ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ (ଅବସରପ୍ରାପ୍ତ) ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 MAY 2026 1:31PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ (ଅବସରପ୍ରାପ୍ତ) ଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମେଜର ଜେନେରାଲ ଖଣ୍ଡୁରୀ ସଶସ୍ତ୍ର ବାହିନୀ ଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ଅମୂଲ୍ୟ ଯୋଗଦାନ ଦେଇଛନ୍ତି, ଯେଉଁଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ଉତ୍ତରାଖଣ୍ଡର ବିକାଶ ପ୍ରତି ତାଙ୍କର ଅତୁଟ ସମର୍ପଣ ଉପରେ ଆଲୋକପାତ କରିଥିଲେ ଏବଂ କେନ୍ଦ୍ର ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳକୁ ବାସ୍ତବରେ ପ୍ରେରଣାଦାୟୀ ବୋଲି ବର୍ଣ୍ଣନା କରିଥିଲେ। ସାରା ଦେଶରେ ଯୋଗାଯୋଗ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ଦିଗରେ ତାଙ୍କର ଅକ୍ଳାନ୍ତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।
ଏହି ଦୁଃଖଦ ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଏବଂ ତାଙ୍କ ସମର୍ଥକଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ (ଅବସରପ୍ରାପ୍ତ) ଜୀଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ। ସଶସ୍ତ୍ର ବାହିନୀ ଠାରୁ ଆରମ୍ଭ କରି ରାଜନୈତିକ ଜଗତ ପର୍ଯ୍ୟନ୍ତ ସେ ମୂଲ୍ୟବାନ ଯୋଗଦାନ ଦେଇଥିଲେ, ଯେଉଁଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ସେ ସର୍ବଦା ଉତ୍ତରାଖଣ୍ଡର ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ, ଯାହା ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ମଧ୍ୟ ସ୍ପଷ୍ଟ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ମଧ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ସାରା ଦେଶରେ ସଂଯୋଗୀକରଣର ଉନ୍ନତି ପାଇଁ ସେ ନିରନ୍ତର ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ସମର୍ଥକଙ୍କ ସହ ଅଛି। ଓମ୍ ଶାନ୍ତି! "
HS
(ରିଲିଜ ଆଡି: 2263111)
ପରିଦର୍ଶକ କାଉଣ୍ଟର : 38
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam