PIB Headquarters
azadi ka amrit mahotsav

୨୧ତମ ପିଏମ କିଷାନ କିସ୍ତି


ଜଳବାୟୁ ପ୍ରଭାବିତ ରାଜ୍ୟର ୯ କୋଟି ଚାଷୀଙ୍କୁ ୧୮ ହଜାର କୋଟିର ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର

प्रविष्टि तिथि: 19 NOV 2025 3:03PM by PIB Bhubaneshwar

ମୁଖ୍ୟାଂଶ

  • ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ୯ କୋଟି ଚାଷୀଙ୍କୁ ୧୮ ହଜାର କୋଟିର ୨୧ତମ ପିଏମ କିଷାନ କିସ୍ତି
  • ଲୋକାର୍ପଣ ହେବା ଦିନଠାରୁ ୧୧ କୋଟି ଚାଷୀ ପରିବାରକୁ ପ୍ରାୟ ୩.୭୦ ଲକ୍ଷ କୋଟି ଟଙ୍କା ବଂଟନ
  • ବିଶ୍ୱର ସବୁଠାରୁ ବୃହତମ ଡିବିଟି ଯୋଜନା - ପିଏମ କିଷାନ
  • ଆଧାର ସମ୍ବଳିତ ଇ-କେୱାଇସି, ଡିଜିଟାଲ ଲାଣ୍ଡ ରେକର୍ଡ, ପିଏମ କିଷାନ ପୋର୍ଟାଲ ମାଧ୍ୟମରେ ହିତାଧିକାରୀ ଚୟନରେ ସ୍ୱଚ୍ଛତା
  • କିଷାନ ଇ-ମିତ୍ର ଏଆଇ ଚାଟବଟ ଓ ପିଏମ କିଷାନ ମୋବାଇଲ ଆପ ଅଭିଯୋଗ ହ୍ରାସ ସହ ଚାଷୀଙ୍କ ଲାଗି ଉପାଦେୟ ସୂଚନା ପ୍ରଦାନ କରିଥାଏ

ଉପକ୍ରମ

ତାମିଲନାଡୁର କୋଏମ୍ବାଟୁରରେ ୧୯ ନଭେମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୨୧ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିବେ । ଏହି ଯୋଜନା ଅଧୀନରେ ସାରା ଦେଶର ୯ କୋଟି ଚାଷୀ ପ୍ରାୟ ୧୮ ହଜାର କୋଟି ଟଙ୍କା ଡାଇରେକ୍ଟ ବେନିଫିଟ ଟ୍ରନ୍ସଫର ବା ଡିବିଟି ମାଧ୍ୟମରେ ପାଇବେ ।

ପିଏ-କିଷାନ ସମ୍ପର୍କରେ

ଭୂମି ଥିବା ସବୁ ଚାଷୀଙ୍କୁ କିଛି ଆର୍ଥିକ ସହାୟତା ଦେବା ଲାଗି ୨୪ ଫେବୃୟାରୀ ୨୦୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ଶୁଭାରମ୍ଭ କରାଗଲା । ଏହି ଯୋଜନା ଅଧୀନରେ ପ୍ରତି ଯୋଗ୍ୟ ହିତାଧିକାରୀ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପାଉଛନ୍ତି । ଚାଷୀମାନଙ୍କ ଆଧାର ଯୁକ୍ତ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ତିନିଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଦେବାର ପ୍ରାବଧାନ ରହିଛି ।

୧୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ୨୦ଟି କିସ୍ତିରେ ପ୍ରାୟ ୩.୭୦ ଲକ୍ଷ କୋଟି ଟଙ୍କା ଦିଆସରିଛି । ଯେଉଁ ହିତାଧିକାରୀଙ୍କ ପିଏମ କିଷାନ ପୋର୍ଟାଲରେ ଭୂମି ରେକର୍ଡ ରହିଛି, ଯେଉଁମାନଙ୍କ ବ୍ୟାଙ୍କ ଖାତା ଆଧାର ସହ ସଂଯୁକ୍ତ ହୋଇଛି ଓ ଇ-କେୱାଇସି ସରିଛି ସେମାନେ ସୁଫଳ ପାଇଛନ୍ତି ।

ସାରା ବିଶ୍ୱରରେ ଏହି ଡିବିଟି ବା ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ହେଉଛି ସବୁଠାରୁ ବଡ ଅଭିଯାନ । ବିଶେଷକରି ୨୫ ପ୍ରତିଶତ ମହିଳା ହେଉଛନ୍ତି ଏହି ଡିବିଟି ଅଭିଯାନର ହିତାଧିକାରୀ ।

ଏହି ଅଭିଯାନକୁ ସଫଳ କରେଇବାରେ ଭାରତର ଡିଜିଟାଲ ଭିତିଭୂମି ଅଗ୍ରଣୀ ଭୂମିକା ନିର୍ବାହ କରିଛି । ଜନ ଧନ ଆକାଉଂଟ, ଆଧାର ଓ ମୋବାଇଲ ଫୋନ ମାଧ୍ୟମରେ ପ୍ରତି ହିତାଧିକାରୀ ଅନଲାଇନ ମାଧ୍ୟମରେ ସୁଫଳ ପାଇପାରୁଛନ୍ତି । ଚାଷୀମାନେ ନିଜେ ନିଜେ ପଞ୍ଜିକରଣ କରିପାରୁଛନ୍ତି । ଜମିଜମା ରେକର୍ଡକୁ ଡିଜିଟାଲ ଉପାୟରେ ସଂଶୋଧିତ କରିହେଉଛି । ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ପେମେଂଟ ସ୍ଥାନାନ୍ତରିତ ହୋଇପାରୁଛି । ରାଜ୍ୟ ସରକାରମାନେ ବି ଏହି ପେମେଂଟ ସ୍ଥାନାନ୍ତର ପ୍ରକ୍ରିୟାକୁ ସହଜ କରିବା ପାଇଁ ଉଦ୍ୟମ କରୁଛନ୍ତି । କିଷାନ ଇ-ମିତ୍ର, ଭଏସ ଚାଟବଟ, ଆଗ୍ରିଷ୍ଟକ ପରି ଡିଜିଟାଲ ପ୍ଲାଟଫର୍ମ ବି ହିତାଧିକାରୀମାନଙ୍କୁ ସାହାଯ୍ୟ କରୁଛି । ଏପ୍ରକାର ଆଧୁନିକ ପ୍ରଗତି ଭାରତବର୍ଷର କୃଷିକୁ ଆଗକୁ ନେବାରେ ସହଯୋଗ କରିଛି ।

ପିଏମ-କିଷାନର ସଫଳତା

ଲୋକାର୍ପଣ ହେବା ଦିନଠାରୁ ଏହି ଅଭିଯାନ ଅଧୀନରେ ଭାରତ ସରକାର ୨୦ଟି କିସ୍ତିରେ ପ୍ରାୟ ୧୧ କୋଟି ଚାଷୀଙ୍କ ପରିବାରକୁ ୩.୭୦ ଲକ୍ଷ କୋଟି ଟଙ୍କା ଦେଇସାରିଛନ୍ତି ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ନଭେମ୍ବର ୨୦୨୩ରେ ଏହି ଅଭିଯାନରେ ଏକ କୋଟିରୁ ଅଧୀକ ଚାଷୀ ଯୋଡି ହୋଇଛନ୍ତି ।

ଜୁନ ୨୦୨୪ରେ ପରବର୍ତୀ ସରକାରର ଶହେ ଦିନ ଭିତରେ ୨୫ ଲକ୍ଷ ଅତିରିକ୍ତ ଚାଷୀ ବି ଯୋଡି ହୋଇଛନ୍ତି । ଫଳରେ ୧୮ ତମ କିସ୍ତି ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ୯.୫୯ କୋଟିକୁ ଉନ୍ନୀତ ହୋଇଛି ।

୨୧ ସେପ୍ଟେମ୍ବର ୨୦୨୪ରୁ ସ୍ୱ ପଞ୍ଜିକୃତ ବକେୟା ମାମଲା ଫଇସଲା କରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ଆରମ୍ଭ ହେବା ଦିନରୁ ଏହି ଅଭିଯାନର ୩୦ ଲକ୍ଷରୁ ଅଧିକ ସ୍ୱ ପଞ୍ଜିକୃତ ମାମଲା ରାଜ୍ୟ ବା କେନ୍ଦ୍ର ଶାସିତ ଅଂଚଳ ଦ୍ୱାରା ଅନୁମୋଦିତ ହୋଇଛି ।

ଏପ୍ରିଲ ୨୦୨୫-ଜୁଲାଇ ୨୦୨୫ ଭିତରେ ୨୦ତମ କିସ୍ତି ଦେବା ବେଳେ ଉତରପ୍ରଦେଶରେ ସର୍ବାଧିକ ୨.୩୪ କୋଟି ହିତାଧିକାରୀ ଓ ମହାରାଷ୍ଟ୍ରରେ ୯୨.୮୯ ଲକ୍ଷ ହିତାଧିକାରୀ ପଞ୍ଜିକୃତ ହୋଇଥିଲେ ।

ଦୁଇ ହେକ୍ଟରରୁ କମ ରହିଥିବା ୮୫ ପ୍ରତିଶତ ଚାଷୀଙ୍କୁ ପିଏମ-କିଷାନ ଯୋଜନା ବହୁତ ସାହାଯ୍ୟ କରିଛି । ବୁଣିବା କିମ୍ବା ଅମଳ ବେଳେ ଏହି ଆର୍ଥିକ ସହାୟତା ଚାଷୀମାନଙ୍କୁ ବହୁତ ସୁଫଳ ଦେଇଛି । ଚାଷୀମାନଙ୍କ ସ୍ୱାଭିମାନକୁ ଅକ୍ଷତ ରଖି ଦେଶର ବିକାଶ ପଥରେ ସେମାନଙ୍କ ମର୍ଯ୍ୟାଦାପୂର୍ଣ୍ଣ ଭାଗିଦାରୀକୁ ଏହି ଅଭିଯାନ ସୁନିଶ୍ଚିତ କରିଛି ।

ପିଏମ-କିଷାନର ଆଭିମୁଖ୍ୟ

କ୍ଷୁଦ୍ର ଓ ଚଳନକ୍ଷମ ଚାଷୀମାନଙ୍କ ଆୟ ଲାଗି ପିଏମ-କିଷାନର ଲକ୍ଷ୍ୟ -

ଶସ୍ୟ ସ୍ୱାସ୍ଥ୍ୟ ଲାଗି ଇନପୁଟ ସଂଗ୍ରହ କରିବା ସହ ଭଲ ଅମଳ କରିବା ଲାଗି କ୍ଷୁଦ୍ର ଓ ଚଳନକ୍ଷମ ଚାଷୀମାନଙ୍କୁ ଆର୍ଥିକ ସହାୟତା

ଚାଷ କାର୍ଯ୍ୟ ଜାରି ରଖିବା ସହ ସୁଧଖୋର ଅର୍ଥଦାତାଙ୍କଠାରୁ ବର୍ତିବା ଲାଗି ଏହା ସାହାଯ୍ୟ କରେ

ପିଏମ-କିଷାନରେ ପଞ୍ଜିକରଣ ଲାଗି ଯୋଗ୍ୟତା

ଚାଷ ଜମି ରେକର୍ଡ ଥିବା ସମସ୍ତ ଚାଷୀଙ୍କ ପରିବାର ଏହି ଯୋଜନାର ସୁଫଳ ପାଇବେ । ନିମ୍ନଲିଖିତ ସୂଚନା ବାଧ୍ୟତାମୂଳକ ।

ଚାଷୀ/ପତ୍ନୀଙ୍କ ନାମ

ଚାଷୀ/ପତ୍ମୀଙ୍କ ବୟସ

ବ୍ୟାଙ୍କ ଆକାଉଂଟ ନମ୍ବର

ଆଇଏଫଏସସି/ଏମଆଇସିଆର କୋଡ

ମୋବାଇଲ ନମ୍ବର

ଆଧାର ନମ୍ବର

ପାସବୁକର ଅନ୍ୟାନ୍ୟ ତଥ୍ୟ ଉପରେ ବ୍ୟକ୍ତିଗତ ପଞ୍ଜିକରଣ

ପ୍ରୟୋଗକରଣ ଓ ନୀରିକ୍ଷଣ

ପ୍ରୟୋଗକରଣ ଆଭିମୁଖ୍ୟ

ରାଜ୍ୟ ସରକାର ଚାଷୀଙ୍କ ପରିବାରର ବିସ୍ତୃତ ଡାଟାବେସ ବା ବିବରଣୀ ପ୍ରସ୍ତୁତ କରିବେ । ନାମ, ବୟସ, କାଟାଗୋରୀ, ଆଧାର ନମ୍ବର, ବ୍ୟାଙ୍କ ବିବରଣୀ, ମୋବାଇଲ ନମ୍ବର ପରି ଜିନଷ ଜଣାଇବେ ।

ଯୋଜନାର ଯୋଗ୍ୟତା ମାପକାଠିରୁ ବାଦ ପଡୁନଥିବା ନେଇ ହିତାଧିକାରୀମାନେ ଘୋଷଣାନାମା ପଇଠ କରିବେ । ଆଧାର ଓ ଅନ୍ୟାନ୍ୟ ବିବରଣୀ ସରକାର ବ୍ୟବହାର କରିପାରିବା ନେଇ ହିତାଧିକାରୀ ସହମତି ପ୍ରଦାନ କରିବେ ।

ଜମିଜମା ସଂକ୍ରାନ୍ତୀୟ ରେକର୍ଡ ଅନୁସାରେ ହିତାଧିକାରୀମାନଙ୍କୁ ଚୟନ କରାଯିବ । ଏସବୁ ରେକର୍ଡର ଅପଡେସନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ କରିବେ । ଡିଜିଟାଇଜେସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆଧାର ଓ ବ୍ୟାଙ୍କ ବିବରଣୀକୁ ଯୋଡିବେ ।

ଗ୍ରାମୀଣସ୍ତରରେ ହିତାଧିକାରୀମାନଙ୍କ ତାଲିକା ପ୍ରଦର୍ଶିତ ହେବ । ବାଦ ପଡିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ସୁଯୋଗ ଦିଆଯିବ ।

ଅଯୋଗ୍ୟ ହିତାଧିକାରୀମାନଙ୍କ ପାଖକୁ ଯାଇଥିବା ଅର୍ଥ ଫେରିବା ପାଇବା ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଉଦ୍ୟମ କରିବେ । ଅଧିକ ଆୟ କରୁଥିବା ବ୍ୟକ୍ତି, ଆୟକରଦାତା, କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ପିଏସୟୁ କର୍ମଚାରୀ, ସାମ୍ବିଧାନିକ ପଦ ପଦବୀରେ ରହିଥିବା ବ୍ୟକ୍ତି ବିଶେଷ ଏହି ପର୍ଯ୍ୟାୟଭୁକ୍ତ । ୫ ଅଗଷ୍ଟ ୨୦୨୫ ସୁଦ୍ଧା ସାରା ଦେଶରେ ପ୍ରାୟ ୪୧୬ କୋଟି ଟଙ୍କା ଏବାବଦରେ ଆଦାୟ ହୋଇଥିବା ସୂଚନା ମିଳିଛି ।

ନୀରିକ୍ଷଣ ଓ ଅଭିଯୋଗ ପ୍ରତ୍ୟାହାର

ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରରେ ନୀରିକ୍ଷଣ କରାଯାଏ ।

ଜାତୀୟସ୍ତରୀୟ ନୀରିକ୍ଷଣରେ କ୍ୟାବିନେଟ ସଚିବ ଅଧ୍ୟକ୍ଷତା କରିଥାନ୍ତି ।

ରାଜ୍ୟ ଦ୍ୱାରା ରାଜ୍ୟ ଓ ଜିଲ୍ଲାସ୍ତରୀୟ ନୀରିକ୍ଷଣ କମିଟି ଗଠିତ ହୁଏ ।

ଉଭୟ ସ୍ତରରେ ଅଭିଯୋଗ ପ୍ରତ୍ୟାହାର କମିଟି ରାଜ୍ୟ ଗଠନ କରିବେ ।

ଦୁଇ ସପ୍ତାହ ଭିତରେ ମେରିଟ ଆଧାରରେ ଅଭିଯୋଗ ସମାଧାନ ହୁଏ ।

ମନ୍ତ୍ରଣାଳୟ ଅଧୀନରେ ପଞ୍ଜିକୃତ ସମାଜ ଭାବରେ କେନ୍ଦ୍ରୀୟ ପ୍ରକଳ୍ପ ନୀରିକ୍ଷଣ ୟୁନିଟ (ପିଏମୟୁ) ସୃଷ୍ଟି କରାଯାଇଛି ।

ଜଣେ ସିଇଓଙ୍କ ଦ୍ୱାରା ଏହା ପରିଚାଳିତ ହୋଇଥାଏ । ମୋଟାମୋଟି ନୀରିକ୍ଷଣ କରିବା ସହ ପ୍ରଚାର ଅଭିଯାନର ସେ ନେତୃତ୍ୱ ନେଇଥାନ୍ତି ।

କେନ୍ଦ୍ର ସହ ଯୋଗାଯୋଗ କରିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଂଚଳ ଦ୍ୱାରା ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଥାନ୍ତି ।

ରାଜ୍ୟସ୍ତରୀୟ ପିଏମୟୁ ସୃଷ୍ଟି କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ସ୍ୱାଧୀନତା ଦିଆଯାଇଥାଏ ।

ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଂଚଳ ପିଏମୟୁର ପ୍ରଶାସନିକ ଖର୍ଚ୍ଚ ପାଇଁ କେନ୍ଦ୍ର ବେଳେ ବେଳେ ୦. ୧୨୫ ପ୍ରତିଶତ କିସ୍ତି ଅର୍ଥ ପ୍ରଦାନ କରିଥାଏ । ୧୨ ଅଗଷ୍ଟ ୨୦୨୫ ସୁଦ୍ଧା ପ୍ରଶାସନିକ ଖର୍ଚ୍ଚ ବାବଦକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ପ୍ରାୟ ୨୬୫.୬୪ କୋଟି ଟଙ୍କା ଦିଆଯାଇଛି ।

ପିଏମ-କିଷାନ ଯୋଜନା ଅଧୀନରେ ଅଭିଯୋଗ ପ୍ରତ୍ୟାହାର ପାଇଁ ପିଏମ-କିଷାନ ପୋର୍ଟାଲ ଓ କେନ୍ଦ୍ରୀୟ ଅଭିଯୋଗ ପ୍ରତ୍ୟାହାର ଓ ନୀରିକ୍ଷଣ ସିଷ୍ଟମ ବି ରହିଛି । ଶୀଘ୍ର ଓ ସମୟୋପଚିତ ଫଳ ଲାଗି ହିତାଧିକାରୀମାନେ ପିଏମ-କିଷାନ ପୋର୍ଟାଲର ସାହାଯ୍ୟ ନେଇପାରିବେ ।

ପ୍ରଯୁକ୍ତିଗତ ଅଗ୍ରଗତି

ଏହି ଯୋଜନାରେ କୌଣସି ପ୍ରକାର ଅସୁବିଧାକୁ ସାମ୍ନା ନକରି ପ୍ରଯୁକ୍ତିଗତ ସୁବିଧା ନେବାକୁ ବ୍ୟବସ୍ଥା ରହିଛି । ସୁଫଳ ପାଇବା ଲାଗି ସାରା ଦେଶର ଚାଷୀଙ୍କୁ ଡିଜିଟାଲ ଭିତିଭୂମିର ସୁବିଧା ନେବାକୁ କୁହାଯାଇଛି । ଦଲାଲ ରାଜୁତିକୁ ହ୍ରାସ କରି ଏକ ବ୍ୟବସ୍ଥିତ ଡେଲିଭରି ସିଷ୍ଟମ ମାଧ୍ୟମରେ ଦେଶର କୋଣ ଅନୁକୋଣର ଚାଷୀଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରାଯାଇଛି ।

ଆଧାର ସମ୍ବଳିତ ସଂଯୋଗୀକରଣ

ଆଧାରର ବ୍ୟବହାର ଓ ଏହା ସମ୍ବଳିତ ପେମେଂଟ ଇକୋ ସିଷ୍ଟମ ଲାଗି ଏହି ଯୋଜନା ବଳିଷ୍ଠ ହୋଇପାରିଛି । ପିଏମ-କିଷାନର ଏକ ଶକ୍ତ ଖମ୍ବ ହେଉଛି ଆଧାର । ଇ-କେୱାଇସି ମାଧ୍ୟମରେ ହିତାଧିକାରୀଙ୍କ ବିବରଣୀ ଦେବାରେ ଏହା ସହାୟକ ହୋଇଥାଏ ।

ନିମ୍ନଲିଖିତ ଯେକୌଣସି ସୂଚନା ବ୍ୟବହାର କରି ହିତାଧିକାରୀ ନିଜର ଇ-କେୱାଇସି ପୂରଣ କରିପାରିବେ ।

-       ଓଟିପି ଆଧାରିତ ଇ-କେୱାଇସି 

-       ବାୟୋ ମେଟ୍ରିକ ଆଧାରିତ ଇ-କେୱାଇସି

-       ମୁଖ ମଣ୍ଡଳ ଅଧିକୃତ ଇ-କେୱାଇସି

ପିଏମ-କିଷାନ ୱେବ ପୋର୍ଟାଲ

ଚାଷୀମାନଙ୍କ ଡାଟା ଅପଲୋଡ କରିବା ପାଇଁ ପିଏମ-କିଷାନ ପୋର୍ଟାଲ ଶୁଭାରମ୍ଭ କରାଯାଇଛି । ବେନିଫିଟ ଟ୍ରାନ୍ସଫର ଲାଭ ପାଇବା ପାଇଁ ପିଏମ କିଷାନ ପୋର୍ଟାଲ ହେଉଛି ଏକ ପୂର୍ଣ୍ଣାଙ୍ଗ ପ୍ଲାଟଫର୍ମ । ନିମ୍ନଲିଖିତ ଆଭିମୁଖ୍ୟ ନେଇ ପିଏମ-କିଷାନ ପୋର୍ଟାଲ ଆରମ୍ଭ କରାଯାଇଛି ।

