ଯୋଗାଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ଭୁବନେଶ୍ୱର-ରାଉରକେଲା ରାଜପଥ ଏବଂ ରାଉରକେଲା ଅଞ୍ଚଳରେ ନେଟୱାର୍କ ଗୁଣବତ୍ତା ଆକଳନ କଲା ଟ୍ରାଇ

Posted On: 28 OCT 2025 12:02PM by PIB Bhubaneshwar

ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟିଆରଏଆଇ) ୨୦୨୫ ଅଗଷ୍ଟ ମାସରେ ଭୁବନେଶ୍ୱରରୁ ରାଉରକେଲା ରାଜପଥ ଏବଂ ରାଉରକେଲା ସହର ତଥା ଓଡ଼ିଶା ଲାଇସେନ୍ସପ୍ରାପ୍ତ ସେବା କ୍ଷେତ୍ର (ଏଲଏସଏ) ପାଇଁ ଏହାର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡିଟି) ଫଳାଫଳ ପ୍ରକାଶ କରିଛି। ଟ୍ରାଇ ଆଞ୍ଚଳିକ କାର୍ଯ୍ୟାଳୟ, ହାଇଦ୍ରାବାଦର ତତ୍ତ୍ୱାବଧାନରେ କରାଯାଇଥିବା ଡ୍ରାଇଭ୍ ପରୀକ୍ଷାଗୁଡ଼ିକ ବିବିଧ ବ୍ୟବହାର ପରିବେଶ - ସହରାଞ୍ଚଳ କ୍ଷେତ୍ର, ପ୍ରତିଷ୍ଠାନଗତ ହଟସ୍ପଟ୍, ଗ୍ରାମାଞ୍ଚଳ ଆବାସିକ କ୍ଷେତ୍ର ଇତ୍ୟାଦିରେ ରିୟଲ୍ ୱାର୍ଲଡ୍ ମୋବାଇଲ୍ ନେଟୱାର୍କ କାର୍ଯ୍ୟଦକ୍ଷତାକୁ ଯାଞ୍ଚ କରିବା ପାଇଁ ଡିଜାଇନ୍ କରାଯାଇଥିଲା।

୧୯ ଅଗଷ୍ଟ ୨୦୨୫ ରୁ ୨୨ ଅଗଷ୍ଟ ୨୦୨୫ ମଧ୍ୟରେ, ଟ୍ରାଇ ଟିମ୍ ଗୁଡ଼ିକ ୩୩୧.୪ କିଲୋମିଟର ଭୁବନେଶ୍ୱରରୁ ରାଉରକେଲା ରାଜପଥ ଏବଂ ୩୫୫ କିଲୋମିଟର ରାଉରକେଲା ସହର ଡ୍ରାଇଭ୍ ପରୀକ୍ଷା, ୩.୬ କିଲୋମିଟର ୱାକ୍ ଟେଷ୍ଟ ଓ ୮ ଟି ହଟସ୍ପଟ୍ ସ୍ଥାନରେ ବିସ୍ତୃତ ପରୀକ୍ଷା କରିଥିଲେ। ମୂଲ୍ୟାଙ୍କିତ ପ୍ରଯୁକ୍ତିବିଦ୍ୟାରେ ୨ଜି, ୩ଜି, ୪ଜି, ଏବଂ ୫ଜି ଅନ୍ତର୍ଭୁକ୍ତ, ଯାହା ବହୁବିଧ ହ୍ୟାଣ୍ଡସେଟ୍ କ୍ଷମତା ମଧ୍ୟରେ ଉପଭୋକ୍ତାଙ୍କ ସେବା ଅଭିଜ୍ଞତାକୁ ପ୍ରତିଫଳିତ କରେ। ଆଇଡିଟିର ନିଷ୍କର୍ଷଗୁଡ଼ିକ ସମସ୍ତ ସମ୍ପୃକ୍ତ ଟିଏସପି ଙ୍କୁ ଅବଗତ କରାଯାଇଛି।

ଏଥିରେ ପ୍ରମୁଖ ପାରାମିଟରଗୁଡ଼ିକୁ ମୂଲ୍ୟାୟନ କରାଯାଇଥିଲା। ଭଏସ୍ ସେବା - କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର), ଡ୍ରପ୍ କଲ୍ ରେଟ୍ (ଡିସିଆର), କଲ୍ ସେଟଅପ୍ ସମୟ, କଲ୍ ନୀରବତା ହାର, କଥା ଗୁଣବତ୍ତା (ଏମଓଏମସ୍), କଭରେଜ୍। ଡାଟା ସେବା:-ଡାଉନଲୋଡ୍/ଅପଲୋଡ୍ ଥ୍ରୁପୁଟ୍, ଲାଟେନ୍ସି, ଜିଟର, ପ୍ୟାକେଟ୍ ଡ୍ରପ୍ ହାର, ଏବଂ ଭିଡିଓ ଷ୍ଟ୍ରିମିଂ ବିଳମ୍ବକୁ ମଧ୍ୟ ଯାଞ୍ଚ କରାଯାଇଥିଲା।

ଭୁବନେଶ୍ୱରରୁ ରାଉରକେଲା ରାଜପଥ ଏବଂ ରାଉରକେଲା ସହରରେ ସାମଗ୍ରିକ ମୋବାଇଲ୍ ନେଟୱାର୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ଯାଞ୍ଚ କରାଯାଇଛି। ଏୟାରଟେଲ୍, ବିଏସଏନଏଲ, ଆରଜେଆଇଏଲ୍ ଏବଂ ଭିଆଇଏଲର ଅଟୋ-ସିଲେକ୍ସନ ମୋଡ୍‌ରେ ଯଥାକ୍ରମେ ୧୦୦.୦୦ ପ୍ରତିଶତ, ୮୭.୮୫ ପ୍ରତିଶତ, ୯୯.୮୦ ପ୍ରତିଶତ ଏବଂ ୯୯.୬୦ ପ୍ରତିଶତ କଲ୍ ସେଟଅପ୍ ସଫଳତା ହାର ରହିଛି।

ଏୟାରଟେଲ୍, ବିଏସଏନଏଲ, ଆରଜେଆଇଏଲ୍ ଏବଂ ଭିଆଇଏଲର ଅଟୋ-ସିଲେକ୍ସନ ମୋଡରେ (୫ଜି/୪ଜି/୩ଜି/୨ଜି) ଯଥାକ୍ରମେ ୦.୦୦ ପ୍ରତିଶତ, ୫.୩୨ ପ୍ରତିଶତ, ୦.୪୦ ପ୍ରତିଶତ ଓ ୦.୦୦ ପ୍ରତିଶତ ଡ୍ରପ୍ କଲ୍ ହାର  ରହିଛି।

ସାରାଂଶ-ଭଏସ୍ ସେବା

କଲ୍ ସେଟଅପ୍ ସଫଳତା ହାର: ଏୟାରଟେଲ୍, ବିଏସଏନଏଲ, ଆରଜେଆଇଏଲ୍ ଏବଂ ଭିଆଇଏଲ୍ ରେ ଅଟୋ-ସିଲେକ୍ସନ ମୋଡ୍ (୫ଜି/୪ଜି/୩ଜି/୨ଜି) ରେ ଯଥାକ୍ରମେ ୯୭.୦୬ ପ୍ରତିଶତ, ୭୯.୭୬ ପ୍ରତିଶତ, ୯୯.୮୪ ପ୍ରତିଶତ ଏବଂ ୬୧.୩୪ ପ୍ରତିଶତ କଲ୍ ଅଛି

କଲ୍ ସେଟଅପ୍ ସମୟ: ଏୟାରଟେଲ୍, ବିଏସଏନଏଲ, ଆରଜେଆଇଏଲ୍ ଏବଂ ଭିଆଇଏଲ୍ ରେ ଅଟୋ-ସିଲେକ୍ସନ ମୋଡ୍ (୫ଜି/୪ଜି/୩ଜି/୨ଜି) ରେ ଯଥାକ୍ରମେ ୦.୭୦, ୨.୭୨, ୦.୮୭ ଏବଂ ୧.୬୩ ସେକେଣ୍ଡର କଲ୍ ସେଟଅପ୍ ସମୟ ଅଛି

