ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମାନବିକତାକୁ ଗଢ଼ି ତୋଳିବା ଏକ ପବିତ୍ର କାର୍ଯ୍ୟ ଭାବରେ ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଏକ ଲେଖାକୁ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:45AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଲିଖିତ ଏକ ଲେଖା ସେୟାର କରିଛନ୍ତି।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ରାଷ୍ଟ୍ରପତି ତାଙ୍କ ଲେଖାରେ କହିଛନ୍ତି ଯେ, ଶିକ୍ଷକମାନେ ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ ଓ ପ୍ରେରଣା ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ି ତୋଳନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ଲେଖାରେ ମାନବତାକୁ ଗଢ଼ି ତୋଳିବା, ସ୍ୱାଧୀନ ଚିନ୍ତାଧାରା ଓ ଜିଜ୍ଞାସାକୁ ପ୍ରୋତ୍ସାହିତ କରିବା ଏକ ପବିତ୍ର କାର୍ଯ୍ୟ ଭାବେ ଶିକ୍ଷାଦାନର ଗୁରୁତ୍ୱକୁ ଉଦ୍‌ଭାସିତ କରାଯାଇଛି।

 

ଏଥିସହିତ, ସାଂସ୍କୃତିକ ଐତିହ୍ୟ, ବୈଜ୍ଞାନିକ ଦୃଷ୍ଟିକୋଣ, ଅନ୍ତ୍ୟୋଦୟର ଆଦର୍ଶ, ପରିବେଶ ସୁରକ୍ଷା ଏବଂ ‘ରାଷ୍ଟ୍ର ପ୍ରଥମ’ ଭାବନାକୁ ବଜାୟ ରଖୁଥିବା ଉତ୍ତମ ମଣିଷ ଭାବେ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବା ପାଇଁ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ଏକ୍ସ’ରେ ପୋଷ୍ଟ କରାଯାଇଛି:

 

“ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି ଯେ, ଶିକ୍ଷକମାନେ ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ ଓ ପ୍ରେରଣା ପ୍ରଦାନ କରି ଭବିଷ୍ୟତ ଗଢ଼ି ତୋଳନ୍ତି।

 

ସେ ମାନବତାକୁ ଗଢ଼ି ତୋଳିବା, ସ୍ୱାଧୀନ ଚିନ୍ତାଧାରା ଓ ଜିଜ୍ଞାସାକୁ ପ୍ରୋତ୍ସାହିତ କରିବା ଏକ ପବିତ୍ର କାର୍ଯ୍ୟ ଭାବେ ଶିକ୍ଷାଦାନର ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି।

 

ସାଂସ୍କୃତିକ ଐତିହ୍ୟ, ବୈଜ୍ଞାନିକ ଦୃଷ୍ଟିକୋଣ, ଅନ୍ତ୍ୟୋଦୟର ଆଦର୍ଶ, ପରିବେଶ ସୁରକ୍ଷା ଏବଂ ‘ରାଷ୍ଟ୍ର ପ୍ରଥମ’ ଭାବନାକୁ ବଜାୟ ରଖୁଥିବା ଉତ୍ତମ ମଣିଷ ଭାବେ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବା ପାଇଁ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।”

 

- ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି ଯେ, ଶିକ୍ଷକମାନେ ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ ଓ ପ୍ରେରଣା ପ୍ରଦାନ କରି ଭବିଷ୍ୟତ ଗଢ଼ି ତୋଳନ୍ତି।

- ସେ ମାନବତାକୁ ଗଢ଼ି ତୋଳିବା, ସ୍ୱାଧୀନ ଚିନ୍ତାଧାରା ଓ ଜିଜ୍ଞାସାକୁ ପ୍ରୋତ୍ସାହିତ କରିବା ଏକ ପବିତ୍ର କାର୍ଯ୍ୟ ଭାବେ ଶିକ୍ଷାଦାନର ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି।

 

*****

MT


(ରିଲିଜ ଆଡି: 2315745) ପରିଦର୍ଶକ କାଉଣ୍ଟର : 9