ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେରଳ ପିରାଭି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
01 NOV 2025 9:35AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳ ପିରାଭି ଅବସରରେ କେରଳବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, କେରଳର ଲୋକମାନେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିଛନ୍ତି ଏବଂ ସୃଜନଶୀଳତା ତଥା ନବାଚାର ପାଇଁ ସେମାନେ ବେଶ୍ ଜଣାଶୁଣା । ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ପ୍ରାକୃତିକ ଦୃଶ୍ୟ ଏବଂ ଶତାବ୍ଦୀ ପୁରୁଣା ଐତିହ୍ୟ ଭାରତର ସ୍ପନ୍ଦନଶୀଳ ସାଂସ୍କୃତିକ ମହିମାକୁ ପ୍ରଦର୍ଶିତ କରିଥାଏ । ପ୍ରଧାନମନ୍ତ୍ରୀ କେରଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରନ୍ତର ସଫଳତା କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;
“କେରଳ ପିରାଭି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା! ଏହା ଏପରି ଏକ ରାଜ୍ୟ ଯାହାର ଲୋକମାନେ ବିଶ୍ୱ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛନ୍ତି ଏବଂ ନିଜର ସୃଜନଶୀଳତା ସହିତ ନବାଚାର ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ରାଜ୍ୟର ପ୍ରାକୃତିକ ଦୃଶ୍ୟ ଏବଂ ଶତାବ୍ଦୀ ପୁରୁଣା ଐତିହ୍ୟ ଭାରତର ସ୍ପନ୍ଦନଶୀଳ ସାଂସ୍କୃତିକ ମହିମାକୁ ପ୍ରତିଫଳିତ କରେ । କେରଳର ଜନସାଧାରଣ ସର୍ବଦା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତାର ଆର୍ଶୀବାଦ ପାଆନ୍ତୁ ।”
“കേരളപ്പിറവി ദിനത്തിൽ ഏവർക്കും ഊഷ്മളമായ ആശംസകൾ! ആഗോളതലത്തിൽ വൈവിധ്യമാർന്ന മേഖലകളിൽ മികവ് പുലർത്തുന്നവരും, സർഗ്ഗാത്മകതയ്ക്കും നൂതനാശയങ്ങൾക്കും പേരുകേട്ടവരുമായ ജനതയുൾക്കൊള്ളുന്ന സംസ്ഥാനമാണിത്. ഈ സംസ്ഥാനത്തിന്റെ മനോഹരമായ ഭൂപ്രകൃതിയും നൂറ്റാണ്ടുകൾ പഴക്കമുള്ള പൈതൃകവും ഇന്ത്യയുടെ ഊർജസ്വലമായ സാംസ്കാരിക പ്രൗഢി പ്രതിഫലിപ്പിക്കുന്നു. കേരളത്തിലെ ജനങ്ങൾക്ക് എല്ലായ്പ്പോഴും മെച്ചപ്പെട്ട ആരോഗ്യവും വിജയവും കൈവരട്ടെ.”
SR
(रिलीज़ आईडी: 2185181)
आगंतुक पटल : 18
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam