PIB Headquarters
ଡିପିଡିପି ଆଇନ, ୨୦୨୫ ବିଜ୍ଞପ୍ତି
ନାଗରିକ କୈନ୍ଦ୍ରିକ ବ୍ୟକ୍ତିଗତ ଗୋପନୀୟତା ସୁରକ୍ଷା ଓ ଡାଟା ବ୍ୟବହାରରେ ଦାୟିତ୍ୱ ବୋଧତା
प्रविष्टि तिथि:
17 NOV 2025 10:44AM by PIB Bhubaneshwar
ମୁଖ୍ୟାଂଶ
- ସାରା ଦେଶରେ ଚର୍ଚ୍ଚା ପରେ ୧୪ ନଭେମ୍ବର ୨୦୨୫ରେ ଡିପିଡିପି ଆଇନ, ୨୦୨୫ର ବିଜ୍ଞପ୍ତି ପ୍ରକାଶ
- ଚୁଡାନ୍ତ ଆଇନ ହେବା ଯାଏ ୬,୯୧୫ ଇନପୁଟ ପ୍ରାପ୍ତ
- ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ, ୨୦୨୩ ପୂର୍ଣ୍ଣ କାର୍ଯ୍ୟକ୍ଷମ
ଉପକ୍ରମ
୧୪ ନଭେମ୍ବର ୨୦୨୫ରେ ଭାରତ ସରକାର ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ (ଡିପିଡିପି) ନିୟମ ୨୦୨୫ ବିଜ୍ଞାପିତ କରିଥିଲେ । ଏହା ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ ୨୦୨୩ (ଡିପିଡିପି ଆକ୍ଟ) ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ବୋଲି ସୂଚନା ଦେଇଥାଏ । ଡିଜିଟାଲ ପର୍ସନାଲ ଡାଟା ବ୍ୟବହାର କ୍ଷେତ୍ରରେ ଉଭୟ ଆଇନ ଓ ନିୟମ କ୍ଷେତ୍ରରେ ନାଗରିକମାନଙ୍କୁ ଏକ ସ୍ୱଚ୍ଛ ଓ ନାଗରିକ କୈନ୍ଦ୍ରିକ ଫ୍ରେମୱାର୍କ ଏହା ଦେବ ବୋଲି ବିଶ୍ୱାସ କରାଯାଏ । ବ୍ୟକ୍ତିଗତ ଅଧିକାର ଓ ଆଇନଗତ ଡାଟା ପ୍ରୋସେସିଂ କ୍ଷେତ୍ରରେ ଏହା ସମାନ ଗୁରୁତ୍ୱ ଦେବ ।
ଚୁଡାନ୍ତ କରିବା ପୂର୍ବରୁ ଡ୍ରାଫ୍ଟ ନିୟମ ସମ୍ପର୍କରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସାଧାରଣ ଲୋକଙ୍କ ପାଖରୁ ମତାମତ ସଂଗ୍ରହ କରିଥିଲା । ଦିଲ୍ଲୀ, ମୁମ୍ବାଇ, ଗୁଆହାଟି, କୋଲକାତା, ହାଇଦ୍ରାବାଦ, ବେଙ୍ଗାଳୁରୁ, ଚେନ୍ନାଇରେ ପରାମର୍ଶ କେନ୍ଦ୍ର ଖୋଲିଥିଲା । ଏହି ଆଲୋଚନାରେ ଅଧିକ ସଂଖ୍ୟକ ସହଭାଗିତା ଦେଖିବାକୁ ମିଳିଥିଲା । ଷ୍ଟାର୍ଟ ଅପ, ଏମଏସଏମଇ, ଶିଳ୍ପ ଜଗତ, ଆବାସିକ ସଂଘ, ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ବହୁ ପରାମର୍ଶ ଦେଇଥିଲେ । ନାଗରିକମାନେ ବି ସେମାନଙ୍କର ମତାମତ ଦେଇଥିଲେ । ଏପରି ପରାମର୍ଶ ବେଳେ ପ୍ରାୟ ୬, ୯୧୫ଟି ଇନପୁଟ ହସ୍ତଗତ ହୋଇଥିଲା । ଏପରି ଛୋଟ ଛୋଟ ଅବଦାନ ମୁଖ୍ୟ ନିଷ୍କର୍ସ ବାହାରିବା ଯାଏ ବହୁ କାମ ଦେଇଥିଲା ।
ନିୟମଗୁଡିକର ବିଜ୍ଞପ୍ତି ପରେ ଡାଟା ସୁରକ୍ଷା ଲାଗି ଭାରତ ପାଖରେ ଏବେ ଏକ ପ୍ରତ୍ୟକ୍ଷ ବ୍ୟବସ୍ଥା କରାଯାଇପାରିଛି । ଭାରତର ବିକଶିତ ଡିଜିଟାଲ ଇକୋ ସିଷ୍ଟମ ଲାଗି ଏହା ଇଜ ଅଫ ଅଣ୍ଡରଷ୍ଟାଣ୍ଡିଙ୍ଗକୁ ସହଯୋଗ କରିଥାଏ ।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ, ୨୦୨୩
୧୧ ଅଗଷ୍ଟ ୨୦୨୩ରେ ସଂସଦ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ ୨୦୨୩ କାର୍ଯ୍ୟକାରୀ କଲା । ଆମ ଦେଶରେ ବ୍ୟକ୍ତିଗତ ଡିଜିଟାଲ ଡାଟାର ସୁରକ୍ଷା ଲାଗି ଏହି ଆଇନ ଏକ ପୂର୍ଣ୍ଣକ୍ଷମ ଫ୍ରେମୱାର୍କ ସୃଷ୍ଟି କରିଛି । କୌଣସି ଅନୁଷ୍ଠାନ ଏହି ଡାଟା ବ୍ୟବହାର କିମ୍ବା ସଂଗ୍ରହ ନେଇ କଣ କରିବା ଉଚିତ ଏହା ବୁଝାଇଥାଏ । ଏହି ଆଇନ ଏସଏଆରଏଏଲ ଆଭିମୁଖ୍ୟକୁ ଗ୍ରହଣ କରିଥାଏ । ଏହା ସରଳ, ଗ୍ରହଣଯୋଗ୍ୟ, ପ୍ରଜ୍ଞାଦୀପ୍ତ ଓ କାର୍ଯ୍ୟକ୍ଷମ ବୋଲି ସୂଚାଇଥାଏ । ଏହି ଆଇନ ସମ୍ପର୍କରେ ସରଳ ଭାଷାରେ ଅବତାରଣା କରାଯାଇଛି ଫଳରେ କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟୀ ଏହା ସମ୍ପର୍କରେ ସହଜରେ ବୁଝିପାରିବେ ।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ, ୨୦୨୩ର ପ୍ରମୁଖ ପରିଭାଷା
- ଡାଟା ଫିଡୁସିଆରି : ଏକୁଟିଆ କିମ୍ବା ଅନ୍ୟମାନଙ୍କ ସହ ବ୍ୟକ୍ତିଗତ ଡାଟା ବ୍ୟବହାର କାହିଁକି ଓ କିପରି ପ୍ରକ୍ରିୟାକରଣ ହୁଏ ତାହା ସ୍ଥିର କରିଥାଏ ।
- ଡାଟା ପ୍ରିନସିପାଲ : ବ୍ୟକ୍ତିଗତ ଡାଟା ବ୍ୟବହାରକାରୀଙ୍କୁ ବୁଝାଇଥାଏ । ଯଦି ଶିଶୁ ହୋଇଥାଏ ତେବେ ତାଙ୍କ ଅଭିଭାବକ କିମ୍ବା ଆଇନଗତ ତତ୍ୱାବଧାରକଙ୍କୁ ବୁଝାଇଥାଏ । ସ୍ୱାଧୀନ ଭାବରେ କାମ କରିପାରୁନଥିବା ଭିନ୍ନକ୍ଷମଙ୍କ ପାଇଁ ଆଇନଗତ ତତ୍ୱାବଧାରକ ।
- ଡାଟା ପ୍ରୋସେସର : ଡାଟା ଫିଡୁସିଆରି ପକ୍ଷରୁ ବ୍ୟକ୍ତିଗତ ଡାଟା ପ୍ରକ୍ରିୟାକରଣକାରୀ ।
- କନସେଂଟ ମ୍ୟାନେଜର : ଏକକ, ସ୍ୱଚ୍ଛ, ଆନ୍ତଃ କାର୍ଯ୍ୟକ୍ଷମ ପ୍ଲାଟଫର୍ମ ଯାହା ମାଧ୍ୟମରେ ଡାଟା ପ୍ରିନସିପାଲ ପରିଚାଳନା, ସମୀକ୍ଷା, ଦାନ, ପ୍ରତ୍ୟାହୃତି ପରି ବିଭିନ୍ନ କାମ କରିପାରେ ।
- ଆପିଲେଟ ଟ୍ରିବ୍ୟୁନାଲ : ଟେଲିକମ ଡିସପ୍ୟୁଟ୍ସ ସେଟେଲମେଂଟ ଆଣ୍ଡ ଆପିଲେଟ ଟ୍ରିବ୍ୟୁନାଲ (ଟିଡିଏସଏଟି) - ଡାଟା ସୁରକ୍ଷା ବୋର୍ଡର ନିଷ୍ପତି ବିରୁଦ୍ଧରେ ଶୁଣୁଥିବା ଅଥରିଟି
ଏହି ଆଇନ ସାତଟି ମୁଖ୍ୟ ନିୟମ ଉପରେ ପର୍ଯ୍ୟବସିତ । ଏଥିରେ ସହମତି, ସ୍ୱଚ୍ଛତା, ସସୀମ ଲକ୍ଷ୍ୟ, ଡାଟା ହ୍ରାସ, ସଠିକତା, ସସୀମ ଷ୍ଟୋରେଜ, ସୁରକ୍ଷା ନିରାପତା, ଉତରଦାୟିତ୍ୱ ପ୍ରମୁଖ ଅନ୍ତର୍ଭୁକ୍ତ । ଡାଟା ପ୍ରକ୍ରିୟାକରଣର ପ୍ରତିଟି କ୍ଷେତ୍ରରେ ଏହି ଆଇନ ମାର୍ଗଦର୍ଶନ କରେ । ଆଇନଗତ ଓ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ପାଇଁ ବ୍ୟକ୍ତିଗତ ଡାଟା ବ୍ୟବହାରକୁ ଏହା ସୁନିଶ୍ଚିତ କରେ ।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ ୨୦୨୩ର ଦଣ୍ଡବିଧାନ
ଡାଟା ଫିଡୁସିଆରୀମାନେ ଅମାନିଆ ହେଲେ ଡିପିଡିପି ଆଇନ ଅନୁସାରେ ସେମାନଙ୍କୁ ଆର୍ଥିକ ଦଣ୍ଡିତ କରାଯାଏ । ସୁରକ୍ଷା ନିରାପତା ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେଲେ ୨୫୦ କୋଟି ଯାଏ ଅଧିକରୁ ଅଧିକତମ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି । ବୋର୍ଡକୁ ନଜଣାଇ ଡାଟା ବ୍ୟବହାର କିମ୍ବା ଶିଶୁମାନଙ୍କ ପ୍ରତି ଆନୁଗତ୍ୟରେ ଖିଲାପ ପାଇଁ ୨୦୦ କୋଟି ଯାଏ ଦଣ୍ଡ ବିଧାନର ନିୟମ ରହିଛି । ଅନ୍ୟାନ୍ୟ କୌଣସି କାରଣ ଲାଗି ଡାଟା ଫିଡୁସିଆରୀର ତ୍ରୁଟି ଲାଗି ୫୦ କୋଟି ଯାଏ ବି ଦଣ୍ଡ ବିଧାନ କରାଯିବାର ନିୟମ ରହିଛି ।
ବ୍ୟକ୍ତିଗତ ଡାଟାକୁ ସୁରକ୍ଷା ଦେବା ସହ ଏହାର ବ୍ୟବହାର ଲାଗି ଉତରଦାୟିତ୍ୱତା ନିର୍ବାହ କରିବାକୁ ଏହି ଆଇନ ଖସଡା ପ୍ରସ୍ତୁତ କରିଛି । ଏହା ଡାଟା ପ୍ରିନସିପାଲମାନଙ୍କୁ ସେମାନଙ୍କ ଡାଟାର ବ୍ୟବହାର ସମ୍ପର୍କରେ ଜାଣିବା, ପରିବର୍ତନ କରିବା କିମ୍ବା ଉଚ୍ଛେଦ କରିବାର ଅଧିକାର ଦେଇଛି ।
ଏକାଠି ଉଭୟ ଆଇନ ଓ ନିୟମ ଏକ ଦୃଢ ଓ ସୁସଂହତ ପ୍ରଣାଳୀ ତିଆରି କରିପାରିବେ । ବ୍ୟକ୍ତିଗତ ଗୋପନୀୟତାକୁ ମଜବୁତ କରିବା ଓ ଲୋକଙ୍କର ବିଶ୍ୱାସଭାଜନ ହେବା ସହ ଦାୟିତ୍ୱସମ୍ପନ୍ନ ଆବିଷ୍କାରକୁ ଏହା ସହଯୋଗ କରିବ । ଏକ ସୁରକ୍ଷିତ ଓ ବୈଶ୍ୱିକ ପ୍ରତିଯୋଗିତାମୂଳକ ଭାବଧାରାରେ ଭାରତର ଡିଜିଟାଲ ଅର୍ଥନୀତିର ବିକାଶରେ ଏହା ସହାୟକ ହୋଇପାରିବ ।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ନିୟମ ୨୦୨୫ - ବିହଙ୍ଗାବଲୋକନ
ଡିପିଡିପି ଆଇନ, ୨୦୨୩କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ନିୟମ ୨୦୨୫ ରହିଛି । ଦ୍ରୁତ ପ୍ରଗତିଶୀଳ ଡିଜିଟାଲ ଦୁନିଆରେ ବ୍ୟକ୍ତିଗତ ଡାଟା ସୁରକ୍ଷା ଲାଗି ଏକ ସ୍ୱଚ୍ଛ ପ୍ରଣାଳୀ ତିଆରି କରାଯାଇଛି । ନାଗରିକମାନଙ୍କର ଅଧିକାର ସହ ଅନୁଷ୍ଠାନଗୁଡିକର ଦାୟିତ୍ୱପୂର୍ଣ୍ଣ ଡାଟା ବ୍ୟବହାର ସମ୍ପର୍କରେ ଏହା ଫୋକସ କରିଥାଏ । ଅନଧିକୃତ ବ୍ୟାବସାୟିକ ଡାଟା ବ୍ୟବହାରକୁ ଏହା ଲଗାମ ଦେଇଥାଏ । ଡିଜିଟାଲ କ୍ଷତି ହ୍ରାସ ସହ ନିରାପଦ ଇନୋଭେସନ ଲାଗି ଏହା ମାର୍ଗ ପ୍ରସ୍ତୁତ କରେ । ଭାରତର ଏକ ଦୃଢ ଓ ନିର୍ଭରଯୋଗ୍ୟ ଡିଜିଟାଲ ଅର୍ଥନୀତି ଲାଗି ଏହା ସହଯୋଗ କରେ ।
ଉପରୋକ୍ତ ଦୃଷ୍ଟିକୋଣରେ ଏହି ନିୟମ କିଛି ପ୍ରମୁଖ ପ୍ରୋଭିଜନର ରୂପରେଖ ତିଆରି କରେ :
ପର୍ଯ୍ୟାୟଭୁକ୍ତ ପ୍ରତ୍ୟକ୍ଷୀକରଣ
ନିୟମ ଅନୁସାରେ କମ୍ପ୍ଲ୍ଲିୟାନ୍ସ ପାଇଁ ୧୮ ମାସିଆ ସମୟ ଦିଆଯାଏ । ଅନୁଷ୍ଠାନଗୁଡିକୁ ସିଷ୍ଟମ ଆଡଜଷ୍ଟ କରିବା ସହ ଦାୟିତ୍ୱସମ୍ପନ୍ନ ଡାଟା ଅଭ୍ୟାସ ଆପଣେଇବା ଲାଗି ଏହା ପର୍ଯ୍ୟାପ୍ତ ସମୟ ଦେଇଥାଏ । ପଢିବା ଓ ବୁଝିବା ଲାଗି ପ୍ରତ୍ୟେକ ଡାଟା ଫିଡୁସିଆରୀ ସ୍ୱତନ୍ତ୍ର ସହମତି ଦେବା ଆବଶ୍ୟକ । ବ୍ୟକ୍ତିଗତ ଡାଟାର ବ୍ୟବହାର ଓ ଉପଯୋଗ ସମ୍ପର୍କରେ ତାଙ୍କ ନୋଟିସ ବୁଝାଇବା ଦରକାର । ସହମତି ମ୍ୟାନେଜରମାନେ ଭାରତରେ କମ୍ପାନୀ ଭିତିକ ଦେବା ବିଧେୟ ।
ବ୍ୟକ୍ତିଗତ ଡାଟା ଉଲ୍ଲଙ୍ଘନକାରୀ ବିଜ୍ଞପ୍ତି ନେଇ ପ୍ରୋଟୋକଲ୍ସ
ବ୍ୟକ୍ତିଗତ ଡାଟା ଉଲ୍ଲଙ୍ଘନ ସମ୍ପର୍କରେ ସୂଚନା ଦେବା ଲାଗି ଏହି ନିୟମ ସରଳ ଓ ସମୟୋଦ୍ଦୀପକ ପ୍ରକ୍ରିୟା ସ୍ଥିର କରିଥାଏ । ଉଲ୍ଲଙ୍ଘନ ହେଲେ ଡାଟା ଫିଡୁସିଆରୀ ବିଳମ୍ବ ନକରି ପ୍ରଭାବିତ ବ୍ୟକ୍ତି ବିଶେଷଙ୍କୁ ସୂଚନା ଦେଇଥାଏ । ସରଳ ଓ ବୋଧଗମ୍ୟ ଭାଷାରେ ସମ୍ଭାବ୍ୟ ପଦକ୍ଷେପ ସମ୍ପର୍କରେ ମେସେଜଟି ସୂଚନା ଦେଇଥାଏ । ସାହାଯ୍ୟ ପାଇଁ ଯୋଗାଯୋଗ ବିବରଣୀକୁ ବି ଅନ୍ତର୍ଭୁକ୍ତ କରାଯାଇଥାଏ ।
ସ୍ୱଚ୍ଛତା ଓ ଉତରଦାୟିତ୍ୱତା ପଦକ୍ଷେପ
ବ୍ୟକ୍ତିଗତ ଡାଟା ସମ୍ପର୍କରେ କୌଣସି ଅନୁସନ୍ଧାନ ଲାଗି ଡାଟା ଫିଡୁସିଆରୀ ସ୍ୱଚ୍ଛ ଭାବରେ ଯୋଗାଯୋଗ ସୂଚୀକୁ ପ୍ରଦର୍ଶନ କରିବା ଦରକାର । ଏହା କୌଣସି ଅଧିକୃତ ଅଧିକାରୀ କିମ୍ବା ଡାଟା ସୁରକ୍ଷା ଅଧିକାରୀର ହୋଇପାରେ । ଡାଟା ଫିଡୁସିଆରୀମାନେ ସ୍ୱାଧୀନ ଭାବରେ ଅଡିଟ କରିବା ଉଚିତ । କୌଣସି ନୂଆ କିମ୍ବା ସମ୍ବେଦନଶୀଳ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ । କେତେକ କ୍ଷେତ୍ରରେ ସେମାନେ ସରକାରୀ ଅନୁଦେଶକୁ ବି ପାଳନ କରିବା ଉଚିତ ।
ଡାଟା ପ୍ରିନସିପାଲମାନଙ୍କ ଅଧିକାରର ସୁଦୃଢିକରଣ
ଆଇନ ଅଧୀନରେ ରହିଥିବା ଅଧିକାରକୁ ନିୟମଗୁଡିକ କାର୍ଯ୍ୟକ୍ଷମ କରିଥାନ୍ତି । ବ୍ୟକ୍ତିଗତ ଡାଟା ବ୍ୟବହାର କିମ୍ବା ସଂଶୋଧନ ବା ଅପଡେସନ ଲାଗି ବ୍ୟକ୍ତି ପ୍ରଶ୍ନ କରିପାରିବ । ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଡାଟା ଉଚ୍ଛେଦ ଲାଗି ସେମାନେ ଅନୁରୋଧ କରିପାରିବେ । ଅଧିକାର ସାବ୍ୟସ୍ତ କରିବା ଲାଗି ସେମାନେ କାହାକୁ ବି ଚୟନ କରିପାରିବେ । ନବେ ଦିନ ଭିତରେ ଡାଟା ଫିଡୁସିଆରୀମାନେ ଏଭଳି ଅନୁରୋଧର ଉତର ଦେବା କଥା ।
ଡିଜିଟାଲ ଫାଷ୍ଟ ଡାଟା ସୁରକ୍ଷା ବୋର୍ଡ
ଏହି ନିୟମ ଦ୍ୱାରା ଭାରତର ଚାରି ଜଣିଆ ଡିଜିଟାଲ ଡାଟା ସୁରକ୍ଷା ବୋର୍ଡ ପ୍ରତିଷ୍ଠା ହୋଇଛି । ଉତ୍ସର୍ଗୀକୃତ ପୋର୍ଟାଲ ମାଧ୍ୟମରେ ଅନଲାଇନ ମାଧ୍ୟମରେ ନାଗରିକମାନେ ଅଭିଯୋଗ ଦାଖଲ କରିପାରିବେ ଓ ସେମାନଙ୍କର କେସକୁ ଟ୍ରାକ କରିପାରିବେ । ଆପିଲେଟ ଟ୍ରିବ୍ୟୁନାଲ ବା ଟିଡିଏସଏଟି ମାଧ୍ୟମରେ ବୋର୍ଡର ନିଷ୍ପତି ବିରୁଦ୍ଧରେ ଆଗତ ମାମଲାର ଶୁଣାଣି ହୋଇଥାଏ ।
ବ୍ୟକ୍ତି ବିଶେଷକୁ ଡିପିଡିପି ନିୟମ କିପରି ସଶକ୍ତ କରିଥାଏ
ଭାରତର ଡାଟା ସୁରକ୍ଷା ପ୍ରଣାଳୀର କେନ୍ଦ୍ରରେ ବ୍ୟକ୍ତିକୁ ଡିପିଡିପି ଫ୍ରେମୱାର୍କ ଅବସ୍ଥାପିତ କରିଥାଏ । ପ୍ରତି ନାଗରିକଙ୍କ ବ୍ୟକ୍ତିଗତ ଡାଟା ଉପରେ ଏହା ନିରଙ୍କୁଶ ନିୟନ୍ତ୍ରଣ ଦେବା ଲାଗି ଚେଷ୍ଟା କରିଥାଏ । ସରଳ ଭାଷାରେ ନିୟମଗୁଡିକ ଲେଖାଯାଇଥାଏ ଫଳରେ କୌଣସି ଲୋକ ସହଜରେ ଏହାକୁ ଜାଣିପାରିବେ । ବ୍ୟକ୍ତିଗତ ଡାଟା ଖର୍ଚ୍ଚ କରିବା ନେଇ ବିଭିନ୍ନ ସଂସ୍ଥାକୁ ଏହା ଦାୟିତ୍ୱ ସମ୍ପନ୍ନ ଭାବେ କାମ କରିବାକୁ ପ୍ରବର୍ତାଇ ଥାଏ ।
ଅଧିକାର ଓ ନାଗରିକଙ୍କ ସୁରକ୍ଷା
ସହମତି କିମ୍ବା ପ୍ରତ୍ୟାଖ୍ୟାନ ଅଧିକାର
ବ୍ୟକ୍ତିଗତ ଡାଟା ବ୍ୟବହାର କରିବା ନେଇ ପ୍ରତି ବ୍ୟକ୍ତିଙ୍କର ସହମତି କିମ୍ବା ପ୍ରତ୍ୟାଖ୍ୟାନ କରିବାର ଅଧିକାର ରହିଛି । ସହମତିଟି ସ୍ୱଚ୍ଛ ଓ ବୋଧଗମ୍ୟ ହେବା ଦରକାର । କୌଣସି ସମୟରେ ସହମତି ପ୍ରତ୍ୟାହୃତ କରିବାର ଅଧିକାର ବ୍ୟକ୍ତି ପାଖରେ ରହିବ ।
ଡାଟା ବ୍ୟବହାର ସମ୍ପର୍କରେ ଜାଣିବା ନେଇ ଅଧିକାର
ବ୍ୟକ୍ତିଗତ ଡାଟା ସଂଗ୍ରହ, ଏହାର କାରଣ ଓ ତରିକା ନେଇ ନାଗରିକମାନେ ସୂଚନା ମାଗିି ପାରିବେ । ସରଳ ଫର୍ମରେ ସଂସ୍ଥା ପକ୍ଷରୁ ସୂଚନା ଦିଆଯିବ ।
ବ୍ୟକ୍ତିଗତ ଡାଟା ପ୍ରାପ୍ତି ଅଧିକାର
ଡାଟା ଫିଡୁସିଆରୀ ଦ୍ୱାରା ଅଟକ ବ୍ୟକ୍ତିଗତ ଡାଟାର ଏକ ନକଲ କପି ବ୍ୟକ୍ତିବିଶେଷ ମାଗିପାରିବେ ।
ବ୍ୟକ୍ତିଗତ ଡାଟା ସଂଶୋଧନ ଅଧିକାର
ଅସମ୍ପୂର୍ଣ୍ଣ ବ୍ୟକ୍ତିଗତ ଡାଟା ସଂଶୋଧନ କରିବାକୁ ବ୍ୟକ୍ତି ଅନୁରୋଧ କରିପାରିବେ ।
ବ୍ୟକ୍ତିଗତ ଡାଟା ଅପଡେସନ ଅଧିକାର
ନୂଆ ଠିକଣା କିମ୍ବା ଯୋଗାଯୋଗ ନମ୍ବର ଆସିଲେ ନାଗରିକମାନେ ବଦଳାଇବାକୁ କହିପାରିବେ ।
ବ୍ୟକ୍ତିଗତ ଡାଟା ଉଚ୍ଛେଦ ଅଧିକାର
କେତେକ କ୍ଷେତ୍ରରେ ବ୍ୟକ୍ତିଗତ ଡାଟା ଉଚ୍ଛେଦ ଲାଗି ନାଗରିକମାନେ କହିପାରିବେ । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଡାଟା ଫିଡୁସିଆରୀମାନେ ଏନେଇ ସ୍ଥିର ନିଶ୍ଚିତ କରିବେ ।
ଆଉ ଜଣେ ବ୍ୟକ୍ତିକୁ ମନୋନୀତ କରିବା ଅଧିକାର
ନିଜ ପକ୍ଷରୁ ପ୍ରତିଟି ବ୍ୟକ୍ତି ଜଣକୁ ମନୋନୀତ କରିବାର ଅଧିକାର ରହିଛି । ବିଭିନ୍ନ ପ୍ରକାର ଅସମୟରେ ଏହା କାମରେ ଆସିଥାଏ ।
ନବେ ଦିନ ଭିତରେ ନିଶ୍ଚିତ ଉତର
ସମୟୋପଚିତ ପଦକ୍ଷେପ ଓ ଉତରଦାୟିତ୍ୱତାକୁ ଆଖିରେ ରଖି ଅଧିକରୁ ଅଧିକ ନବେ ଦିନ ଭିତରେ ଡାଟା ଫିଡୁସିଆରୀମାନେ ବ୍ୟକ୍ତିଗତ ଡାଟା ପ୍ରାପ୍ତି, ସଂଶୋଧନ, ଉଚ୍ଛେଦ ନେଇ କାମ କରିବେ ।
ବ୍ୟକ୍ତିଗତ ଡାଟା ଉଲ୍ଲଙ୍ଘନ ହେଲେ ସୁରକ୍ଷା ପଦକ୍ଷେପ
ଉଲ୍ଲଙ୍ଘନ ହେଲେ ନାଗରିକମାନେ ସୂଚିତ ହେବା ଜରୁରୀ । ଘଟଣା ଓ ପଦକ୍ଷେପ ସମ୍ପର୍କରେ ମେସେଜଟି ବର୍ଣ୍ଣନା କରିବା ଉଚିତ । କୌଣସି କ୍ଷତି ପହଂଚାଇବା ପୂର୍ବରୁ ଲୋକଙ୍କୁ କାମ କରିବାକୁ ଏହା ସହଯୋଗ କରେ ।
ଅନୁସନ୍ଧାନ ଓ ଅଭିଯୋଗ ଲାଗି ସ୍ୱଚ୍ଛ ଠିକଣା
ବ୍ୟକ୍ତିଗତ ଡାଟା ସମ୍ବନ୍ଧିତ ସମସ୍ତ ପ୍ରଶ୍ନ ଲାଗି ଡାଟା ଫିଡୁସିଆରୀମାନେ ଯୋଗାଯୋଗର ମାଧ୍ୟମ ବତାଇବେ । ଏହା କୌଣସି ଅଧିକୃତ ଅଧିକାରୀ ହୋଇପାରନ୍ତି କିମ୍ବା ଡାଟା ସୁରକ୍ଷା ଅଧିକାରୀ ହୋଇପାରନ୍ତି ।
ଶିଶୁମାନଙ୍କ ଲାଗି ସ୍ୱତନ୍ତ୍ର ସୁରକ୍ଷା
କୌଣସି ଶିଶୁର ବ୍ୟକ୍ତିଗତ ଡାଟା ନେଇ ତାର ଅଭିଭାବକଙ୍କର ଅନୁମତି ଆବଶ୍ୟକ । ସ୍ୱାସ୍ଥ୍ୟ ଓ ଶିକ୍ଷା ଛଡା ଏହି ଅନୁମତି ଆବଶ୍ୟକ ହୋଇଥାଏ ।
ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ସୁରକ୍ଷା
ଯଦି କୌଣସି ଭିନ୍ନକ୍ଷମ ବ୍ୟକ୍ତି ଆଇନଗତ ନିଷ୍ପତି ନେଇପାରୁନି ତେବେ ସେମାନଙ୍କର ଆଇନଗତ ଅଭିଭାବକ ଅନୁମତି ଦେବେ । ପ୍ରଚଳିତ ନିୟମାନୁସାରେ ଅଭିଭାବକଙ୍କୁ ପରୀକ୍ଷା କରାଯିବ ।
ଆରଟିଆଇ ଆକ୍ଟ ସହ ଡିପିଡିପି କିପରି ସମତୁଲତା ରକ୍ଷାକରେ
ବ୍ୟକ୍ତିଗତ ଗୋପନୀୟ ଅଧିକାରକୁ ଡିପିଡିପି ଆଇନ ଓ ନିୟମ ସୁରକ୍ଷିତ ରଖୁଥିବା ବେଳେ ଆରଟିଆଇ କିମ୍ବା ରାଇଟ ଟୁ ଇନଫର୍ମେସନ ଆଇନ ସହ ଏହା ମିଶି କାମ କରିଥାଏ ।
ଆରଟିଆଇ ଆଇନର ସଂଶୋଧିତ ସେକ୍ସନ ୮(୧)ଜେ ଡିପିଡିପି ଆଇନ ମାଧ୍ୟମରେ ଏହି ପରିବର୍ତନ ଦେଖିବାକୁ ମିଳିଛି । ପୁଟ୍ଟସ୍ୱାମୀ କେସରେ ବ୍ୟକ୍ତିଗତ ଗୋପନୀୟତାକୁ ଏକ ମୌଳିକ ଅଧିକାର ଭାବରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ବ୍ୟକ୍ତିଗତ ଗୋପନୀୟତାକୁ ସୁରକ୍ଷା ଦେବା ଲାଗି ଅନେକ ଦିନ ଆଗରୁ କରାଯାଇଥିବା କଟକଣାକୁ ଆଇନ ପରିସରକୁ ଆଣିବାକୁ ଏହା ଏକ ବଳିଷ୍ଠ ଉଦ୍ୟମ । ଏହି ସଂଶୋଧନ କୌଣସି ଅସ୍ଥିରତାକୁ ପ୍ରତିହତ କରେ ଓ ଆରଟିଆଇ ଆକ୍ଟର ସ୍ୱଚ୍ଛ ପରିସର ସହ କୌଣସି ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଉପୁଜାଏ ନାହିଁ ।
ବ୍ୟକ୍ତିଗତ ସୂଚନାର ପ୍ରକାଶକୁ ଏହି ସଂଶୋଧନ ପ୍ରତିହତ କରେନି । ନିହିତ ବ୍ୟକ୍ତିଗତ ସ୍ୱାର୍ଥକୁ ବିଚାର କରି ସୂଚନାକୁ ସମୀକ୍ଷା କରିବାକୁ ଏହା କ୍ଷେତ୍ର ପ୍ରସ୍ତୁତ କରିଥାଏ । ଆରଟିଆଇ ଆକ୍ଟର ସେକ୍ସନ ୮ (୨) ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ରହିଛି । ଏହାରି ବଳରେ କୌଣସି ଅଧିକାରୀ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସୂଚନା ଦେଇପାରିବେ ।
ଉପସଂହାର
ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ ଓ ଡିପିଡିପି ନିୟମ ସାରା ଦେଶରେ ଏକ ନିର୍ଭରଯୋଗ୍ୟ ଡିଜିଟାଲ ଫ୍ରେମୱାର୍କ ତିଆରି କରିପାରିଛନ୍ତି । ବ୍ୟକ୍ତିଗତ ଡାଟା ବ୍ୟବହାର ନେଇ ସେମାନେ ଏକ ସ୍ୱଚ୍ଛତା ଆଣିପାରିଛନ୍ତି । ବ୍ୟକ୍ତିର ମୌଳିକ ଅଧିକାରକୁ ସମ୍ମାନ ଜଣାଇ ସଂସ୍ଥାଗୁଡିକର ଉତରଦାୟିତ୍ୱତାକୁ ନିର୍ଣ୍ଣୟ କରିଛନ୍ତି । ଜନମତ ସଂଗ୍ରହ କରାଯାଇ ଏହି ଫ୍ରେମୱାର୍କକୁ ତିଆରି କରାଯାଇଛି । ଭାରତବର୍ଷର ଡିଜିଟାଲ ଅର୍ଥନୀତିର ବିକାଶରେ ଏହା ବେଶ ସହାୟକ ହୋଇପାରିଛି ।
PBD
(रिलीज़ आईडी: 2192088)
आगंतुक पटल : 9