ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
azadi ka amrit mahotsav

ବଜେଟ୍ ୨୦୨୬-୨୭: ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସଶକ୍ତ କରିବାରେ ଆଲିମକୋ ଅଗ୍ରଣୀ

ପୋଷ୍ଟ କରାଯିବା ଦିନାଙ୍କ: 01 FEB 2026 8:18PM by PIB Bhubaneshwar

କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦିବ୍ୟାଙ୍ଗଜନ ଏବଂ ବରିଷ୍ଠ ନାଗରିକମାନଙ୍କୁ ପ୍ରଯୁକ୍ତିବିଦ୍ୟା-ସକ୍ଷମ ସଶକ୍ତିକରଣ ଏଜେଣ୍ଡାର କେନ୍ଦ୍ରରେ ରଖାଯାଇଛିଏହା ଭାରତ ସରକାରଙ୍କ ସମାବେଶୀ ଅଭିବୃଦ୍ଧି ଏବଂ ଏକ ବିକଶିତ ଭାରତ ଲାଗି ପ୍ରତିବଦ୍ଧତାକୁ ଦୋହରାଇଥାଏ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ନେତୃତ୍ୱରେ, ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ଆଲିମକୋ)କୁ ସାରା ଦେଶରେ ଉଚ୍ଚମାନର ସହାୟକ ପ୍ରଯୁକ୍ତିବିଦ୍ୟା ଏବଂ ସେବାଗୁଡ଼ିକର ପ୍ରବେଶ ବିସ୍ତାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

 

୨୦୨୬ -୨୭ ବଜେଟରେ ଆଲିମକୋ

 

ବଜେଟରେ ନୂତନ ଭାବରେ ଦିବ୍ୟାଙ୍ଗ ସାହାରା ଯୋଜନା ଘୋଷଣା କରାଯାଇଛି । ଏହା ମାଧ୍ୟମରେ ଆଲିମକୋକୁ ଉଚ୍ଚମାନର ସହାୟକ ଉପକରଣର ନିର୍ମାଣ ବୃଦ୍ଧି କରିବା, ଗବେଷଣା ଓ ବିକାଶକୁ ସୁଦୃଢ କରିବା ଏବଂ ଉତ୍ପାଦ ଡିଜାଇନ୍ ଓ ସେବାରେ କୃତ୍ରିମ ବୁଦ୍ଧିମତ୍ତା ସମେତ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ସମର୍ଥନ କରିବାକୁ ପ୍ରସ୍ତାବ ରହିଛି। ଏହା ସରକାରଙ୍କ ‘‘ସବକା ସାଥ, ସବକା ବିକାଶ’’ର ବ୍ୟାପକ ଦୃଷ୍ଟିକୋଣ ସହିତ ସମନ୍ୱିତ। ଏହାଦ୍ୱାରା ଦିବ୍ୟାଙ୍ଗଜନ ଏବଂ ବରିଷ୍ଠ ନାଗରିକମାନେ ଆଧୁନିକ ସହାୟକ ସମାଧାନ ପାଇଁ ସମୟୋଚିତ, ନିର୍ଭରଯୋଗ୍ୟ ଏବଂ ସୁଲଭ ସୁବିଧା ପାଇବା ସୁନିଶ୍ଚିତ ହୋଇପାରିବ।

ଦିବ୍ୟାଙ୍ଗ ସାହାରା ଯୋଜନା ଅଧୀନରେ ବିଭିନ୍ନ ପ୍ରକାରର ସହାୟକ ଉତ୍ପାଦ ମଧ୍ୟରେ ଗତିଶୀଳତା ସହାୟକ, କମ୍ ଦୃଷ୍ଟିଶକ୍ତି ଏବଂ କମ୍ ଶ୍ରବଣ ଶକ୍ତି ସହାୟକ ଉପକରଣ, ଇ-ବ୍ରେଲି ପାଠକ, ସ୍ମାର୍ଟ ଶ୍ରବଣ ଉପକରଣ ଏବଂ ବିଭିନ୍ନ କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ କରିବା ପାଇଁ ଜ୍ଞାନାତ୍ମକ - ସହାୟକ ସମାଧାନ ଅନ୍ତର୍ଭୁକ୍ତ ହେବଏଗୁଡ଼ିକୁ ବିଭିନ୍ନ କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯିବ। ସହାୟକ ପ୍ରଯୁକ୍ତିବିଦ୍ୟାରେ ନବସୃଜନ ଏବଂ ଗୁଣବତ୍ତା ପାଇଁ ଆଲିମକୋକୁ ଏକ ଜାତୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ଲାଗି ବଜେଟରେ ପରିକଳ୍ପନା କରାଯାଇଛି। ଏହା ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ସାମାଜିକ କ୍ଷେତ୍ରରେ ଭାରତୀୟ ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ପାଇଁ ନୂତନ  ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି ।

ବଜେଟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଦିବ୍ୟାଶା ବୟୋଶ୍ରୀ କେନ୍ଦ୍ର (ପିଏମଡିଭିକେ)କୁ ସୁଦୃଢ଼ କରିବା ଏବଂ ଦିବ୍ୟାଙ୍ଗଜନ ଓ ବରିଷ୍ଠ ନାଗରିକଙ୍କ ପାଇଁ ଖୁଚୁରା ଶୈଳୀର କେନ୍ଦ୍ର ଭାବରେ ସହାୟକ ପ୍ରଯୁକ୍ତିବିଦ୍ୟା ମାର୍ଟଗୁଡ଼ିକର ସ୍ଥାପନ ଏବଂ ଆଧୁନିକୀକରଣକୁ ସମର୍ଥନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ଆଲିମକୋ ସାରା ଦେଶରେ ୧୦୦ଟି ପିଏମଡିଭିକେ ପରିଚାଳନା କରୁଛି। ଏହି ସୁଗମ କେନ୍ଦ୍ରଗୁଡ଼ିକ ହିତାଧିକାରୀମାନଙ୍କୁ ସମ୍ମାନ, ସଚେତନ ପସନ୍ଦ ଏବଂ ବୃତ୍ତିଗତ ପରାମର୍ଶ ସହିତ ଉପଯୁକ୍ତ ଉପକରଣଗୁଡ଼ିକୁ ଦେଖିବା, ଯାଞ୍ଚ କରିବା ଏବଂ ପାଇବାକୁ ସକ୍ଷମ କରିବ। ଏହା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ ।

କେନ୍ଦ୍ର ବଜେଟରେ ଘୋଷିତ ଦିବ୍ୟାଙ୍ଗଜନ କୌଶଳ ଯୋଜନା ଏବଂ ଦିବ୍ୟାଙ୍ଗ ସାହାରା ଯୋଜନା ସମ୍ମାନ ଜୀବିକା ଏବଂ ଉଚ୍ଚମାନର ସହାୟକ ଉପକରଣ ମାଧ୍ୟମରେ ଦିବ୍ୟାଙ୍ଗଜନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ସାମଗ୍ରିକ ଆଭିମୁଖ୍ୟକୁ ପ୍ରତିଫଳିତ କରେ।

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗର ସକ୍ଷମ ମାର୍ଗଦର୍ଶନରେ ଆଲିମକୋ ପୂର୍ବରୁ ଆଧୁନିକୀକରଣ, ଡିଜିଟାଲ୍ ରୂପାନ୍ତର ଏବଂ ଉନ୍ନତ ସେବା ଗୁଣବତ୍ତାର ପଥ ଆରମ୍ଭ କରିଛି । ବଜେଟ୍ ବ୍ୟବସ୍ଥା ୨୦୨୬-୨୭ ଏହି ପ୍ରୟାସଗୁଡ଼ିକୁ ଆହୁରି ତ୍ୱରାନ୍ୱିତ କରିବ ସରକାର ଆଲିମକୋ ଏବଂ ନାଗରିକ ସମାଜ ମଧ୍ୟରେ ଦୃଢ଼ ସହଭାଗୀତା ଏକ ସମାବେଶୀ, ସୁଗମ ଓ ସଶକ୍ତ ରାଷ୍ଟ୍ର ଗଠନ ପାଇଁ ଜାତୀୟ ସଂକଳ୍ପକୁ ପ୍ରତିଫଳିତ କରିଥାଏ ଏଠାରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକମାନଙ୍କୁ ଏକ ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ସମାନ ଅଂଶୀଦାର ଭାବରେ ସ୍ୱୀକୃତି ଦିଆଯାଏ

 

*******

sws

 


(ରିଲିଜ ଆଡି: 2227647) ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ : English , Urdu , हिन्दी