ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାନ ବ୍ୟକ୍ତିମାନଙ୍କ ଚିରସ୍ଥାୟୀ କୃତଜ୍ଞତା ଓ ପରୋପକାରୀ ମନୋଭାବ ଦର୍ଶାଉଥିବା ଏକ ସଂସ୍କୃତ ସୁଭାଷିତମ୍ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 OCT 2026 11:13AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତମ୍ ଶେୟାର କରିଛନ୍ତି । ଯେଉଁଥିରେ ନଡ଼ିଆ ଗଛ ଏବଂ ପରୋପକାରୀ ବ୍ୟକ୍ତିଙ୍କ ମଧ୍ୟରେ ସମାନତାର ଭାବନାକୁ ଦର୍ଶାଇବା ସହ ଜୀବନବ୍ୟାପୀ କୃତଜ୍ଞତା ଏବଂ ନିସ୍ୱାର୍ଥପର ସେବାର ଗୁଣଗୁଡିକୁ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି;

"प्रथमवयसि पीतं तोयमल्पं स्मरन्तः शिरसि निहितभारा नारिकेला नराणाम्।

ददति जलमनल्पास्वादमाजीवितान्तं न हि कृतमुपकारं साधवो विस्मरन्ति॥"

ଯେପରି ନଡ଼ିଆ ଗଛ ନିଜ ଜୀବନସାରା ଅଳ୍ପ ପରିମାଣର ପାଣିକୁ ସଞ୍ଚୟ କରି ରଖିଥାଏ, ଯାହା ସେ ନିଜର ପ୍ରାରମ୍ଭିକ ଅବସ୍ଥାରେ ପାଇଥିଲା ଏବଂ ନିଜ ମସ୍ତକରେ ଭାରୀ ବୋଝ ବହନ କରିଥିଲେ ମଧ୍ୟ ମାନବଜାତିକୁ ମିଠା ପାଣି ଯୋଗାଇ ଚାଲିଥାଏ, ଠିକ୍ ସେହିପରି, ସତ୍ୟନିଷ୍ଠ ପରୋପକାରୀ ବ୍ୟକ୍ତି, ବିଶେଷକରି ବଳିଦାନ ଦେଉଥିବା ମହାପୁରୁଷମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ, ନିଜ ପ୍ରତି କରାଯାଇଥିବା ଉପକାରକୁ କେବେହେଲେ ଭୁଲନ୍ତି ନାହିଁ । ସେମାନଙ୍କ ତ୍ୟାଗ, କଠୋର ସାଧନା ଓ ନିଷ୍ଠା ପ୍ରତି ଗଭୀର କୃତଜ୍ଞତା ଭାବ ପୋଷଣ କରି, ଏହି ମହାନ ବ୍ୟକ୍ତିମାନେ ନିଜ ଜୀବନକୁ ସେହି ମହାପୁରୁଷମାନଙ୍କ ଆଦର୍ଶ ଅନୁରୂପ ଗଢ଼ି ତୋଳନ୍ତି ଏବଂ ନିଜର କାର୍ଯ୍ୟ ତଥା ନିଃସ୍ୱାର୍ଥପର ସେବା ମାଧ୍ୟମରେ ସେହି ଉପକାର ପାଇଁ ସର୍ବଦା କୃତଜ୍ଞ ରୁହନ୍ତି ।

 

SR


(ରିଲିଜ ଆଡି: 2326396) ପରିଦର୍ଶକ କାଉଣ୍ଟର : 7