ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ହୋକାତୋ ହୋତୋଝେ ସେମାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 OCT 2026 9:54PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ ୨୦୨୬ର ପୁରୁଷ ଶଟ୍ ପୁଟ ଏଫ୫୬/ଏଫ୫୭ ଇଭେଣ୍ଟରେ ଏକ ଚମତ୍କାର ଥ୍ରୋ ସହ ବ୍ରୋଞ୍ଜ ପଦକ ଜିତିଥିବାରୁ ହୋକାତୋ ହୋତୋଝେ ସେମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଗତ ଥର ତୁଳନାରେ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ସେ ଅତ୍ୟନ୍ତ ଉତ୍ସାହ ଓ ନିଷ୍ଠା ପ୍ରଦର୍ଶନ କରିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଭବିଷ୍ୟତରେ ମଧ୍ୟ ଭାରତକୁ ଗର୍ବିତ କରୁଥାନ୍ତୁ ବୋଲି କାମନା କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;

“ହୋକାତୋ ହୋତୋଝେ ସେମା ଏସୀୟ ପାରା ଗେମ୍ସ ୨୦୨୬ ପୁରୁଷ ଶଟ୍ ପୁଟ୍ ଏଫ୍‌୫୬/ଏଫ୫୭ ଇଭେଣ୍ଟରେ ଏକ ଚମତ୍କାର ଥ୍ରୋ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗତ ଥର ତୁଳନାରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ସେ ଅତ୍ୟନ୍ତ ଉତ୍ସାହ ଓ ସମର୍ପଣ ପ୍ରଦର୍ଶନ କରିଛନ୍ତି । ତାଙ୍କୁ ଅଭିନନ୍ଦନ । ସେ ଭବିଷ୍ୟତରେ ମଧ୍ୟ ଏହିପରି ଭାବରେ ଭାରତକୁ ଗର୍ବିତ କରୁଥାନ୍ତୁ : PM @narendramodi"

 

 

SR


(ରିଲିଜ ଆଡି: 2326397) ପରିଦର୍ଶକ କାଉଣ୍ଟର : 6