ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନମ୍ରତା, କ୍ଷମା ଏବଂ ଉତ୍ତମ ଆଚରଣର ଗୁଣ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
29 MAY 2026 8:45AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନମ୍ରତା, କ୍ଷମା ଏବଂ ଉତ୍ତମ ଆଚରଣ ବ୍ୟକ୍ତିର ବ୍ୟକ୍ତିତ୍ୱର ପ୍ରକୃତ ଅଳଙ୍କାର। ସେ ଉଲ୍ଲେଖ କରିଥିଲେ ଯେ ଏହି ଗୁଣଗୁଡ଼ିକ ସହିତ ହିଁ ଦେଶର ଲୋକମାନେ ଏକ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –
‘‘ତେଜଃ କ୍ଷମା ଧୂତିଃ ଶୌଚମଦ୍ରୋହ ନାତିମାନିତା ।
ଭବନ୍ତି ସମ୍ପଦ ଦୈବିମାଭିଜାତସ୍ୟ ଭାରତ ।।’’
ସୁଭାଶିତମ୍ ପ୍ରକାଶ କରେ ଯେ ତେଜ, କ୍ଷମା, ଅତୁଟ ସାହସ, ଆଚରଣର ଶୁଦ୍ଧତା, ରାଷ୍ଟ୍ର ପ୍ରତି ଆନ୍ତରିକ ସମର୍ପଣ, ଏବଂ ଅହଂକାରରୁ ମୁକ୍ତ ଏକ ନମ୍ର ବ୍ୟକ୍ତିତ୍ୱ-ଏହି ସମସ୍ତ ଗୁଣ ଦିବ୍ୟ ଗୁଣରେ ସମୃଦ୍ଧ ବ୍ୟକ୍ତିଙ୍କ ବୈଶିଷ୍ଟ୍ୟ ଭାବରେ ବିବେଚନା କରାଯାଏ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ନମ୍ରତା, କ୍ଷମା ଏବଂ ଉତ୍ତମ ଆଚରଣ ହେଉଛି ବ୍ୟକ୍ତିତ୍ୱର ପ୍ରକୃତ ଅଳଙ୍କାର। ଏହି ଗୁଣଗୁଡ଼ିକ ସହିତ ଆଜି ଦେଶବାସୀ ଏକ ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବାରେ ନିରନ୍ତର ନିୟୋଜିତ ଅଛନ୍ତି।
‘‘ତେଜଃ କ୍ଷମା ଧୂତିଃ ଶୌଚମଦ୍ରୋହ ନାତିମାନିତା ।
ଭବନ୍ତି ସମ୍ପଦ ଦୈବିମାଭିଜାତସ୍ୟ ଭାରତ ।।’’
HS
(ରିଲିଜ ଆଡି: 2267133)
ପରିଦର୍ଶକ କାଉଣ୍ଟର : 2
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Malayalam