ପୋର୍ଟାଲରେ ଚାଷୀମାନଙ୍କର ସଠିକ ବିବରଣୀ ଉପସ୍ଥାପନ

ଫାର୍ମ ପରିଚାଳନାରେ ଚାଷୀଙ୍କୁ ସମୟୋପଚିତ ସହଯୋଗ

ପିଏଫଏମଏସ ଦ୍ୱାରା ଚାଷୀଙ୍କ ଖାତାକୁ ଟଙ୍କା ଦେଣ ନେଇ ଏକୀକୃତ ପ୍ଲାଟଫର୍ମ

ଜାଗା ଅନୁଯାୟୀ ସୁଫଳ ହିତାଧିକାରୀଙ୍କ ତାଲିକା

ସାରା ଦେଶରେ ଟଙ୍କା ଦେଣ ନେଣ କାରବାରର ଟିକିନିଖି ବିବରଣୀ

 

ପିଏମ-କିଷାନ ମୋବାଇଲ ଆପ୍ଲିକେସନ

ଫେବୃୟାରୀ ୨୦୨୦ରେ ପିଏମ-କିଷାନ ମୋବାଇଲ ଆପର ଶୁଭାରମ୍ଭ କରାଯାଇଥିଲା । ଅଧିକରୁ ଅଧିକ ଚାଷୀଙ୍କ ନିକଟରେ ପହଂଚିବାକୁ ଏହି ଆପ କରାଯାଇଥିଲା । ପିଏମ-କିଷାନ ୱେବ ପୋର୍ଟାଲର ଏକ ବର୍ଦ୍ଧିକୃତ ରୂପ ହେଉଛି ପିଏମ-କିଷାନ ମୋବାଇଲ ଆପ । ଏହି ଆପ ମାଧ୍ୟମରେ ସ୍ୱ-ପଞ୍ଜିକରଣ, ବେନିଫିଟ ଷ୍ଟାଟସ ଟ୍ରାକିଂ, ମୁଖ ମଣ୍ଡଳ ଅଧିକୃତ ଇ-କେୱାଇସି ପରି କାମ କରାଯାଇଥାଏ । ମୁଖ ମଣ୍ଡଳ ଅଧିକୃତ ଅପଡେସନ ଫିଚର ଥିବା ଏହି ଆପକୁ ୨୦୨୩ରେ ଆଉଥରେ ରିଲଂଚ କରାଯାଇଥିଲା । ବିନା ଓଟିପି କିମ୍ବା ଫିଙ୍ଗରପ୍ରିଂଟରେ ଦୂର ଜାଗାରେ ରହୁଥିବା ଚାଷୀମାନେ ଏହା ମାଧ୍ୟମରେ ନିଜ ମୁଖ ମଣ୍ଡଳର ସ୍କାନିଂ କରିପାରିଲେ । ଚାଷୀମାନେ ଆଉ ଶହେ ଜଣଙ୍କୁ ବି ଇ-କେୱାଇସି ପୂରଣ କରିବାକୁ କହିପାରିଲେ । ପରେ ୫୦୦ ଚାଷୀଙ୍କ ଇ-କେୱାଇସି କରିବାକୁ ଜଣେ ଲେଖାଏଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ କେନ୍ଦ୍ର କହିଲା ।

ସୁବିଧା କେନ୍ଦ୍ର : କମନ ସର୍ଭିସ ସେଂଟର ଓ ଡାକଘର

ପଞ୍ଜିକରଣ ଓ ଅନ୍ୟାନ୍ୟ ସୁବିଧା ଲାଗି ପ୍ରାୟ ୫ ଲକ୍ଷରୁ ଅଧିକ କମନ ସର୍ଭିସ ସେଂଟର ସ୍ଥାପନ ହେଲା । ପିଏମ-କିଷାନ ଲାଗି ଆଧାର ସହ ମୋବାଇ ନମ୍ବର ଲିଙ୍କିଙ୍ଗ କିମ୍ବା ଅପଡେସନ ପାଇଁ ଡାକ ବିଭାଗ ପକ୍ଷରୁ ସୁବିଧା ଦିଆଗଲା । ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଦ୍ୱାରା ଇ-କେୱାଇସି ପୂରଣ କରାଗଲା ।

