ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:48AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାଦାୟୀ ‘ଜୟ ଜଗତ’ ଆହ୍ୱାନ ସମସ୍ତ ସୀମାକୁ ଅତିକ୍ରମ କରି ମାନବତାକୁ ସର୍ବୋପରି ସ୍ଥାନ ଦେଇଥିଲା।

 

ଶ୍ରୀ ମୋଦୀ କହିଛନ୍ତି ଯେ, ବିଭିନ୍ନ ପ୍ରୟାସ ମାଧ୍ୟମରେ ଆଚାର୍ଯ୍ୟ ବିନୋବା ଭାବେ ସମସ୍ତଙ୍କ କଲ୍ୟାଣ ଓ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିଥିଲେ।

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମାନତା, ମର୍ଯ୍ୟାଦା ଓ ସେବା ପ୍ରତି ତାଙ୍କର ଅଟଳ ବିଶ୍ୱାସ ସମାଜର ସବୁଠାରୁ ବଞ୍ଚିତ ବର୍ଗଙ୍କୁ ଶକ୍ତି ପ୍ରଦାନ କରିଥିଲା।

 

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

 

“ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।

 

ତାଙ୍କର ପ୍ରେରଣାଦାୟୀ ‘ଜୟ ଜଗତ’ ଆହ୍ୱାନ ସମସ୍ତ ସୀମାକୁ ଅତିକ୍ରମ କରି ମାନବତାକୁ ସର୍ବୋପରି ସ୍ଥାନ ଦେଇଥିଲା।

 

ବିଭିନ୍ନ ପ୍ରୟାସ ମାଧ୍ୟମରେ ସେ ସମସ୍ତଙ୍କ କଲ୍ୟାଣ ଓ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିଥିଲେ। ସମାନତା, ମର୍ଯ୍ୟାଦା ଓ ସେବା ପ୍ରତି ତାଙ୍କର ଅଟଳ ବିଶ୍ୱାସ ସମାଜର ସବୁଠାରୁ ବଞ୍ଚିତ ବର୍ଗଙ୍କୁ ଶକ୍ତି ପ୍ରଦାନ କରିଥିଲା।”

 

*****

MT

 

 


(ରିଲିଜ ଆଡି: 2315750) ପରିଦର୍ଶକ କାଉଣ୍ଟର : 11