ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସରକାରଙ୍କ ମୁଖ୍ୟ ଭାବରେ ରାଷ୍ଟ୍ରସେବାର ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ପାଇଁ ସର୍ବିଆର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ବୁସିକ୍ଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 OCT 2026 9:10PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବିଆର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ବୁସିକ୍ଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ-ସର୍ବିଆ ଭାଗୀଦାରୀକୁ ସୁଦୃଢ଼ କରିବାରେ ସର୍ବିଆର ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଅବଦାନକୁ ସେ ବେଶ୍ ପ୍ରଶଂସା କରନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଆପଣଙ୍କ ଆନ୍ତରିକ ଶବ୍ଦ ଏବଂ ବନ୍ଧୁତା ପାଇଁ ଧନ୍ୟବାଦ ।
ଭାରତ-ସର୍ବିଆ ଭାଗୀଦାରୀକୁ ସୁଦୃଢ଼ କରିବାରେ ଆପଣଙ୍କର ବ୍ୟକ୍ତିଗତ ଅବଦାନକୁ ମୁଁ ଖୁବ୍ ପ୍ରଶଂସା କରେ ।
ଆପଣଙ୍କ ନେତୃତ୍ୱରେ ସର୍ବିଆରେ ଅସାଧାରଣ ପରିବର୍ତ୍ତନ ଆସିଛି । ଆପଣ ଦୃଢ଼ ସଂକଳ୍ପ ଓ ନିଷ୍ଠା ସହ ସର୍ବିଆର ସେବା କରିଛନ୍ତି ।
ମୁଁ ଭାରତ-ସର୍ବିଆ ଭାଗୀଦାରୀକୁ ଆହୁରି ଉଚ୍ଚ ସ୍ତରକୁ ନେବା ପାଇଁ ଆଶାବାଦୀ ରହିଛି ।”
@avucic
SR
(ରିଲିଜ ଆଡି: 2321139)
ପରିଦର୍ଶକ କାଉଣ୍ଟର : 2
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam