ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ମିଶନ ପୋଷଣ ୨.୦ : ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ


ପଞ୍ଜିକୃତ ହିତାଧିକାରୀଙ୍କ ନିୟମିତ ଅଭିବୃଦ୍ଧି ଅନୁଧ୍ୟାନ ପାଇଁ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଭିବୃଦ୍ଧି ମନିଟରିଂ ଉପକରଣର ବ୍ୟବସ୍ଥା।

ଶିଶୁମାନଙ୍କ ମଧ୍ୟରେ ଅଭିବୃଦ୍ଧି ବାଧାପ୍ରାପ୍ତ, କ୍ଷୀଣତା ଏବଂ କମ୍ ଓଜନ ଚିହ୍ନଟ କରିବା ପାଇଁ ପୋଷଣ ଟ୍ରାକର ଉପଯୋଗ।

ପୋଷ୍ଟ କରାଯିବା ଦିନାଙ୍କ: 18 MAR 2026 3:26PM by PIB Bhubaneshwar

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପୋଷଣ ଟ୍ରାକର ଡିଜିଟାଲ୍ ଆପ୍ଲିକେସନ୍ ଆରମ୍ଭ କରାଯାଇଛି, ଏହା ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦  ଅଧୀନରେ ଶିଶୁ ପୋଷଣ ସୂଚକାଙ୍କଗୁଡ଼ିକର ତଥ୍ୟ ସଂଗ୍ରହ କରିଥାଏ। ପୋଷଣ ଟ୍ରାକର ତଥ୍ୟ ଦର୍ଶାଇଛି ଯେ ବିଗତ ବର୍ଷଗୁଡ଼ିକରେ ଦେଶରେ ଶିଶୁ ଅପପୁଷ୍ଟି ସୂଚକାଙ୍କରେ ଉନ୍ନତି ହୋଇଛି। ଶିଶୁମାନଙ୍କ ମଧ୍ୟରେ ଏହି ସୂଚକାଙ୍କଗୁଡ଼ିକର ପ୍ରଗତି ପୋଷଣ ଟ୍ରାକର ଡ୍ୟାସବୋର୍ଡରେ ଉପଲବ୍ଧ ରହିଛି.

ୱେବ ସାଇଟ ଲିଙ୍କ https://www.poshantracker.in/statistics.

ମାଧ୍ୟମରେ ସମ୍ପୃକ୍ତ ଟ୍ରାକରକୁ ପହଂଚି ହେବ.

ମିଶନ ପୋଷଣ ୨.୦ ସମ୍ମୁଖ ଭାଗର କର୍ମଚାରୀମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରି ସଶକ୍ତ କରୁଛି। ସମସ୍ତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ବାର୍ଷିକ ୨୦୦୦ ଟଙ୍କା ହାରରେ ଇଣ୍ଟରନେଟ୍ ସଂଯୋଗ ଶୁଳ୍କ ପ୍ରଦାନ କରାଯାଉଛି। ଏଥିସହ, ପଞ୍ଜିକୃତ ହିତାଧିକାରୀଙ୍କ ନିୟମିତ ଅଭିବୃଦ୍ଧି ଅନୁଧ୍ୟାନ ପାଇଁ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଭିବୃଦ୍ଧି ମନିଟରିଂ ଉପକରଣର ବ୍ୟବସ୍ଥା ରହିଛି। ପୋଷଣ ଟ୍ରାକର ନିର୍ଦ୍ଧାରିତ ସୂଚକାଙ୍କ ଆଧାରରେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, କର୍ମୀ ଏବଂ ହିତାଧିକାରୀଙ୍କ ଅନୁଧ୍ୟାନ ଏବଂ ଟ୍ରାକିଂକୁ ସହଜ କରିଥାଏ। ଶିଶୁମାନଙ୍କ ମଧ୍ୟରେ ଅଭିବୃଦ୍ଧି ବାଧା , କ୍ଷୀଣତା ଏବଂ କମ୍ ଓଜନ କୁ ଚିହ୍ନଟ କରିବା ପାଇଁ ମଧ୍ୟ ପୋଷଣ ଟ୍ରାକର ଅଧୀନରେ ଥିବା ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଉଛି।

ମିଶନ ପୋଷଣ ୨.୦ ଅଧୀନରେ ଗ୍ରହଣ କରାଯାଇଥିବା ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ହେଉଛି ଗୋଷ୍ଠୀ  ଅନ୍ତର୍ଭୁକ୍ତି  ଏବଂ ସଚେତନତା, ଯାହାକି ଲୋକଙ୍କୁ ପୁଷ୍ଟିସାର ସମ୍ବନ୍ଧୀୟ ଦିଗ ବିଷୟରେ ଶିକ୍ଷା  ଦେଇଥାଏ, କାରଣ ଉତ୍ତମ ପୁଷ୍ଟି ଅଭ୍ୟାସ ଗ୍ରହଣ କରିବା ପାଇଁ ବ୍ୟବହାରିକ ପରିବର୍ତ୍ତନ ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଆବଶ୍ୟକ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଯଥାକ୍ରମେ ମାର୍ଚ୍ଚ-ଏପ୍ରିଲ୍ ଏବଂ ସେପ୍ଟେମ୍ବର ମାସରେ ପାଳିତ ହେଉଥିବା ପୋଷଣ ପକ୍ଷ ଏବଂ ପୋଷଣ ମାସ ସମୟରେ ନିୟମିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ୨୦୧୮ ମସିହାରୁ ପୋଷଣ ଅଭିଯାନ ଅଧୀନରେ ଆୟୋଜିତ

 ଅଭିଯାନଗୁଡ଼ିକରେ ୧୫୦ କୋଟିରୁ ଅଧିକ କାର୍ଯ୍ୟ ରିପୋର୍ଟ କରାଯାଇଛି। ଏଥିସହ, ମାତୃ ଓ ଶିଶୁ ପୋଷଣକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀମାନଙ୍କ ଦ୍ୱାରା ଦ୍ୱିମାସିକ  ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ୨୦୨୧ ରୁ ଫେବୃଆରୀ ୨୦୨୬ ମଧ୍ୟରେ ସାରା ଦେଶରେ ପ୍ରାୟ ୯.୮ କୋଟି ସିବିଇ ରିପୋର୍ଟ କରାଯାଇଛି।

ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରି, ଉଭୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶର ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ମିଶନ ପୋଷଣ ୨.୦ ଛଅଟି ସେବାର ଏକ ପ୍ୟାକେଜ୍ ପ୍ରଦାନ କରେ - ଅତିରିକ୍ତ ପୁଷ୍ଟିସାର, ପ୍ରାକ୍-ବିଦ୍ୟାଳୟ ଅଣ-ଆନୁଷ୍ଠାନିକ ଶିକ୍ଷା, ପୁଷ୍ଟି ଏବଂ ସ୍ୱାସ୍ଥ୍ୟ ଶିକ୍ଷା, ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରେଫରାଲ୍ ସେବା। ଛଅଟି ସେବା ମଧ୍ୟରୁ ତିନୋଟି, ଯଥା - ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରେଫରାଲ୍ ସେବା ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ମାଧ୍ୟମରେ ପ୍ରଦାନ କରାଯାଏ। ଗ୍ରାମ ସ୍ୱାସ୍ଥ୍ୟ ପରିମଳ ଏବଂ ପୁଷ୍ଟିସାର ଦିବସ  ତୃଣମୂଳ ସ୍ତରରେ ଆଶା, ଅଙ୍ଗନୱାଡ଼ି କର୍ମୀ ଏବଂ ଏଏନଏମ ମାନଙ୍କ ସମନ୍ୱିତ ପ୍ରୟାସ ଦ୍ୱାରା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ଏବଂ ପୁଷ୍ଟିସାର ସଚେତନତାକୁ ଅଧିକ ସହାୟତା କରିଥାଏ।

ଏହି ସୂଚନା ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ଦ୍ୱାରା ପ୍ରଦାନ କରାଯାଇଛି।

 

 


(ରିଲିଜ ଆଡି: 2242175) ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ : English , Urdu , हिन्दी