ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ଜିତିବା ଏବଂ ସଫ୍ଟ ଟେନିସରେ ଭାରତର ପ୍ରଥମ ଏସୀୟ ଗେମ୍ସ ପଦକ ବିଜେତା ହୋଇଥିବାରୁ ଜୟ ମୀନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 SEP 2026 2:22PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟ ମୀନାଙ୍କୁ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିବା ଏବଂ ସଫ୍ଟ ଟେନିସରେ ଭାରତର ପ୍ରଥମ ଏସୀୟ ଗେମ୍ସ ପଦକ ବିଜେତା ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଭାରତୀୟ ସଫ୍ଟ ଟେନିସ୍ ପାଇଁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଏହି ସଫଳତା ଭାରତରେ ଏହି କ୍ରୀଡ଼ା କ୍ଷେତ୍ରରେ ଏକ ସ୍ମରଣୀୟ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ପଦକ ଆହୁରି ଅନେକ ଯୁବକଯୁବତୀଙ୍କୁ ସଫ୍ଟ ଟେନିସ୍ ଖେଳିବା ଏବଂ ଉତ୍କର୍ଷ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ଏବଂ ଆଗାମୀ ଯାତ୍ରା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଲ୍ଲେଖ କରିଛି:
"ଭାରତୀୟ ସଫ୍ଟ ଟେନିସ୍ ପାଇଁ ଏକ ଐତିହାସିକ ସଫଳତା!
ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ଜିତିବା ଏବଂ ସଫ୍ଟ ଟେନିସରେ ଭାରତର ପ୍ରଥମ ଏସୀୟ ଗେମ୍ସ ପଦକ ବିଜେତା ହୋଇଥିବାରୁ ଜୟ ମୀନାଙ୍କୁ ଅଭିନନ୍ଦନ। ତାଙ୍କର ଏହି ସଫଳତା ଭାରତରେ ଏହି କ୍ରୀଡ଼ା ପାଇଁ ଏକ ସ୍ମରଣୀୟ ନୂତନ ଅଧ୍ୟାୟକୁ ଚିହ୍ନିତ କରେ |
ଏହି ପଦକ ଆହୁରି ଅନେକ ଯୁବକଯୁବତୀଙ୍କୁ ସଫ୍ଟ ଟେନିସ୍ ଖେଳିବା ଏବଂ ଉତ୍କର୍ଷ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ। ଆଗାମୀ ଯାତ୍ରା ପାଇଁ ତାଙ୍କୁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ "
HS
(ରିଲିଜ ଆଡି: 2313945)
ପରିଦର୍ଶକ କାଉଣ୍ଟର : 11
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam