ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜ୍ଞାନ, ବୁଦ୍ଧି ଏବଂ ଦୂରଦୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
19 JUN 2026 8:15AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜ୍ଞାନ, ବୁଦ୍ଧି ଏବଂ ଦୂରଦୃଷ୍ଟି ଭଳି ଗୁଣ ଜୀବନରେ ସଫଳତାର ମୂଳଦୁଆ। ସେ ଉଲ୍ଲେଖ କରିଥିଲେ ଯେ ଏହି ଗୁଣଗୁଡ଼ିକ ଦ୍ୱାରା ସମୃଦ୍ଧ ଜଣେ ବ୍ୟକ୍ତି ସବୁଠାରୁ କଠିନ ଆହ୍ୱାନଗୁଡ଼ିକୁ ମଧ୍ୟ ଅତିକ୍ରମ କରି ବିଜୟୀ ହେବାରେ ସକ୍ଷମ ହୋଇଥାନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –
‘‘ଶାସ୍ତ୍ରୋ ପ୍ରତିଷ୍ଠା ସହଜଶ୍ଚ ବୋଧଃ ପ୍ରଗଳ୍ପମଭ୍ୟସ୍ତଗୁଣା ଚ ବାଣୀ ।
କାଳାନୁରୋଧଃ ପ୍ରତିଭାନବତ୍ବମେତେ ଗଣାଃ କାମଦୁଧାଃ କ୍ରିୟାସୁ ।।’’
ସୁଭାଶିତମ୍ ପ୍ରକାଶ କରେ ଯେ ବିଷୟର ପ୍ରାମାଣିକ ଜ୍ଞାନ, ପ୍ରାକୃତିକ ବିଚକ୍ଷଣତା, ନିର୍ଭୀକ ଆତ୍ମବିଶ୍ୱାସ, ଅଭ୍ୟାସ ମାଧ୍ୟମରେ ପରିମାର୍ଜିତ ଶକ୍ତିଶାଳୀ ଭାଷଣ, ସମୟର ଆବଶ୍ୟକତାକୁ ଚିହ୍ନିବା ପାଇଁ ଦୂରଦୃଷ୍ଟି ଏବଂ ସର୍ବଦା ନୂତନ ଜ୍ଞାନ, ଏହି ଛଅଟି ଗୁଣ ମନୁଷ୍ୟର ପ୍ରତ୍ୟେକ ପ୍ରୟାସରେ 'କାମଧେନୁ' ପରି ପ୍ରମାଣିତ ହୁଏ, ଯାହା ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି
"ଜ୍ଞାନ, ବୁଦ୍ଧି ଏବଂ ଦୂରଦୃଷ୍ଟି ଭଳି ସଦଗୁଣ ଜୀବନରେ ସଫଳତାର ଚାବିକାଠି। ସେମାନଙ୍କ ଦ୍ୱାରା ସମୃଦ୍ଧ ବ୍ୟକ୍ତି ସବୁଠାରୁ କଠିନ ଆହ୍ୱାନରେ ମଧ୍ୟ ବିଜୟୀ ହୋଇଥାନ୍ତି।
‘‘ଶାସ୍ତ୍ରୋ ପ୍ରତିଷ୍ଠା ସହଜଶ୍ଚ ବୋଧଃ ପ୍ରଗଳ୍ପମଭ୍ୟସ୍ତଗୁଣା ଚ ବାଣୀ ।
କାଳାନୁରୋଧଃ ପ୍ରତିଭାନବତ୍ବମେତେ ଗଣାଃ କାମଦୁଧାଃ କ୍ରିୟାସୁ ।।’’
HS
(रिलीज़ आईडी: 2275101)
आगंतुक पटल : 6
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Malayalam