ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 8:23AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋଲିସ୍ ସ୍ମୃତି ଦିବସ ଅବସରରେ ସମସ୍ତ ପୋଲିସ୍ କର୍ମଚାରୀଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଇନ୍ ଶୃଙ୍ଖଳା ରକ୍ଷା କରିବା, ଅପରାଧ ମୁକାବିଲା କରିବା, ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ଏବଂ ଅତ୍ୟନ୍ତ କଠିନ ପରିସ୍ଥିତିରେ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ସେମାନଙ୍କର ଅମୂଲ୍ୟ ଅବଦାନକୁ ସେ ପ୍ରଶଂସା କରିଛନ୍ତି ।
କର୍ତ୍ତବ୍ୟ ସମ୍ପାଦନ ସମୟରେ ନିଜ ଜୀବନ ଉତ୍ସର୍ଗ କରିଥିବା ବୀର ପୋଲିସ କର୍ମଚାରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ କହିଛନ୍ତି ଯେ, ସେମାନଙ୍କର ସାହସ, ଅବିଚଳିତ ନିଷ୍ଠା ଏବଂ ସର୍ବୋଚ୍ଚ ବଳିଦାନ ଦେଶର ସ୍ମୃତିରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;
“ପୋଲିସ ସ୍ମୃତି ଦିବସ ହେଉଛି ଆମ ପୋଲିସ କର୍ମଚାରୀଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇବାର ଏକ ଅବସର, ଯେଉଁମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମଧ୍ୟ ଅସାଧାରଣ ନିଷ୍ଠାର ସହ ସେବା ପ୍ରଦାନ କରନ୍ତି । ଆଇନ ଶୃଙ୍ଖଳା ରକ୍ଷା କରିବାଠାରୁ ଆରମ୍ଭ କରି ଅପରାଧ ମୁକାବିଲା କରିବା, ଜରୁରୀକାଳୀନ ପରିସ୍ଥିତିରେ ସହାୟତା ଯୋଗାଇବା ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ସେମାନଙ୍କର ଯୋଗଦାନ ଅମୂଲ୍ୟ ଅଟେ ।
ଆମେ ସେହି ବୀର ପୋଲିସ୍ କର୍ମଚାରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ, ଯେଉଁମାନେ କର୍ତ୍ତବ୍ୟ ପଥରେ ନିଜ ଜୀବନ ବଳି ଦେଇଛନ୍ତି । ସେମାନଙ୍କର ସାହସ ଅବିଚଳିତ ନିଷ୍ଠା ଏବଂ ସର୍ବୋଚ୍ଚ ବଳିଦାନ ଆମ ଦେଶର ସ୍ମୃତିରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ ।”
SR