ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମାବେଶୀ ବିକାଶ ଏବଂ ରାଷ୍ଟ୍ର ନିର୍ମାଣର ଗୁରୁତ୍ୱ ଉପରେ ଆଲୋକପାତ କରି ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 13 JUL 2026 8:32AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେତେବେଳେ ସାମଗ୍ରିକ ବିକାଶ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସୁନିଶ୍ଚିତ କରିଥାଏ, ସେତେବେଳେ ଏହା ରାଷ୍ଟ୍ରର ପ୍ରଗତିକୁ ନୂତନ ଗତି ଦେଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରେରଣାଦାୟୀ ଭାବନା ସହିତ ହିଁ ଦେଶ ଭାରତର ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ବାଣ୍ଟିଥିଲେ –

‘‘କନ୍ୟାନାଂ ସମ୍ପ୍ରଦାନଶ୍ଚ କୁମାରାଣାଶ୍ଚ ରକ୍ଷଣମ୍‍ ।

ରାଷ୍ଟ୍ରସ୍ୟ ସଡଗ୍ରହେ ନିତ୍ୟଂ ବିଧାନମିଦମାଚରେତ୍‍ ।।’’

ସୁଭାଶିତମ୍ ସୂଚିତ କରେ ଯେ ମହିଳାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା, ଯୁବ ପିଢ଼ିକୁ ସୁରକ୍ଷା ଏବଂ ପୋଷଣ କରିବା ଏବଂ ରାଷ୍ଟ୍ରର ଏକତା, ସୁରକ୍ଷା, ସମୃଦ୍ଧି ଏବଂ ଶୃଙ୍ଖଳିତ ଶାସନ ପାଇଁ ନିରନ୍ତର ଆବଶ୍ୟକ ବ୍ୟବସ୍ଥା କରିବା ହେଉଛି ଜନସାଧାରଣଙ୍କ ପ୍ରତ୍ୟେକ ପ୍ରତିନିଧୀଙ୍କ ନିରନ୍ତର କର୍ତ୍ତବ୍ୟ ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

"ଯେତେବେଳେ ସାମଗ୍ରିକ ବିକାଶ ପ୍ରତ୍ୟେକ ଦେଶବାସୀଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ସୁନିଶ୍ଚିତ କରିଥାଏ, ସେତେବେଳେ ରାଷ୍ଟ୍ରର ପ୍ରଗତି ମଧ୍ୟ ଏକ ନୂତନ ଗତି ପାଇଥାଏ। ଏହି ପ୍ରେରଣାଦାୟୀ ଭାବନା ସହିତ ଆମେ ଭାରତର ସାମର୍ଥ୍ୟକୁ ସୁଦୃଢ଼ କରିବା ଜାରି ରଖିଛୁ

‘‘କନ୍ୟାନାଂ ସମ୍ପ୍ରଦାନଶ୍ଚ କୁମାରାଣାଶ୍ଚ ରକ୍ଷଣମ୍‍ ।

ରାଷ୍ଟ୍ରସ୍ୟ ସଡଗ୍ରହେ ନିତ୍ୟଂ ବିଧାନମିଦମାଚରେତ୍‍ ।।’’

HS


(रिलीज़ आईडी: 2284112) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam