ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିହାର ସରକାରରେ ନୂତନ ଭାବେ ଶପଥଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ବିହାରର ଜନସାଧାରଣଙ୍କ ତରଫରୁ ଭବ୍ୟ ସ୍ୱାଗତ ଏବଂ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ବ୍ୟକ୍ତ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
07 MAY 2026 7:09PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ବିହାରକୁ ସମୃଦ୍ଧିର ନୂତନ ଶିଖରକୁ ନେଇଯିବ ବୋଲି ତାଙ୍କର ବିଶ୍ୱାସ ରହିଛି। ଏକ ସୁଦୃଢ଼ ବିହାର ଏବଂ ଏକ ବିକଶିତ ଭାରତ ନିର୍ମାଣର ସଂକଳ୍ପକୁ ସାକାର କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ପାଟନା ଗସ୍ତ ସମୟରେ ବିହାରର ଜନସାଧାରଣଙ୍କଠାରୁ ମିଳିଥିବା ସ୍ନେହ ଏବଂ ଆଶୀର୍ବାଦ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ବ୍ୟକ୍ତ କରିଥିଲେ।
ସେ କହିଥିଲେ ଯେ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ୱାଗତରେ ସେ ଅଭିଭୂତ ହୋଇଥିଲେ ଏବଂ ଜନସାଧାରଣଙ୍କୁ ସେମାନଙ୍କ ସମର୍ଥନ ଏବଂ ଉତ୍ସାହ ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଲୋକମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ବିକାଶ ଏବଂ ଜନସେବା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ପ୍ରତି ଦୃଢ଼ ଜନସମର୍ଥନକୁ ପ୍ରତିଫଳିତ କରୁଛି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ବିହାରର ଏନ୍. ଡି. ଏ. ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମସ୍ତ ସହକର୍ମୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ମୋର ବିଶ୍ୱାସ ଯେ ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ଆପଣଙ୍କର ପ୍ରତିବଦ୍ଧତା ଆମ ରାଜ୍ୟକୁ ସମୃଦ୍ଧିର ନୂତନ ଶିଖରକୁ ନେଇଯିବ। ଆସନ୍ତୁ, ଆମେ ସମସ୍ତେ ମିଶି ଏକ ସୁଦୃଢ଼ ବିହାର ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବାର ସଂକଳ୍ପକୁ ସାକାର କରିବା ।’’
"ପାଟନାରେ ବିହାରରୁ ମୋ ପରିବାର ସଦସ୍ୟଙ୍କ ସ୍ନେହ ଏବଂ ଆଶୀର୍ବାଦ ପାଇ ମୁଁ ଅଭିଭୂତ! ଏହି ସ୍ୱାଗତ ପାଇଁ ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଆପଣଙ୍କ ଅଭୂତପୂର୍ବ ଉତ୍ସାହରୁ ଏହା ସ୍ପଷ୍ଟ ଯେ ବିକାଶ ଏବଂ ଜନସେବା ପାଇଁ ଆମର ସଂକଳ୍ପକୁ ଜନସାଧାରଣଙ୍କ ପୂର୍ଣ୍ଣ ସମର୍ଥନ ମିଳୁଛି ।’’
HS
(ରିଲିଜ ଆଡି: 2259117)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam