ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଧ୍ୟବସାୟ, ଜ୍ଞାନ ଓ ସଦାଚାର ଉପରେ ଗୁରୁତ୍ୱ ଦେଇ ସଂସ୍କୃତ ସୁଭାଷିତମ୍‌ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2026 10:30AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍‌ ସେୟାର କରିଛନ୍ତି। ଏଥିରେ ଏକ ସଦ୍‌ଗୁଣସମ୍ପନ୍ନ ସମାଜ ଗଠନରେ ଜ୍ଞାନ, ଅଧ୍ୟବସାୟ ଓ ସଦାଚାରର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି। ଏହି ଶ୍ଲୋକ ବ୍ୟକ୍ତିଙ୍କୁ ଆଲୋକ ଓ ଜ୍ଞାନର ପଥ ଅନୁସରଣ କରିବା, ନିଜ ପ୍ରୟାସରେ ସଚେତନ ଓ ଦୃଢ଼ ରହିବା ଏବଂ ଏକ ମହତ୍‌ ଓ ସଦ୍‌ଗୁଣସମ୍ପନ୍ନ ସମାଜ ଗଠନରେ ଯୋଗଦାନ କରିବାକୁ ପ୍ରେରଣା ଦେଉଛି।

 

ସଂସ୍କୃତ ସୁଭାଷିତମ୍‌:

 

तन्तुं तन्वन्रजसो भानुमन्विहि ज्योतिष्मतः पथो रक्ष धिया कृतान्

अनुल्बणं वयत जोगुवामपो मनुर्भव जनया दैव्यं जनम्॥”

 

(“ତନ୍ତୁଂ ତନ୍ୱନ୍ରଜସୋ ଭାନୁମନ୍ୱିହି ଜ୍ୟୋତିଷ୍ମତଃ ପଥୋ ରକ୍ଷ ଧିୟା କୃତାନ୍।

ଅନୁଲ୍ବଣଂ ବୟତ ଜୋଗୁବାମପୋ ମନୁର୍ଭବ ଜନୟା ଦୈବ୍ୟଂ ଜନମ୍॥”)

 

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏହି ସୁଭାଷିତମ୍‌ ପୋଷ୍ଟ କରିଛନ୍ତି:

 

तन्तुं तन्वन्रजसो भानुमन्विहि ज्योतिष्मतः पथो रक्ष धिया कृतान्

अनुल्बणं वयत जोगुवामपो मनुर्भव जनया दैव्यं जनम्॥”

 

ଏହି ସଂସ୍କୃତ ଶ୍ଲୋକର ସରଳ ଓଡ଼ିଆ ଭାବାର୍ଥ: ଆଲୋକ ଓ ଜ୍ଞାନର ପଥରେ ଆଗକୁ ବଢ଼। ବିବେକ ଓ ବୁଦ୍ଧିରେ ନିର୍ଦ୍ଧାରିତ ଉଜ୍ଜ୍ୱଳ ପଥକୁ ସୁରକ୍ଷିତ ରଖ। ନିରନ୍ତର ପ୍ରୟାସ ଓ ସଚେତନତାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କର। ଉତ୍ତମ ମଣିଷ ହୁଅ ଏବଂ ଏକ ମହତ୍‌ ଓ ସଦ୍‌ଗୁଣସମ୍ପନ୍ନ ସମାଜ ଗଠନ କର।”

 

 

*****

MT

 

 


(ରିଲିଜ ଆଡି: 2306199) ପରିଦର୍ଶକ କାଉଣ୍ଟର : 7