ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କଚ୍ଛୀ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 16 JUL 2026 7:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଚ୍ଛୀ ନବବର୍ଷର ଶୁଭାରମ୍ଭ ସୂଚକ ‘ଆଷାଢ଼ୀ ବୀଜ’ ଅବସରରେ ଦେଶ ଓ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ସମସ୍ତ କଚ୍ଛୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ବିଶାଳ ସମୁଦ୍ରରେ ମାଛ ଯେପରି ବିଚରଣ କରେ, ସେହିପରି କଚ୍ଛର ଲୋକମାନେ ସମଗ୍ର ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ପୃଥିବୀର ଯେକୌଣସି ସ୍ଥାନରେ ଯଦି ଜଣେ କଚ୍ଛୀ ବ୍ୟକ୍ତି ବସବାସ କରୁଥାଆନ୍ତି ତେବେ ସେଠାରେ ପ୍ରତିଦିନ କଚ୍ଛର ସଂସ୍କୃତି, ପରମ୍ପରା ଓ ସ୍ୱାଦ ଜୀବନ୍ତ ହୋଇଉଠେ।

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:

 

“ବିଶାଳ ସମୁଦ୍ରରେ ମାଛ ଯେପରି ସବୁଠାରେ ବିଚରଣ କରେ, ସେହିପରି କଚ୍ଛର ଲୋକମାନେ ସମଗ୍ର ବିଶ୍ୱରେ ବ୍ୟାପ୍ତ। ଯେଉଁଠାରେ ଜଣେ କଚ୍ଛୀ ବ୍ୟକ୍ତି ବସବାସ କରନ୍ତି, ସେଠାରେ ପ୍ରତିଦିନ କଚ୍ଛର ସୁଗନ୍ଧ ଓ ସଂସ୍କୃତି ଜୀବନ୍ତ ରହେ। ଆଜି ଆଷାଢ଼ୀ ବୀଜ ଅବସରରେ, ଯାହା କଚ୍ଛୀ ନବବର୍ଷର ଆରମ୍ଭକୁ ସୂଚିତ କରେ, ଦେଶ ଓ ବିଶ୍ୱରେ ବସବାସ କରୁଥିବା ସମସ୍ତ କଚ୍ଛୀ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।”

 

*****

MT

 


(ରିଲିଜ ଆଡି: 2293862) ପରିଦର୍ଶକ କାଉଣ୍ଟର : 16