ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2026 10:26AM by PIB Bhubaneswar

 

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅସାଧାରଣ ଦୂରଦୃଷ୍ଟିସମ୍ପନ୍ନ ମହାନ ରାଜନେତା ଶ୍ରୀ ବାଜପେୟୀ ଦେଶସେବା ପାଇଁ ନିଜ ଜୀବନ ସମର୍ପିତ କରିଥିଲେ ବୋଲି ସେ ସ୍ମରଣ କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଅଟଳ ଜୀଙ୍କ ବାଣୀ ଓ ପ୍ରୟାସ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଛି ଏବଂ ତାଙ୍କ ନେତୃତ୍ୱ ଦେଶକୁ ଆହୁରି ସୁଦୃଢ଼ କରିଛି। ସୁଶାସନ ଓ ଜନକଲ୍ୟାଣ ଉପରେ ତାଙ୍କର ଗୁରୁତ୍ୱ ଆମକୁ ସବୁବେଳେ ମାର୍ଗଦର୍ଶନ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।

 

‘ଏକ୍ସ’ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

 

“ପୁଣ୍ୟତିଥିରେ ଅଟଳ ଜୀଙ୍କୁ ସ୍ମରଣ କରୁଛି। ଅସାଧାରଣ ଦୂରଦୃଷ୍ଟିସମ୍ପନ୍ନ ଜଣେ ମହାନ ରାଜନେତା ଭାବେ ସେ ନିଜ ଜୀବନ ଦେଶସେବାରେ ସମର୍ପିତ କରିଥିଲେ। ତାଙ୍କ ବାଣୀ ଓ ପ୍ରୟାସ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଛି ଏବଂ ତାଙ୍କ ନେତୃତ୍ୱ ଦେଶକୁ ସୁଦୃଢ଼ କରିଛି। ସୁଶାସନ ଓ ଜନକଲ୍ୟାଣ ଉପରେ ତାଙ୍କର ଗୁରୁତ୍ୱ ଆମକୁ ସର୍ବଦା ମାର୍ଗଦର୍ଶନ କରିବ।”

 

*****

MT

 

 

 

 


(ରିଲିଜ ଆଡି: 2306190) ପରିଦର୍ଶକ କାଉଣ୍ଟର : 43