ଡ୍ରପ୍ କଲ୍ ରେଟ୍: ଏୟାରଟେଲ୍, ବିଏସଏନଏଲ, ଆରଜେଆଇଏଲ୍ ଏବଂ ଭିଆଇଏଲ୍ ରେ ଅଟୋ-ସିଲେକ୍ସନ ମୋଡ୍ (୫ଜି/୪ଜି/୩ଜି/୨ଜି) ରେ ଯଥାକ୍ରମେ ୦,୦୦ ପ୍ରତିଶତ, ୪.୨୫ ପ୍ରତିଶତ, ୦.୧୬ ପ୍ରତିଶତ ଏବଂ ୨.୯୪ ପ୍ରତିଶତ କଲ୍ ହାର ଅଛି

କଲ୍ ନୀରବତା/ମ୍ୟୁଟ୍ ହାର: ପ୍ୟାକେଟ ସ୍ୱିଚ୍ ନେଟୱାର୍କ (୪ଜି/୫ଜି)ରେ ଏୟାରଟେଲ୍, ଆରଜେଆଇଏଲ୍‌ ଏବଂ ଭିଆଇଏଲ୍‌ ନୀରବତା କଲ୍ ହାର ଯଥାକ୍ରମେ ୨.୮୫ ପ୍ରତିଶତ, ୩.୨୩ ପ୍ରତିଶତ ଏବଂ ୨.୮୬ ପ୍ରତିଶତ ଅଛି

ମଧ୍ୟମ ମତାମତ ସ୍କୋର (ଏମଓଏସ୍): ଏୟାରଟେଲ୍, ବିଏସଏନଏଲ, ଆରଜେଆଇଏଲ୍‌ ଏବଂ ଭିଆଇଏଲ୍‌ ର ହାରାହାରି ଏମଓଏସ୍ ଯଥାକ୍ରମେ ୩.୯୧, ୨.୪୩, ୩.୭୮ ଏବଂ ୪.୪୮ ଅଛି

ସାରାଂଶ-ଡାଟା ସେବା

ଡାଟା ଡାଉନଲୋଡ୍ କାର୍ଯ୍ୟଦକ୍ଷତା (ସାମଗ୍ରିକ): ଏୟାରଟେଲ୍ (୫ଜି/୪ଜି/୨ଜି) ହାରାହାରି ଡାଉନଲୋଡ୍ ସ୍ପିଡ୍ ହେଉଛି ୯୬.୪୮ ଏମବିପିଏସ୍, ବିଏସଏନଏଲ୍‌ (୪ଜି/୩ଜି/୨ଜି) ହେଉଛି ୩.୯୦

ଏମବିପିଏସ୍, ଆରଜେଆଇଏଲ୍ (୫ଜି/୪ଜି) ହେଉଛି ୧୯୧.୧୦ ଏମବିପିଏସ୍ ଏବଂ ଭିଆଇଏଲ୍‌ (୪ଜି/୩ଜି/୨ଜି) ହେଉଛି ୧୭.୭୩ ଏମବିପିଏସ୍

 

ଡାଟା ଅପଲୋଡ୍ କାର୍ଯ୍ୟଦକ୍ଷତା (ସାମଗ୍ରିକ):

ଏୟାରଟେଲ୍ (୫ଜି/୪ ଜି /୨ ଜି) ହାରାହାରି ଅପଲୋଡ୍ ସ୍ପିଡ୍ ହେଉଛି

୨୫.୫୭ଏମବିପିଏସ୍, ବିଏସଏନଏଲ୍‌ (୪ଜି /୩ଜି/୨ଜି) ହେଉଛି ୫.୨୩ ଏମବିପିଏସ୍ ,

ଆରଜେଆଇଏଲ୍‌ (୫ଜି/୪ଜି) ହେଉଛି ୧୮.୪୦ ଏମବିପିଏସ୍ ଏବଂ ଭିଆଇଏଲ୍‌ (୪ଜି/୩ଜି/୨ଜି) ହେଉଛି ୧୫.୩୭ ଏମବିପିଏସ୍

ଲାଟେନ୍ସି (ସାମଗ୍ରିକ): ଏୟାରଟେଲ୍, ବିଏସଏନଏଲ, ଆରଜେଆଇଏଲ ଏବଂ ଭିଆଇଏଲର ୫୦ତମ ପ୍ରତିଶତ ଲାଟେନ୍ସି ହେଉଛି ୨୦.୨୫ ଏମଏସ, ୨୬.୪୫ ଏମଏସ, ୨୧.୬୩ ଏମଏସ, ୩୯.୯୫ ଏମଏସ

 

ଭୁବନେଶ୍ୱରରୁ ରାଉରକେଲା ରାଜପଥରେ ଏହି ମୂଲ୍ୟାଙ୍କନରେ ସାମିଲ୍ ହୋଇଥିବା ସ୍ଥାନଗୁଡ଼ିକ ହେଉଛି ସୁନାରାବତ, ଲୋହଦାର, ରଣୀବର୍ନା, ବାଙ୍କି, ଚଣ୍ଡିପୋଶ, ମୁସାବିରା, ବରଘାଟ, ଦାର୍ଜିଙ୍ଗ, ଜୁନିୟାନି, ଗୁଦିଆଲି, ଜାଲିଆବର୍ନା, କେନାଭେଟା, ଟୁନିପାଲି, ଖୁଲୁଣ୍ଡିକୁଦାର, ଲଖାପାଲୀ, ଥିଆନାଲ୍, କାମାକ୍ଷାନଗର ଓ କଟକ ଇତ୍ୟାଦି।

ରାଉରକେଲା ସହରରେ ଏହି ମୂଲ୍ୟାଙ୍କନରେ ଟିମଜୋର, ଲାଥିକାଟା, ହାତିବୁରା, ରିଙ୍ଗ ରୋଡ୍, ରାଉରକେଲା ବିସ୍ରା ଜାରାଇକେଲା ରୋଡ୍, ନୁଆଗାଓଁ, କୁଆରମୁଣ୍ଡା, ବିରିମିତ୍ରାପୁର, ବିସ୍ରା, ଝିରପାନି, କୋଏଲ ନାଗର, ଛେଣ୍ଡ ମେନ୍ ରୋଡ୍, ପାନପୋଶ ରୋଡ୍ ଏବଂ ପିଟମହଲ୍ ଡ୍ୟାମ୍ ରୋଡ୍ ଇତ୍ୟାଦି ସାମିଲ୍ ହୋଇଛି।

କଲେକ୍ଟର ଅଫିସ୍ ରାଉରକେଲା, ଜିଲ୍ଲା ଏବଂ ସେସନ୍ କୋର୍ଟ ରାଉରକେଲା, ମେଡିକାଲ ହସ୍ପିଟାଲ, ମ୍ୟୁନିସିପାଲ କର୍ପୋରେସନ, ଏନଆଇଟି ରାଉରକେଲା, ରାଉରକେଲା ବସ୍ ଷ୍ଟାଣ୍ଡ,  ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ,  ରାଉରକେଲା ସହରର ଏସଟିଆଇ ମାର୍କେଟ୍ କମ୍ପ୍ଲେକ୍ସରେ ଟ୍ରାଇ ଦ୍ବାରା ରିଅଲ୍ ୱାର୍ଲ୍ଡ ମୂଲ୍ୟାଙ୍କନ କରାଯାଇଥିଲା।

ଟ୍ରାଇ ସୁପାରିଶ କରାଯାଇଥିବା ଉପକରଣ ଏବଂ ମାନକୀକରଣ ପ୍ରୋଟୋକଲ ବ୍ୟବହାର କରି ପରୀକ୍ଷଣ କରାଯାଇଥିଲା। ବିସ୍ତୃତ ରିପୋର୍ଟ ଟ୍ରାଇ ୱେବସାଇଟ୍ www.trai.gov.in ରେ ଉପଲବ୍ଧ। ଯେକୌଣସି ସ୍ପଷ୍ଟୀକରଣ/ ସୂଚନା ପାଇଁ, ଶ୍ରୀ ବି. ପ୍ରବୀଣ କୁମାର, ପରାମର୍ଶଦାତା (ଆଞ୍ଚଳିକ କାର୍ଯ୍ୟାଳୟ, ହାଇଦ୍ରାବାଦ) ଟ୍ରାଇ ଙ୍କ ସହିତ ଇମେଲ୍: adv.hyderabad@trai.gov.in କିମ୍ବା ଟେଲିଫୋନ୍ ନମ୍ବର +91-40-23000761 ରେ ଯୋଗାଯୋଗ କରାଯାଇପାରିବ।

 

BS


(Release ID: 2183562) Visitor Counter : 5