଗୁରୁତ୍ୱ

୨,୩୪୦ କିମି ଦୀର୍ଘ ଗୁଜରାଟ ଉପକୂଳର ସୁରକ୍ଷା ଓ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ

ପୋଷ୍ଟ କରାଯିବା ଦିନାଙ୍କ: 07 NOV 2026 7:41PM by PIB Bhubaneswar

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଅହମ୍ମଦାବାଦରେ ଏକ ଉଚ୍ଚସ୍ତରୀୟ ବୈଠକରେ ଗୁଜରାଟର ଆଇନ ଶୃଙ୍ଖଳା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଏହି ବୈଠକରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ସଂଘବୀ, କେନ୍ଦ୍ର ଗୃହ ସଚିବ, ଗୃହ ମନ୍ତ୍ରଣାଳୟ ଏବଂ ଅଧୀନସ୍ଥ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଏବଂ ରାଜ୍ୟ ଗୃହ ବିଭାଗ ତଥା ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ସୀମା ଏବଂ ଉପକୂଳ ସୁରକ୍ଷା, ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା, ନିଶାଦ୍ରବ୍ୟ କାରବାର, ସାଇବର ଅପରାଧ, ଆତଙ୍କବାଦ, ବେଆଇନ ପ୍ରବାସୀ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ଗୁଜୁରାଟର ପ୍ରାୟ ୨୩୪୦ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାକିସ୍ତାନ ସହିତ ଅନ୍ତର୍ଜାତୀୟ ସୀମାକୁ ଦୃଷ୍ଟିରେ ରଖି ସୀମା ଏବଂ ଉପକୂଳ ନିରୀକ୍ଷଣକୁ ସୁଦୃଢ଼ କରିବା ଏବଂ ସୀମା ସୁରକ୍ଷା ବାହିନୀ (ବି.ଏସ୍.ଏଫ୍.), ରାଜ୍ୟ ପୋଲିସ, ତଟରକ୍ଷୀ ବାହିନୀ ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ସୁନିଶ୍ଚିତ କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ଅମିତ ଶାହ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାରେ ଗୁଜରାଟର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ରାଜ୍ୟ ୬୦ ଦିନ ମଧ୍ୟରେ ୯୨ ପ୍ରତିଶତ ଏବଂ ୯୦ ଦିନ ମଧ୍ୟରେ ୮୬ ପ୍ରତିଶତ ଚାର୍ଜସିଟ୍ ଦାଖଲ କରିଛି। ୨୫,୦୦୦ ଠାରୁ ଅଧିକ ବିଚାରାଧୀନ ଫୋରେନସିକ୍ ମାମଲାଗୁଡ଼ିକର ସମାଧାନ ପାଇଁ ଗୃହମନ୍ତ୍ରୀ ସ୍ୱତନ୍ତ୍ର ଅଭିଯାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ କେବଳ କ୍ଷୁଦ୍ର ଚୋରା ଚାଲାଣକାରୀଙ୍କ ମଧ୍ୟରେ ସୀମିତ ନ ରହି ସମଗ୍ର ନିଶାଦ୍ରବ୍ୟ ନେଟୱାର୍କ ଏବଂ ଏହାର ମୁଖ୍ୟ ମୁଖ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ବେଆଇନ ସମ୍ପତ୍ତି ଜବତ କରିବା ପାଇଁ ଆର୍ଥିକ ତଦନ୍ତକୁ ପ୍ରାଥମିକତା ଦିଆଯିବା ଉଚିତ।

ସାଇବର ଅପରାଧର ମୁକାବିଲା ପାଇଁ ଏସ୍୪ସି ଏବଂ ୧୯୩୦ ହେଲ୍ପଲାଇନ୍‌ର କ୍ଷମତା ବୃଦ୍ଧି, ଆତଙ୍କବାଦ ବିରୋଧୀ ଏଜେନ୍ସିଗୁଡ଼ିକୁ ସୁଦୃଢ଼ କରିବା ସହ ବେଆଇନ ବିଦେଶୀ ନାଗରିକଙ୍କ ଚିହ୍ନଟ ଏବଂ ନିୟମ ଅନୁଯାୟୀ ଦେଶରୁ ନିଷ୍କାସନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଶ୍ରୀ ଶାହ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ଅଭିଯାନ ଜରିଆରେ ୨,୪୧୨ ଜଣ ବେଆଇନ ବିଦେଶୀ ନାଗରିକଙ୍କୁ ଦେଶରୁ ନିଷ୍କାସନ କରାଯାଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନିରାପତ୍ତା, ଅହମ୍ମଦାବାଦ ସହରାଞ୍ଚଳ ବନ୍ୟା ପରିଚାଳନା ପ୍ରକଳ୍ପ ଏବଂ ଶତ୍ରୁ ସମ୍ପତ୍ତିର ସର୍ଭେ ଏବଂ ନିଷ୍ପତିକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ବୈଠକ ଶେଷରେ ଶ୍ରୀ ଶାହ ସମସ୍ତ କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନ୍ସିମାନଙ୍କୁ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରିବାକୁ ଏବଂ ନିର୍ଦ୍ଧାରିତ ଲକ୍ଷ୍ୟଗୁଡ଼ିକର ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ନିରାପଦ, ବିକଶିତ ଏବଂ ନିଶାମୁକ୍ତ ଗୁଜରାଟ ଜରିଆରେ ଏକ ନିରାପଦ ଭାରତ ନିର୍ମାଣ କରିବା ଲାଗି ସଙ୍କଳ୍ପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

HS


(ରିଲିଜ ଆଡି: 2334056) ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Gujarati