ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫଳାଫଳ ତାଲିକା: ସ୍ୱିସ୍ ସଂଘୀୟ ପରିଷଦର ଅଧ୍ୟକ୍ଷଙ୍କ ଭାରତ ଗସ୍ତ

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2026 3:14PM by PIB Bhubaneswar

(କ). ବୁଝାମଣାପତ୍ର / ଆଗ୍ରହ ପତ୍ର / ଚୁକ୍ତିନାମା

କ୍ରମିକ ସଂଖ୍ୟା

ଆଶା କରାଯାଉଥିବା ଫଳାଫଳ

ବିବରଣୀ

୧.

ସ୍ଥାନାନ୍ତରଣ ଏବଂ ଗତିଶୀଳତା ଭାଗୀଦାରୀ ଉପରେ ବୁଝାମଣାପତ୍ର

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ସମାନ ବ୍ୟବହାର ନୀତି ଆଧାରରେ ସ୍ଥାନାନ୍ତରଣ ଓ ଗତିଶୀଳତା କ୍ଷେତ୍ରରେ ସହଯୋଗ ବିକାଶ କରିବା ଏବଂ ଜାତୀୟ ଆଇନ୍ ଅନୁଯାୟୀ ଅନିୟମିତ ସ୍ଥାନାନ୍ତରଣ, ମାନବ ଶୋଷଣ ତଥା ମାନବ ଚାଲାଣକୁ ରୋକିବା ଓ ମୁକାବିଲା କରିବା। ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ‘ମଲ୍ଟିପଲ୍‌-ଏଣ୍ଟ୍ରି’(ଏକାଧିକ ଥର ପ୍ରବେଶ ଅନୁମତି) ଭିସା, ଯେଉଁଥିରେ ପ୍ରତ୍ୟେକ ଯାତ୍ରା ସମୟରେ ୬ ମାସ ପର୍ଯ୍ୟନ୍ତ ରହିବାର ସୁବିଧା ରହିଛି ଏବଂ ନବୀକରଣଯୋଗ୍ୟ ୧ବର୍ଷିଆ ଛାତ୍ର ଅନୁମତି ପତ୍ରର ବ୍ୟବସ୍ଥା ରହିଛି ।

୨.

ଯୁବ ବୃତ୍ତିଜୀବୀ (ୱାଇପିଏସ୍‌)ଙ୍କ ଆଦାନପ୍ରଦାନ ସମ୍ବନ୍ଧୀୟ ଚୁକ୍ତିନାମା

ଏହି ଚୁକ୍ତିନାମାର ଲକ୍ଷ୍ୟ ହେଉଛି ଅନ୍ୟ ଦେଶରେ ଅସ୍ଥାୟୀ ନିଯୁକ୍ତି ଗ୍ରହଣ କରୁଥିବା ଯୁବ ବୃତ୍ତିଜୀବୀମାନଙ୍କର ଆଦାନପ୍ରଦାନ ପ୍ରକ୍ରିୟାକୁ ପରିଚାଳନା କରିବା, ଯାହା ଦ୍ୱାରା ସେମାନେ ନିଜ କ୍ଷେତ୍ରରେ ବୃତ୍ତିଗତ ଓ ଭାଷାଗତ ଦକ୍ଷତା ବୃଦ୍ଧି କରିପାରିବେ । ୱାଇପିଏସ୍ ଅଧୀନରେ ପ୍ରତ୍ୟେକ ଦେଶରୁ ବାର୍ଷିକ ୩୦୦ ଜଣ ବ୍ୟକ୍ତିଙ୍କ ଆଦାନପ୍ରଦାନର ବ୍ୟବସ୍ଥା ରହିଛି (ଯାହା ପରବର୍ତ୍ତୀ ସମୟରେ ୫୦୦କୁ ବୃଦ୍ଧି କରାଯାଇପାରେ) ଏବଂ ଏଥିରେ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ନାଗରିକତ୍ୱ ତଥା ବାସସ୍ଥାନ ସ୍ଥିତି ଯାଞ୍ଚ ପାଇଁ ୩୦/୯୦ ଦିନର ସମୟସୀମା ନିର୍ଦ୍ଧାରଣ କରାଯାଇଛି ।

୩.

ସଂଘୀୟ ଅର୍ଥନୈତିକ ବ୍ୟାପାର, ଶିକ୍ଷା ଏବଂ ଗବେଷଣା ବିଭାଗ ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟରେ ଚିହ୍ନଟ କ୍ଷେତ୍ରରେ ପରିବହନ ପ୍ରଯୁକ୍ତିବିଦ୍ୟା, ଗତିଶୀଳତା ପ୍ରଣାଳୀ ଏବଂ ଭିତ୍ତିଭୂମି ଉପରେ ପ୍ରୋତ୍ସାହନ ତଥା ସହଯୋଗ ପାଇଁ ବୁଝାମଣାପତ୍ର

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଭିତ୍ତିଭୂମି ବିକାଶରେ ସହଯୋଗକୁ ପ୍ରୋତ୍ସାହିତ କରିବା, ଯାହାର ଲକ୍ଷ୍ୟ ହେଉଛି ବୈଦ୍ୟୁତିକ ଯାନବାହନ, ରୋପୱେ, ବୃତ୍ତାକାର ଅର୍ଥନୀତି, ସୁଡଙ୍ଗ ଏବଂ ଅନ୍ୟାନ୍ୟ ପରିବହନ କ୍ଷେତ୍ର ଭଳି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତଭୂମିକୁ ଉନ୍ନତ କରି ପରିବହନ ଏବଂ ଗତିଶୀଳତା ପ୍ରଣାଳୀ ଉପରେ ଧ୍ୟାନ ଦିଆଯିବ।

୪.

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍‌ଟି) ଏବଂ ସ୍ୱିସ୍ ନ୍ୟାଶନାଲ ସାଇନ୍ସ ଫାଉଣ୍ଡେସନ୍ (ଏସ୍‌ଏନ୍‌ଏସ୍‌ଏଫ୍‌) ମଧ୍ୟରେ ଆଗ୍ରହ ପତ୍ର (ଏଲ୍‌ଓଆଇ)

ଏଲ୍‌ଓଆଇର ଲକ୍ଷ୍ୟ ହେଉଛି ଅନୁସନ୍ଧାନମୂଳକ ବୈଜ୍ଞାନିକ ସହଯୋଗକୁ ସମର୍ଥନ କରି, ଭବିଷ୍ୟତର ମିଳିତ ଗବେଷଣା ପାଇଁ ସହଭାଗୀତା ନିର୍ମାଣ କରି ଏବଂ ପାରସ୍ପରିକ ସହମତ ପ୍ରାଥମିକତା କ୍ଷେତ୍ରଗୁଡିକରେ ଦୀର୍ଘକାଳୀନ ପଦକ୍ଷେପଗୁଡିକୁ ବଜାୟ ରଖିବା ପାଇଁ ଏକ ବ୍ୟାପକ ଢ଼ାଞ୍ଚା ପ୍ରତିଷ୍ଠା କରି ଭାରତୀୟ ଏବଂ ସ୍ୱିସ୍ ଗବେଷଣା ସମ୍ପ୍ରଦାୟ ମଧ୍ୟରେ ଦୀର୍ଘକାଳୀନ ସହଯୋଗକୁ ପ୍ରୋତ୍ସାହିତ କରିବା ।

୫.

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍‌ଟି) ଏବଂ ଜୁରିକ୍ ୟୁନିଭର୍‌ସିଟି ଅଫ୍ ଆପ୍ଲାଏଡ୍ ସାଇନ୍ସ ମଧ୍ୟରେ ନବାଚାର, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ଉଦ୍ୟୋଗିତାରେ ସହଯୋଗ ପାଇଁ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା (ଆଇଏ)

ଆଇଏର ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ବିନିମୟ, ମିଳିତ କର୍ମଶାଳା, ଦକ୍ଷତା ନିର୍ମାଣ ଏବଂ ନେଟୱାର୍କିଂ ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟ ଷ୍ଟାର୍ଟଅପ୍ ପାଇଁ ଇଣ୍ଡିଆ-ସ୍ୱିସ୍ ଏକାଡେମିଆ-ଇଣ୍ଡଷ୍ଟ୍ରି ଟ୍ରେନିଂ (ଏଆଇଟି ଇଣ୍ଡିଆ) କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ନବାଚାର, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ଉଦ୍ୟୋଗିତାରେ ଦ୍ୱିପାକ୍ଷିକ ସହଯୋଗ ସ୍ଥାପନ କରିବା ।

 

(ଖ). ଘୋଷଣା

କ୍ରମିକ ସଂଖ୍ୟା

ଘୋଷଣା

୧.

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ‘ଇଣ୍ଡୋ-ସ୍ୱିସ୍ ରିସର୍ଚ୍ଚ ଫ୍ଲାଗସିପ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନ

 

SR


(ରିଲିଜ ଆଡି: 2319379) ପରିଦର୍ଶକ କାଉଣ୍ଟର : 6