ପିଏମ-କିଷାନ ଏଆଇ ଚାଟବଟ : କିଷାନ ଇ-ମିତ୍ର

ସେପ୍ଟେମ୍ବର ୨୦୨୩ରେ ପିଏମ-କିଷାନ ଯୋଜନା ଲାଗି କିଷାନ ଇ-ମିତ୍ର ନାଁରେ ଏଆଇ ଚାଟବଟ ଶୁଭାରମ୍ଭ କରାଗଲା । ପେମେଂଟ, ପଞ୍ଜିକରଣ, ଯୋଗ୍ୟତା ନେଇ ଚାଷୀମାନଙ୍କର ରହିଥିବା ବିଭିନ୍ନ ଦ୍ୱନ୍ଦ୍ୱକୁ ଆଂଚଳିକ ଭାଷାରେ ଏହି ଚାଟବଟରେ ଅବତାରଣା କରାଯାଇଥାଏ । ଇକେ ଷ୍ଟେପ ଫାଉଣ୍ଡେସନ ଓ ଭାସିନୀ ଦ୍ୱାରା ଏହା ତିଆରି କରାଯାଇଛି । ବିଶେଷ ଭାବେ ଭାରତୀୟ ସଫ୍ଟେଓୟାର ଭାସିନୀ ମାଧ୍ୟମରେ ଭାରତୀୟ ଭାଷାରେ ଡିଜିଟାଲ ସେବା ଯୋଗାଇ ଦିଆଯାଉଛି । ପିଏମ-କିଷାନ ଅଭିଯୋଗ ଶୁଣାଣି ସିଷ୍ଟମରେ ଏଆଇ ଚାଟବଟ ଯୋଡି ହୋଇ ଚାଷୀମାନଙ୍କୁ ସଶକ୍ତ କରିପାରିଛି ।

କିଷାନ ଇ-ମିତ୍ରର କିଛି ବୈଶିଷ୍ଟ୍ୟ

ପସନ୍ଦ ଯୋଗ୍ୟ ଭାଷାରେ ୨୪ ଘଂଟିଆ ସୁବିଧା । ଯାନ୍ତ୍ରିକ ଓ ଭାଷାଗତ ବାଧକରୁ ଊର୍ଦ୍ଧ୍ୱରେ ରହି ହିନ୍ଦୀ, ଇଂରାଜୀ, ତାମିଲ, ବେଙ୍ଗଲି, ଓଡିଆ, ମାଲଲାୟମ, ଗୁଜୁରାଟୀ, ପଞ୍ଜାବୀ, ତେଲୁଗୁ, ମରାଠୀ, କନ୍ନଡ ପରି ୧୧ଟି ଆଂଚଳିକ ଭାଷାରେ ସେବା ପ୍ରଦାନ ।

ଆବେଦନର ଷ୍ଟାଟସ ସହ ପେମେଂଟ ବିବରଣୀ ପାଇପାରିବେ ।

ଭଏସ ଇନପୁଟ ଆଧାରରେ ଚାଟବଟ ସ୍ୱୟଂକ୍ରିୟ ଭାବରେ ୧୧ଟି ଭାଷାକୁ ଚିହ୍ନିପାରିବ ।

ବ୍ୟବହାରକାରୀଙ୍କ ପ୍ରଥମ ପ୍ରଶ୍ନ ଅନୁସାରେ ଚାଷୀମାନଙ୍କ ସୁବିଧା ଲାଗି ଯୋଜନା ସମ୍ପର୍କରେ ସିଷ୍ଟମରେ ପ୍ରତିଫଳନ

ଲାର୍ଜ ଲାଙ୍ଗୁଏଜ ମଡେଲ୍ସ (ଏଲଏଲଏମ) ଦ୍ୱାରା ଚାଟବଟ ପରିପୁଷ୍ଟ ହୋଇଥାଏ ।

୧୫ ଜୁଲାଇ ୨୦୨୫ ସୁଦ୍ଧା ୫୩ ଲକ୍ଷ ଚାଷୀଙ୍କ ୯୫ ଲକ୍ଷ ପ୍ରଶ୍ନକୁ ଏହି କିଷାନ ଇ-ମିତ୍ର ସମାଧାନ କରିପାରିଛି ।

ପିଏସିଏସ ବା ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ ସୋସାଇଟିଜ

ପିଏମ-କିଷାନ ସହ ପିଏସିଏସ ବା ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ ସୋସାଇଟିଗୁଡିକୁ କେନ୍ଦ୍ର ସରକାର ମିଶାଇ ୟୁନିଫର୍ମ ଏଂଟରପ୍ରାଇଜ ରିସୋର୍ସ ପ୍ଲାନିଂ (ଇଆରପି) ପ୍ଲାଟଫର୍ମ କରିଛନ୍ତି । ଏହି ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର, କମନ ସର୍ଭିସ ସେଂଟର, ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର, ଖୁଚୁରା ତୈଳ ବିକ୍ରୟ କେନ୍ଦ୍ର, ଏଲପିଜି ବିତରଣ ସେବା, ଗ୍ରାମୀଣ ଜଳ ଯୋଗାଣ ସେବାକୁ ଲିଙ୍କିଙ୍ଗ କରିବା ପାଇଁ ସୁବିଧା ରହିଛି ।

ଚାଷୀ ପଞ୍ଜିକରଣ

ପିଏମ-କିଷାନ ଯୋଜନାରେ ଚାଷୀମାନଙ୍କୁ ସର୍ବତୋ ଭାବେ ସୁବିଧା ଦେବା ସବୁଠାରୁ ବଡକଥା । ଡିଜିଟାଲ କ୍ଷେତ୍ରରେ ସ୍ୱଚ୍ଛ ସୁବିଧା ପ୍ରଦାନ କରିବା ଏହାର ଲକ୍ଷ୍ୟ । ଏହାକୁ ଆଖିରେ କୃଷି ବିଭାଗ ଫାର୍ମର ରେଜିଷ୍ଟ୍ରି ନାଁରେ ଏକ ତରିକା ଆପଣେଇଛି । ଏହା ମାଧ୍ୟମରେ ଚାଷୀମାନେ ସରକାରଙ୍କର ବିଭିନ୍ନ ସାମାଜିକ ଜନମଙ୍ଗଳକାରୀ ଯୋଜନାର ସୁଫଳ ପାଇ ପାରିବେ । ଏହା ପୂର୍ବରୁ ସରକାରଙ୍କର ଜନହିତକର ଯୋଜନାର ସୁଫଳ ପାଇବାକୁ ଚାଷୀମାନଙ୍କୁ ସମୟ ଲାଗୁଥିଲା । ଏହି ରେଜିଷ୍ଟ୍ରି ଗଠନ ହେବା ପରେ ଚାଷୀମାନେ ଏବେ ବିନା ବାଧାବିଘ୍ନରେ ସୁଫଳ ପାଇପାରିବେ ।

ଉପସଂହାର

ଲକ୍ଷ ଲକ୍ଷ ଚାଷୀଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ପିଏମ-କିଷାନ ଏକ ମାଇଲଖୁଂଟ ସାବ୍ୟସ୍ତ ହୋଇଛି । ଶକ୍ତିଶାଳୀ ଡିଜିଟାଲ ପୃଷ୍ଠଭୂମି, ରୀତିମତ ଅପଗ୍ରେଡେସନ, ଇ-କେୱାଇସି, ଫାର୍ମର ରେଜିଷ୍ଟ୍ରି, ଏଆଇ ସମ୍ବଳିତ ସେବା ପରି ଅନେକ ବିଭବ ଲାଗି ଏହି ଯୋଜନା ଏବେ ସଶକ୍ତ ହୋଇପାରିଛି ।

ବିକଶିତ ଭାରତରେ କୌଣସି ଚାଷୀ ଯେପରି ଏହି ସେବା ଓ ସୁବିଧାରୁ ବଂଚିତ ନହୁଏ ସେଥିପ୍ରତି ଦୃଷ୍ଟି ଦେବା ଉଚିତ । ଭାରତବର୍ଷର ଚାଷୀକୂଳଙ୍କ ଭବିଷ୍ୟତ ଲାଗି ପିଏମ-କିଷାନ ଯୋଜନା ଏକ ନିର୍ଭର ଯୋଗ୍ୟ ବଳିଷ୍ଠ ମାଧ୍ୟମ ।

PBD


(रिलीज़ आईडी: 2193061) आगंतुक पटल : 19
इस विज्ञप्ति को इन भाषाओं में पढ़ें: English , Odia , Urdu , हिन्दी , Bengali , Gujarati