ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କତାର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
କତାରର ‘ଫାଦର ଅମୀର’ଙ୍କ ବିୟୋଗରେ ଗଭୀର ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
ଫାଦର ଅମୀରଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଭାରତ-କତାର ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କ ଅବଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ଉଭୟ ନେତା ଫାଦର ଅମୀରଙ୍କ ଉତ୍ତାଧିକାରକୁ ଆଗେଇ ନେବା ପାଇଁ ନିଜର ସଂକଳ୍ପ ଦୋହରାଇଲେ
प्रविष्टि तिथि:
16 JUL 2026 9:37PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କତାରର ଅମୀର ଶେଖ ତମିମ୍ ବିନ୍ ହମଦ ଅଲ୍ ଥାନିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।
କତାରର ‘ଫାଦର ଅମୀର’ (ପୂର୍ବତନ ଅମୀର) ଶେଖ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।
ଆଧୁନିକ କତାରର ମୁଖ୍ୟ ନିର୍ମାତା ଭାବେ ‘ଫାଦର ଅମୀର’ଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହିତ, ବର୍ଷ ବର୍ଷ ଧରି ଭାରତ ଓ କତାର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ଗୁୁରୁତ୍ୱପୂର୍ଣ୍ଣ ଭୂମିକା ତଥା ଭାରତ ଓ କତାରରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ପ୍ରତି ତାଙ୍କର ଗଭୀର ସ୍ନେହଭାବକୁ ମଧ୍ୟ ସେ ମନେ ପକାଇଥିଲେ ।
ଫୋନ୍ କରିଥିବାରୁ କତାରର ଅମୀର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ଦୁଃଖ ସମୟରେ ତାଙ୍କର ସାନ୍ତ୍ୱନା ଏବଂ ସମ୍ବେଦନମୂଳକ ବାର୍ତ୍ତା ପାଇଁ କୃତଜ୍ଞତା ଜଣାଇଥିଲେ ।
ଉଭୟ ନେତା ‘ଫାଦର ଅମୀର’ଙ୍କ ଉତ୍ତାଧିକାରକୁ ଆଗକୁ ବଢ଼ାଇବା ଏବଂ ଭାରତ-କତାର ରଣନୈତିକ ଭାଗୀଦାରୀ ତଥା ଲୋକଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ନିଜର ସଂକଳ୍ପ ଦୋହରାଇଥିଲେ ।
ଉଭୟ ନେତା ପରସ୍ପର ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ ।
SR
(रिलीज़ आईडी: 2285719)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam