ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ରେ ‘ରିଅଲ୍-ଟାଇମ୍ ସାଇନ୍ ଲାଙ୍ଗୁଏଜ୍’ ଅନୁବାଦ ମାଧ୍ୟମରେ ଏଆଇ-ଚାଳିତ ସୁଗମତାକୁ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 FEB 2026 6:14PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ କୁ ସମ୍ବୋଧନ କରିବା ସମୟରେ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଉପଲବ୍ଧତା ତଥା ଅନ୍ତର୍ଭୂକ୍ତିକୁ ନେଇ ଭାରତର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି।

 

ତାଙ୍କ ଭାଷଣ ସମୟରେ, ଏଆଇ ପ୍ରଯୁକ୍ତି ମାଧ୍ୟମରେ ରିଅଲ୍-ଟାଇମ୍‌ ସାଇନ୍‌ ଲାଙ୍ଗୁଏଜ୍‌ ଅନୁବାଦ ବ୍ୟବସ୍ଥା କରାଯାଇଥିଲା, ଯାହା ଦ୍ୱାରା ଅକ୍ଷମ ଥିବା ବ୍ୟକ୍ତିମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଭାରତ ସଦାସର୍ବଦା ସମାଜର ଭିନ୍ନତାକୁ ହ୍ରାସ କରିବା ତଥା ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ପାଇଁ ନବୀନତାକୁ ନିରନ୍ତର ପ୍ରୋତ୍ସାହନ ଦେବ।

 

 ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

ଏଆଇ ଇମ୍ପାକ୍ଟ ସମିଟ୍‌ରେ ମୋର ଭାଷଣରେ ଏଆଇ ବ୍ୟବହାର କରି ରିଅଲ୍-ଟାଇମ୍‌ ସାଇନ୍‌ ଲାଙ୍ଗୁଏଜ୍‌ ଅନୁବାଦ ସମ୍ମିଳିତ ହୋଇଥିଲା। ଏହା ଏଆଇ କ୍ଷେତ୍ରରେ ସୁଗମତା ଏବଂ ସମାବେଶୀକରଣ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆମେ ସଦାସର୍ବଦା ପ୍ରୟାସ କରିବୁ ଯେ, ପ୍ରଯୁକ୍ତି ଓ ସାର୍ବଜନୀନ ଆଲୋଚନା ସମସ୍ତଙ୍କ ପାଇଁ, ବିଶେଷକରି ଅକ୍ଷମ ଥିବା ବ୍ୟକ୍ତିମାନଙ୍କ ପାଇଁ, ସୁଲଭ ହେଉ।

 

*****

MT

 


(ରିଲିଜ ଆଡି: 2248829) ପରିଦର୍ଶକ କାଉଣ୍ଟର : 23