ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା କ୍ରୀଡ଼ା-୨୦୨୬ର ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ-୧ ବର୍ଗରେ ରୌପ୍ୟ ପଦକ ବିଜୟୀ ଅବନୀ ଲେଖାରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 10:11AM by PIB Bhubaneswar
ଏସୀୟ ପାରା କ୍ରୀଡ଼ା-୨୦୨୬ର ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ-୧ ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଥିବା ଅବନୀ ଲେଖାରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ ତାଙ୍କର ଉଲ୍ଲେଖନୀୟ ସ୍କୋର, ନିରନ୍ତରତା ଏବଂ ଦୃଢ଼ ସଂକଳ୍ପର ପ୍ରଶଂସା କରିବା ସହ କହିଛନ୍ତି, ତାଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି । ଭବିଷ୍ୟତର ପ୍ରଚେଷ୍ଟା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି;
“ଅବନୀ ଲେଖାରା @AvaniLekhra ଙ୍କ ପାଇଁ ଏକ ଚମକ୍ରାର ରୌପ୍ୟ ପଦକ!
ଏସୀୟ ପାରା କ୍ରୀଡ଼ା-୨୦୨୬ର ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ-୧ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ତାଙ୍କର ନିରନ୍ତର ପ୍ରଦର୍ଶନ ଏବଂ ଦୃଢ଼ ସଂକଳ୍ପ ଦେଶକୁ ଗର୍ବିତ କରିଚାଲିଛି । ତାଙ୍କ ଭବିଷ୍ୟତର ସଫଳତା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି: ପ୍ରଧାନମନ୍ତ୍ରୀ @narendramodi”`
SR
(ରିଲିଜ ଆଡି: 2325688)
ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ :
Urdu
,
English
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam