PIB Headquarters
ସିମେଣ୍ଟଠୁ ଆରମ୍ଭ କରି ହସ୍ତତନ୍ତ ଯାଏଁ : ଛତିଶଗଡ଼ରେ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି ଜିଏସ୍ଟି
Posted On:
17 OCT 2025 1:55PM by PIB Bhubaneshwar
ପ୍ରମୁଖ ବିନ୍ଦୁ
ଛତିଶଗଡ଼ରେ ହସ୍ତତନ୍ତ, ହସ୍ତଶିଳ୍ପ, ଦୁଗ୍ଧଜାତ ସାମଗ୍ରୀ ଓ ସିମେଣ୍ଟ ଉଦ୍ୟୋଗରେ ୫ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍ଟି ହ୍ରାସ ଚାହିଦା ବୃଦ୍ଧି କରୁଛି, କାରିଗରଙ୍କୁ ସହଯୋଗ କରୁଛି, ଶିଳ୍ପ କ୍ଷେତ୍ରରେ ଓ ଦୁଗ୍ଧଜାତ ସାମଗ୍ରୀ କ୍ଷେତ୍ରରେ ସୃଷ୍ଟି କରୁଛି ନିଯୁକ୍ତି ସୁଯୋଗ ଏବଂ ସାମଗ୍ରିକ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଛି।
ସିମେଣ୍ଟ ଶିଳ୍ପ-ଜିଏସ୍ଟି ୧୮ ପ୍ରତିଶତକୁ ହ୍ରାସ ପାଇବା ଦ୍ୱାରା ନିର୍ମାଣ ଖର୍ଚ୍ଚ କମିଛି, ଗୃହର ଚାହିଦା ବୃଦ୍ଧି ହୋଇଛି ଓ ୨୦, ୦୦୦ରୁ ୩୦, ୦୦୦ ନିଯୁକ୍ତିକୁ ସହଯୋଗ କରିଛି।
ଜନଜାତୀୟ ଓ ବନ ଶିଳ୍ପ-ଜିଏସ୍ଟି ୫ ପ୍ରତିଶତକୁ ହ୍ରାସ ହେବା ଦ୍ୱାରା ଚାହିଦା ୧୦ରୁ ୧୫ ପ୍ରତିଶତ ବୃଦ୍ଧି ହେବ। ଏହା ଦ୍ୱାରା ୨୦୨୬ ସୁଦ୍ଧା ୫, ୦୦୦ ନୂଆ ନିଯୁକ୍ତି ସୃଷ୍ଟି ହେବ ଏବଂ ମହିଳାଙ୍କ ଦ୍ୱାରା ପରିଚାଳିତ ଏସ୍ଏଚ୍ଜିକୁ ସଶକ୍ତ କରିବ।
ଡାଏରୀ କ୍ଷେତ୍ରର ବୃଦ୍ଧି - ପ୍ୟାକେଜ ହୋଇଥିବା ଦୁଗ୍ଧଜାତ ସାମଗ୍ରୀ ଉପରେ ଜିଏସ୍ଟି କମିବା ଦ୍ୱାରା ଏହାର ଚାହିଦା ବଢ଼ିବ। ୧୫, ୦୦୦ରୁ ୨୦, ୦୦୦ ଚାକିରିକୁ ସହାୟତା ପ୍ରଦାନ କରିବ ଓ ୨୦୨୮ ସୁଦ୍ଧା ଦୁଗ୍ଧ ପ୍ରକ୍ରିୟାକରଣକୁ ୬ ଗୁଣା କରିବାରେ ଏନ୍ଡିଡିବିକୁ
ସାହାଯ୍ୟ କରିବ।
୧୭ ଅକ୍ଟୋବର ୨୦୨୫
ଉପକ୍ରମ
ଭାରତର ମଧ୍ୟଭାଗରେ ଅବସ୍ଥିତ ଥିବା ଛତିଶଗଡ଼ ୨୦୦୦ ମସିହାରେ ମଧ୍ୟପ୍ରଦେଶର ଅଲଗା ହୋଇ ଏକ ନୂଆ ରାଜ୍ୟରେ ପରିଣତ ହୋଇଥିଲା। ଏହା ହେଉଛି ଦେଶର ନବମ ବୃହତ୍ତମ ରାଜ୍ୟ। ଛତିଶଗଡ଼ର ଜନସଂଖ୍ୟା ହେଉଛି ପ୍ରାୟ ୨.୫ କୋଟି । ଜଙ୍ଗଲ ଓ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଏହି ରାଜ୍ୟ ନିଜର ଜନଜାତୀୟ ପରମ୍ପରା, ସମୃଦ୍ଧ ସଂସ୍କୃତି ଓ ଶିଳ୍ପ ଶକ୍ତି ପାଇଁ ବେଶ୍ ପରିଚିତ। ଏହାର କଳା ଓ ଶିଳ୍ପ ପରମ୍ପରା-ବସ୍ତରର କଂସା କାମ ଓ ରାୟଗଡ଼ର ବାଉଁଶକଳାରୁ ଆରମ୍ଭ କରି ହାତବୁଣା ରେଶମ ବସ୍ତ୍ର କାରିଗରୀ ଓ ସ୍ଥିରତାର ଜୀବନ୍ତ ପରମ୍ପରାକୁ ପ୍ରଦର୍ଶିତ କରିଥାଏ।
ଏଇ ନିକଟରେ ଜିଏସ୍ଟିରେ ଅଣାଯାଇଥିବା ସଂସ୍କାର ଛତିଶଗଡ଼ର ଆର୍ଥିକ ବ୍ୟବସ୍ଥାକୁ ଏକ ନୂଆ ଗତି ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ପାରମ୍ପରିକ କ୍ଷେତ୍ରରେ ଟ୍ୟାକ୍ସ କମ୍ ହେବା ଦ୍ୱାରା ଏହି ସବୁ କ୍ଷେତ୍ରରେ ନିବେଶ ଖର୍ଚ୍ଚ କମିଛି, ଲୋକଙ୍କ ଚାହିଦାକୁ ବୃଦ୍ଧି କରିଛି ଏବଂ ସ୍ଥାନୀୟ ସାମଗ୍ରୀଗୁଡ଼ିକୁ ଜାତୀୟ ସ୍ତରରେ ଓ ଅନ୍ତର୍ଜାତୀୟ ବଜାରରେ ଅଧିକ ପ୍ରତିଯୋଗିତାମୂଳକ କରିଛି। ହସ୍ତତନ୍ତ, ହସ୍ତଶିଳ୍ପ ଓ ଦୁଗ୍ଧଜାତ ସାମଗ୍ରୀ ପରି ପ୍ରମୁଖ କ୍ଷେତ୍ରରେ ୫ ପ୍ରତିଶତ ଜିଏସ୍ଟି ହାର କେବଳ କ୍ଷୁଦ୍ର ଉତ୍ପାଦକଙ୍କ ଉପରେ ବୋଝ କମ୍ କରିଛି ତାହା ନୁହେଁ, ଏସବୁ କ୍ଷେତ୍ରକୁ ଔପଚାରିକ କରିବା ସହିତ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିଛି। । ଏହା ରାଜ୍ୟର ବିକାଶମୂଳକ ପ୍ରାଥମିକତା ଓ ସାମଗ୍ରିକ ଅଭିବୃଦ୍ଧିର ଲକ୍ଷ୍ୟକୁ ପୂରଣ କରୁଛି।
ଏଇ ଏଇ
ସିମେଣ୍ଟ ଉଦ୍ୟୋଗ
ଛତିଶଗଡ଼ରେ କୋର୍ବା, ରାୟଗଡ଼, ବିଳାସପୁର, ରାୟପୁର ଓ ନୟା ରାୟପୁର ଅଞ୍ଚଳରେ ସିମେଣ୍ଟ ଓ ନିର୍ମାଣ ସାମଗ୍ରୀର ଉଦ୍ୟୋଗ ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହି ଅଞ୍ଚଳରେ ଦ୍ରୁତ ଗତିରେ ବିକାଶ ଓ ସହରୀକରଣ ହେଉଛି। ରାଜ୍ୟର ଅର୍ଥବ୍ୟବସ୍ଥାରେ ଏହି ଶିଳ୍ପର ପ୍ରମୁଖ ଭୂମିକା ରହିଛି। ଟ୍ୟାକ୍ସ ଜରିଆରେ ରାଜସ୍ୱ ବୃଦ୍ଧି କରିବା ସହିତ ସହାୟକ ଶିଳ୍ପକୁ ମଧ୍ୟ ସହାୟତା ପ୍ରଦାନ କରୁଛି ସିମେଣ୍ଟ ଉଦ୍ୟୋଗ। ଏହା ମଧ୍ୟ ହେଉଛି ଛତିଶଗଡ଼ରେ ସବୁଠୁ ଅଧିକ ନିଯୁକ୍ତି ପ୍ରଦାନ କରୁଥିବା କ୍ଷେତ୍ର।
ନିଯୁକ୍ତି ମଧ୍ୟରେ ରହିଛି ଉଭୟ ସଂଗଠିତ ପ୍ରକଳ୍ପରେ ସ୍ଥାୟୀ ଚାକିରି (ଇଂଜିନିୟର, ଟେକ୍ନିସିଆନ, ପର୍ଯ୍ୟବେକ୍ଷକ) ଓ ଖଣି ଖନନ, ଲୋଡିଂ, ଭାଟି ପରିଚାଳନା, ପ୍ୟାକିଂ ଓ ପରିବହନ କ୍ଷେତ୍ରରେ କାମ କରୁଥିବା ବହୁ ସଂଖ୍ୟକ ଠିକା କର୍ମଚାରୀ ବା ଅଣକୁଶଳୀ ଶ୍ରମିକ।
ଅଧିକାଂଶ ଶ୍ରମିକ ଗ୍ରାମାଞ୍ଚଳରୁ ବା ଅର୍ଦ୍ଧ-ସହରାଞ୍ଚଳରୁ ଆସିଥାନ୍ତି ଯେଉଁମାନେ କି ବିଶେଷ ପାଠ ପଢ଼ି ନ ଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦାଦନ ଶ୍ରମିକ ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶରୁ ଆସିଥାନ୍ତି।
ସ୍ଥାୟୀ ଶ୍ରମିକଙ୍କ ଦରମା ମାମୁଲି ଅଟେ। ହାରାହାରି ଭାବେ ସେମାନେ ମାସିକ ୧୮,୦୦୦ରୁ ୩୫, ୦୦୦ ଟଙ୍କା ଦରମା ପାଆନ୍ତି। ଠିକା ଶ୍ରମିକମାନେ ୮୦୦୦ରୁ ୧୫୦୦୦ ଟଙ୍କା ପାଆନ୍ତି।
ମହିଳାଙ୍କ ଭାଗିଦାରୀ ଅପେକ୍ଷାକୃତ କମ୍ ରହି ଆସିଛି। ସେମାନେ ସାଧାରଣତଃ ପ୍ୟାକେଜିଂ, ଲୋଡିଂ ଓ ଅନ୍ୟ କାମ କରନ୍ତି
ସଂଗଠିତ ସିମେଣ୍ଟ କ୍ଷେତ୍ର ୨୦, ୦୦୦ରୁ ୩୦, ୦୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରିଥାଏ।
ସେଥିରେ ରହିଛି ୧୦, ୦୦୦ରୁ ୧୫, ୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ଯେଉଁମାନେ କି ପ୍ରମୁଖ କାରଖାନାରେ କାମ କରୁଛନ୍ତି। ବାକି ୧୦, ୦୦୦ରୁ ୧୫, ୦୦୦ ପରୋକ୍ଷ ନିଯୁକ୍ତି ରହିଛି ଯେଉଁମାନେ କି ଠିକା ଶ୍ରମିକ, ପରିବହନ ଓ ଖଣି କ୍ଷେତ୍ରରେ କାମ କରନ୍ତି।
ସିମେଣ୍ଟ କ୍ଷେତ୍ରର ଅଭିବୃଦ୍ଧି ମୁଖ୍ୟତଃ ନିର୍ଭର କରେ ଭିତ୍ତିଭୂମି ପ୍ରକଳ୍ପ ଉପରେ। କ୍ଷମତା ସଂପ୍ରସାରଣ ଯୋଗୁଁ ପ୍ରତିବର୍ଷ ୫ରୁ ୧୦ ପ୍ରତିଶତ ହାରରେ ନିଯୁକ୍ତି ବୃଦ୍ଧି ପାଉଛି।
ସିମେଣ୍ଟ ଉପରୁ ଜିଏସ୍ଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଏହା ଅଧିକ ଶସ୍ତା ହୋଇଛି। ଏହା ଦ୍ୱାରା ନିର୍ମାଣ ଖର୍ଚ୍ଚ କମିଛି। ବାସଗୃହ ଚାହିଦା ବୃଦ୍ଧି ପାଇଛି। ଏହା ସହିତ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି।
ହସ୍ତତନ୍ତ ଓ ପାଓ୍ୱାରଲୁମ୍ କ୍ଷେତ୍ର
ଛତିଶଗଡ଼ର ପ୍ରମୁଖ କୁଟୀର ଶିଳ୍ପ ମଧ୍ୟରୁ ଅନ୍ୟତମ ହେଉଛି ହସ୍ତତନ୍ତ ଯାହାକି ରାଜ୍ୟର ସାଂସ୍କୃତିକ ଓ ଆର୍ଥିକ ସ୍ଥିତି ସହିତ ଗଭୀର ଭାବେ ଜଡ଼ିତ। ଏହ ସହିତ ରାଜ୍ୟର ଏମ୍ଏସ୍ଏମ୍ଇ ଓ ପାଓ୍ୱାରଲୁମ୍ କାର୍ଯ୍ୟଶକ୍ତି ଭାରତର ଟେକ୍ସଟାଇଲ୍ କ୍ଷେତ୍ରକୁ ସହାୟତା ପ୍ରଦାନ କରନ୍ତି। ଏହି ଟେକ୍ସଟାଇଲ୍ କ୍ଷେତ୍ର ହେଉଛି ଦେଶର ସର୍ବବୃହତ ଶିଳ୍ପ ମଧ୍ୟରୁ ଅନ୍ୟତମ ଓ ଏହା ହେଉଛି ଦେଶର ପ୍ରମୁଖ ବସ୍ତ୍ର ଉତ୍ପାଦନ କ୍ଷେତ୍ର ମଧ୍ୟରୁ ଅନ୍ୟତମ।
ହସ୍ତତନ୍ତ୍ରରେ ପ୍ରସ୍ତୁତ ବସ୍ତ୍ର
ଛତିଶଗଡ଼ର ଜାଞ୍ଜଗୀର, ଚାମ୍ପା, ରାୟଗଡ଼, ମହାସମୁନ୍ଦ, ବସ୍ତର ଓ ସରଗୁଜା ପରି ଜିଲ୍ଲା ହସ୍ତତନ୍ତ ନେଟଓ୍ୱର୍କର ଗଡ଼। ହସ୍ତତନ୍ତରେ ବୁଣା ଯାଇଥିବା ବସ୍ତ୍ର ମଧ୍ୟରେ ରହିଛି ଟେରି ଟାଓ୍ୱଲିଂ ଓ ଏପରି ବୁଣାଯାଇଥିବା ଟେରି ବସ୍ତ୍ର। ଜାଞ୍ଜଗୀର-ଚାମ୍ପା ଓ ରାୟଗଡ଼ର ଟସର ଓ କୋସା ରେଶମ ସହିତ ରାୟପୁର, ଦୁର୍ଗ, ମହାସମୁନ୍ଦ ଓ ବସ୍ତରର ସୂତା ହସ୍ତତନ୍ତ ସମୂହ ଏହି ଅଞ୍ଚଳର ଉତ୍କୃଷ୍ଟ କାରିଗରୀକୁ ପ୍ରଦର୍ଶିତ କରିଥାଏ।
ହସ୍ତତନ୍ତ କ୍ଷେତ୍ର ପ୍ରାୟ ୧.୫ ଲକ୍ଷ ବୁଣାକାରଙ୍କୁ ରୋଜଗାର ପ୍ରଦାନ କରିଥାଏ। ସେମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ମହିଳା ଯେଉଁମାନେ କି ବିକେନ୍ଦ୍ରୀକରଣକୃତ ଗ୍ରାମୀଣ ଉତ୍ପାଦନରେ ନିୟୋଜିତ।
ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମ୍ଇଜିପି) ଅଧୀନରେ ଗତ ୮ ବର୍ଷରେ (୨୦୨୩ ସୁଦ୍ଧା) ହସ୍ତତନ୍ତ ଓ ଏସଂପର୍କିତ ଗ୍ରାମୀଣ ଉଦ୍ୟୋଗରେ ପ୍ରାୟ ୮୫୦୦ ନିଯୁକ୍ତି ସୃଷ୍ଟି ହୋଇଛି।
ଏହା ଛଡ଼ା ୨୦୨୩ରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟ ଜାତୀୟ ହସ୍ତତନ୍ତ ଉନ୍ନୟନ କାର୍ଯ୍ୟକ୍ରମ (ଏନ୍ଏଚ୍ଡିପି) ଅଧୀନରେ ୫୧ଟି ହସ୍ତତନ୍ତ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ସ୍ତରରେ ଦୁର୍ବଳ ଥିବା ବୁଣାକାରଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଓ ଗ୍ରୁପ୍ ଗଠନ।
ଜିଏସ୍ଟି ୫ ପ୍ରତିଶତକୁ ହ୍ରାସ ହେବା ଦ୍ୱାରା ଏହି କ୍ଷେତ୍ରକୁ ଆହୁରି ଶକ୍ତି ମିଳିଛି। ଏହା ଦ୍ୱାରା ହସ୍ତତନ୍ତରେ ବୁଣା ହେଉଥିବା ଶାଢ଼ୀ ଓ କୋଷା/ଟସର ସିଲ୍କ ବସ୍ତ୍ର ଅଧିକ ଶସ୍ତା ହୋଇଛି ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରତିଯୋଗିତାମୂଳକ ହୋଇଛି। ଏହା ଦ୍ୱାରା ରପ୍ତାନୀ ବଜାରରେ ଭାରତୀୟ ହସ୍ତତନ୍ତ ସାମଗ୍ରୀର ମହତ୍ତ୍ୱ ବୃଦ୍ଧି ହୋଇଛି। ଏହି ପଦକ୍ଷେପ କେବଳ ଯେ, ଖାଉଟିମାନଙ୍କ ଚାହିଦାକୁ ବୃଦ୍ଧି କରିଛି ଓ ବିକ୍ରି ବଢ଼ିଛ ତାହା ନୁହେଁ, ଏହା ବୁଣାକାରମାନଙ୍କୁ ମଧ୍ୟ ସଶକ୍ତ କରିଛି। ଫଳରେ ଛତିଶଗଡ଼ର ଲୁଗା ବୁଣା ପରମ୍ପରାକୁ ବଜାୟ ରଖି ମେସିନରେ ପ୍ରସ୍ତୁତ ଶସ୍ତା କପଡ଼ା ସହିତ ପ୍ରଭାବଶାଳୀ ଢଙ୍ଗରେ ପ୍ରତିଯୋଗିତାର କରିବାରେ ସାହାଯ୍ୟ କରିଛି। ବିଶେଷ କରି ଅନ୍ତର୍ଜାତୀୟ ସ୍ତରରେ ପରିଚିତ କୋଷା/ଟସର ରେଶମକୁ ଲାଭ ମିଳିଛି।
ପାଓ୍ୱାରଲୁମ୍/ମିଲ୍ ଆଧାରିତ ବସ୍ତ୍ର ଉତ୍ପାଦନ
ଛତିଶଗଡ଼ରେ ପାଓ୍ୱାରଲୁମ୍ ବୁଣା ହେଉଛି ଏକ ଅର୍ଦ୍ଧ-ସଂଗଠିତ ଶିଳ୍ପ । ରାୟଗଡ଼, ବିଳାସପୁର, ଜାଞ୍ଜଗିର ଓ ଚାମ୍ପା ଆଖପାଖରେ ଅଧିକ କେନ୍ଦ୍ର ରହିଛି। ସେଥି ମଧ୍ୟରୁ ବଲୋଦାବଜାର, ମହାସମୁନ୍ଦ, ରାୟପୁର, ବସ୍ତର ଓ ସରଗୁଜାରେ ରହିଛି ଏହାର ପ୍ରମୁଖ ହବ୍।
ଅଧିକାଂଶ ଉତ୍ପାଦନ କ୍ଷୁଦ୍ର, ପରିବାର ଦ୍ୱାରା ପରିଚାଳିତ ବା ଠିକାରେ ଚାଲିଥିବା ୟୁନିଟ ଦ୍ୱାରା ହୋଇଥାଏ। ଏମାନେ ପ୍ରାୟତଃ ପୁରୁଣା ତନ୍ତ ବ୍ୟବହାର କରିଥାନ୍ତି।
ପ୍ରାୟତଃ ପୁରୁଷମାନେ ମେସିନ ଚଳାନ୍ତି ଓ ମହିଳାମାନେ ଅନ୍ୟ ଆନୁଷଙ୍ଗିକ କାମ କରନ୍ତି ଯେପରିକି ୱାଇଣ୍ଡିଂ ଫିନିଶିଂ ଓ ପ୍ୟାକେଜିଂ।
ଏଠାରେ କର୍ମଶକ୍ତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଥିରେ ରହିଥାନ୍ତି ଏମ୍ଏସ୍ଏମ୍ଇ ଓ ଅର୍ଦ୍ଧ-କୁଶଳୀ ଗ୍ରାମାଞ୍ଚଳର ଶ୍ରମିକ। ସେମାନଙ୍କ ମଧ୍ୟରେ ଥାଆନ୍ତି କମ୍ ପାଠଶାଠ ପଢ଼ିଥିବା ଏବଂ ଜନଜାତି ତଥା ଗ୍ରାମାଞ୍ଚଳରୁ ଆସିଥିବା ଲୋକ।
କିଛି ଦିନ ତଳେ ହୋଇଥିବା ବୟନ ଶିଳ୍ପ କ୍ଷେତ୍ରରେ ହୋଇଥିବା ଜିଏସ୍ଟି ସଂସ୍କାରରେ ୧୨-୧୮ ପ୍ରତିଶତ ଟ୍ୟାକ୍ସକୁ କମ୍ କରି ଏହାକୁ ୫ ପ୍ରତିଶତ କରାଯାଇଥିବାରୁ ଏହି କ୍ଷେତ୍ରକୁ ମିଳିଛି ପ୍ରୋତ୍ସାହନ। ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଯେହେତୁ ବୟନ ଶିଳ୍ପ ହେଉଛି ଭାରତର ସବୁଠୁ ବଡ଼ କ୍ଷେତ୍ର, ଅନୁକୂଳ ବୟନ ଶିଳ୍ପ ନୀତି ନିଯୁକ୍ତିକୁ ବଜାୟ ରଖିବାରେ, ନୂଆ ନିଯୁକ୍ତି ସୃଷ୍ଟି କରିବାରେ, ଇନ୍ପୁଟ୍ ନିବେଶ କମ୍ କରିବାରେ, ଅଧିକ ଲାଭ କରିବାରେ ଓ ଭାରତୀୟ ବସ୍ତ୍ରକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରତିଯୋଗିତାମୂଳକ କରି ରପ୍ତାନୀ ବୃଦ୍ଧି କରିବାରେ ଜିଏସ୍ଟି ହ୍ରାସ ସହାୟକ ହେବ। ବିଶେଷ କରି ଏହି ସଂସ୍କାର ଏମ୍ଏସ୍ଏମ୍ଇ ପାଇଁ ବହୁତ ଆଶ୍ୱସ୍ତି ଆଣିଦେଇଛି। କାରଣ ଏହା ଦ୍ୱାରା ଇନ୍ପୁଟ୍ ଟ୍ୟାକ୍ସ ବୋଝ ହ୍ରାସ ପାଇଛି, ଇନ୍ଭର୍ଟେଡ୍ ଶୁଳ୍କକୁ ହ୍ରାସ କରିଛି, କାର୍ଯ୍ୟକାରୀ ପୁଂଜିକୁ ସହଯୋଗ ପ୍ରଦାନ କରିଛି ଏବଂ ଔପଚାରିକ କ୍ଷେତ୍ରରେ ଏହାକୁ ସାମିଲରେ ଏହା ସାହାଯ୍ୟ କରିଛି।
ହସ୍ତଶିଳ୍ପ ଓ ପାରମ୍ପରିକ କଳା କ୍ଷେତ୍ର
ଜନଜାତୀୟ ପରମ୍ପରା ବ୍ୟତୀତ ନିଜର ବିବିଧ କଳା ଓ ଶିଳ୍ପ ପାଇଁ ବେଶ୍ ପରିଚିତ ଛତିଶଗଡ଼। ଏହି ରାଜ୍ୟ ହେଉଛି ବିଭିନ୍ନ ଧାତୁ, ମୃତ୍ତିକା ଓ କାଷ୍ଠ୍ୟ କଳାର ଗନ୍ତାଘର। ପ୍ରତ୍ୟେକ କଳାରେ ପ୍ରତିଫଳିତ ହୋଇଥାଏ ନିଜସ୍ୱ ଗଭୀର ସାଂସ୍କୃତିକ ଅଭିବ୍ୟକ୍ତି ଓ କାରିଗରୀ ଦକ୍ଷତା। ଡୋକରା, ଧାତୁ ଷ୍ଟିଂ ଓ ବସ୍ତରର କାଷ୍ଠ୍ୟ ଖୋଦେଇରୁ ଆରମ୍ଭ କରି କଂସାର କଳାକୃତି ପର୍ଯ୍ୟନ୍ତ, ଛତିଶଗଡ଼ର କାରିଗର ପ୍ରଦର୍ଶିତ କରିଥାଏ ନିଜର ଦକ୍ଷତା ଓ ସୃଜନଶୀଳତା। ରାଜ୍ୟର ଅଳଙ୍କାର, ବସ୍ତ୍ର ଓ ଟେରାକୋଟାରେ ପ୍ରଦର୍ଶିତ ହୋଇଥାଏ ପାରମ୍ପରିକ କାରୁକାର୍ଯ୍ୟ ଓ ସାଂପ୍ରତିକ ସୌନ୍ଦର୍ଯ୍ୟର ଅପୂର୍ବ ସଂଗମ।
ଜନଜାତୀୟ ଓ ବଣ୍ୟଶିଳ୍ପ
ବସ୍ତର ଅଞ୍ଚଳ ଯେଉଁଥିରେ ସାମିଲ ଅଛି ବସ୍ତର, କୋଣ୍ଡାଗାଓଁ, ଜଗଦଲପୁର ସହିତ ଛତିଶଗଡ଼ର ଅନ୍ୟ ଜନଜାତୀୟ ଅଞ୍ଚଳ, ନିଜର ଜନଜାତୀୟ ଓ ବଣ୍ୟଶିଳ୍ପ କଳା ପାଇଁ ବେଶ୍ ପ୍ରସିଦ୍ଧ। ରାଜ୍ୟର କାରିଗରମାନେ କାଷ୍ଠ୍ୟଶିଳ୍ପ, ଡୋକରା ଧାତୁ ଶିଳ୍ପ, ଲୌହ, ବାଉଁଶ, ଟେରାକୋଟା ଓ କଂସା ଶିଳ୍ପକୁ ନେଇ ଅନେକ ପ୍ରକାରର ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଏଥରେ ପ୍ରତିଫଳିତ ହୋଇଥାଏ ଏହି ଅଞ୍ଚଳର ସାଂସ୍କୃତିକ ପରମ୍ପରା ଓ ପ୍ରାକୃତିକ ସଂପଦ।
ସମଗ୍ର ଛତିଶଗଡ଼ରେ ୫୦,୦୦୦ରୁ ୬୦, ୦୦୦ କାରିଗର ହସ୍ତଶିଳ୍ପରେ ଜଡ଼ିତ। ସେମାନଙ୍କ ମଧ୍ୟରୁ ୭୦ରୁ ୮୦ ପ୍ରତିଶତ (୩୫,୦୦୦ରୁ ୪୮,୦୦୦) କାରିଗର ଜନଜାତୀୟ ଓ ବଣ୍ୟ ଆଧାରିତ ଶିଳ୍ପରେ ନିୟୋଜିତ।
ସଂପୂର୍ଣ୍ଣ କାର୍ଯ୍ୟଶକ୍ତି ମଧ୍ୟରେ ରହିଛନ୍ତି ପୂର୍ଣ୍ଣକାଳୀନ, ସାମୟିକ ଓ ଋତୁକାଳୀନ କର୍ମଚାରୀ। ଏମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ବସ୍ତର ଅଞ୍ଚଳର ଗଣ୍ଡ, ହଲଓ୍ୱା, ଭତରା ଓ ମାରିଆ ପରି ଅନୁସୂଚିତ ଜନଜାତିର ଲୋକେ ।
ଗ୍ରାମାଞ୍ଚଳ ଓ ଜନଜାତୀୟ ପରିବାରକୁ ଏହି କ୍ଷେତ୍ର ଆତ୍ମନିଯୁକ୍ତି ଓ ଅତିରିକ୍ତ ରୋଜଗାର ପ୍ରଦାନ କରିଥାଏ। ଏହା ଦ୍ୱାରା ଜଙ୍ଗଲ ଅଞ୍ଚଳରେ ଦାରିଦ୍ର୍ୟ ଦୂର କରିବାରେ ଏହାର ପ୍ରମୁଖ ଭୂମିକା ରହିଛି।
ଏହି ଶିଳ୍ପ ଆମେରିକା ଓ ୟୁରୋପକୁ ରପ୍ତାନୀ କରି ବାର୍ଷିକ ୫୦୦ କୋଟିରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ (୨୦୨୪) ରୋଜଗାର କରିଥାଏ। ପ୍ରାୟ ୨୦ରୁ ୩୦ ପ୍ରତିଶତ ରୋଜଗାର କେବଳ ଏହି କ୍ଷେତ୍ରରୁ ମିଳିଥାଏ।
୨୦୨୨ରୁ ୨୦୨୪ ମଧ୍ୟରେ ପହଚାନ କାର୍ଡ ଯୋଜନାରେ କାରୀଗରଙ୍କ ପଂଜୀକରଣ ୫ରୁ ୧୦ ପ୍ରତିଶତ ବୃଦ୍ଧି ପାଇ ୪୦, ୦୦୦ରେ ପହଞ୍ଚିଛି। ଦିନକୁ ଦିନ ବଢୁଥିବା ଇକମର୍ସ ଓ ରପ୍ତାନୀ ଚ୍ୟାନେଲ (ଉଦାହରଣସ୍ୱରୂପ ସବରୀ ଏମ୍ପୋରିଆ) ଯୋଗୁଁ ହୋଇପାରିଛି। ତେବେ ଜଙ୍ଗଲ ଉପରେ ପରିବେଶଜନିତ ଚାପ ଯୋଗୁଁ ସଂପ୍ରସାରଣ ଲଗାତର ଭାବେ ସୀମିତ ରହିଯାଉଛି।
ରାଷ୍ଟ୍ରୀୟ ହସ୍ତଶିଳ୍ପ ଉନ୍ନୟନ କାର୍ଯ୍ୟକ୍ରମ (ଏନ୍ଏଚ୍ଡିପି) ଓ ସାମଗ୍ରିକ ହସ୍ତଶିଳ୍ପ କ୍ଲଷ୍ଟର ଉନ୍ନୟନ ଯୋଜନା (ସିଏଚ୍ସିଡିଏସ୍) ଅଧୀନରେ ବୟନଶିଳ୍ପ ମନ୍ତ୍ରାଳୟ ସ୍କିଲ୍ ଟ୍ରେନିଂ ଓ କ୍ଲଷ୍ଟର ଭିତ୍ତିଭୂମି ଜରିଆରେ ବସ୍ତର ଜିଲ୍ଲାରେ ଡୋକରା ଓ କାଷ୍ଠ ଖୋଦେଇ ଶିଳ୍ପରେ ସୃଷ୍ଟି କରିଛି ନୂଆ ୫୦୦୦ରୁ ୭୦୦୦ ନିଯୁକ୍ତି।
ପିଏମ୍ ବିଶ୍ୱକର୍ମା ଯୋଜନା (୨୦୨୩ରେ ଆରମ୍ଭ କରାଯାଇଥିଲା)ରେ ଛତିଶଗଡ଼ରେ ୧୦, ୦୦୦ରୁ ଅଧିକ କାରୀଗର ନିଜକୁ ପଂଜୀକୃତ କରିଛନ୍ତି। ଏହା ଜନଜାତୀୟ ଶିଳ୍ପ ଉପରେ ଧ୍ୟାନ ଦେବା ସହିତ ଉପକରଣ, ଋଣ ଓ ବଜାର ଲିଙ୍କ୍ ପ୍ରଦାନ କରିଥାଏ। ବିଶେଷ ଭାବେ ୨୦୨୩ ଡିସେମ୍ବର ଯାଏ ୧୦୦୦ରୁ ୨୦୦୦ କାରିଗର ବନ ଶିଳ୍ପ କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇଛନ୍ତି।
ଜିଏସ୍ଟି ଦର ୧୨-୧୮ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହେବା ଦ୍ୱାରା ଏସବୁ ସାମଗ୍ରୀର ଚାହିଦା ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇଛି। ଏହା ସହିତ ୨୦୨୬ ସୁଦ୍ଧା ୫, ୦୦୦ ନୂଆ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ଛଡ଼ା ଏହି ଜିଏସ୍ଟି ସଂସ୍କାର ଯୋଗୁଁ ଅଧିକ ଲାଭ ହେବା ସହିତ ବିକ୍ରି ବୃଦ୍ଧି କରିବ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଯେଉଁମାନେ ସଂଗଠିତ ହୋଇଛନ୍ତି, ସେମାନଙ୍କର ରୋଜଗାରକୁ ବୃଦ୍ଧି କରିବ। କେନ୍ଦୁପତ୍ର ପରି କଞ୍ଚାମାଲ ଉପରେ ଶୁଳ୍କ ହ୍ରାସ ହେବା ଦ୍ୱାରା ଏହି ପାରମ୍ପରିକ ଶିଳ୍ପରେ ନିୟୋଜିତ ଜନଜାତୀୟ ସମୁଦାୟର ଆୟରେ ସ୍ଥିରତା ଆଣିବାର ଏହା ସହାୟତା ପ୍ରଦାନ କରିଥାଏ।
ପାରମ୍ପରିକ କଳା କ୍ଷେତ୍ର-ଧାତୁ ହସ୍ତଶିଳ୍ପ/କଂସା/ପିଟା ଲୁହା/ଲୌହ ଶିଳ୍ପ
ବସ୍ତର, ରାୟପୁର ଓ ଛତିଶଗଡ଼ର ଅନ୍ୟ ଜନଜାତୀୟ ଅଞ୍ଚଳରେ ଧାତୁ ହସ୍ତଶିଳ୍ପ ଓ କଂସା, ପିଟା ଲୁହା ଓ ଲୌହ ଶିଳ୍ପ ବ୍ୟାପକ ଭାବେ ପ୍ରଚଳିତ। ଏହା ହେଉଛି ଛତିଶଗଡ଼ର କାରିଗରୀ ଅର୍ଥବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ। ବସ୍ତରର ଲୌହ ଶିଳ୍ପ (ଡୋକରା କଳା)କୁ ମିଳିଛି ଜିଆଇ ଟ୍ୟାଗ ଯାହାକି ଏହାର ସାଂସ୍କୃତିକ ଗୁରୁତ୍ୱ ଓ ପାରମ୍ପରିକ ଉତ୍ପାଦନ କୌଶଳକୁ ପ୍ରଦର୍ଶିତ କରିଥାଏ। ଏହି କ୍ଷେତ୍ର ବିଶେଷ ଭାବେ ବସ୍ତର-କୋଣ୍ଡାଗାଁଓ ଅଞ୍ଚଳରେ ହଜାର ହଜାର ଲୋକଙ୍କୁ ରୋଜଗାର ପ୍ରଦାନ କରିଥାଏ। ଏହି କ୍ଷେତ୍ରକୁ ଓ୍ୱାନ ଡିଷ୍ଟ୍ରିକ୍ଟ ଓ୍ୱାନ ପ୍ରଡକ୍ଟ (ଓଡିଓପି) ଅଭିଯାନ ଜରିଆରେ ସକ୍ରିୟ ଭାବେ ପ୍ରୋତ୍ସାହିତ କରାଯାଇଥାଏ।
ଛତିଶଗଡ଼ରେ କଂସା, ପିଟାଲୁହା ଓ ପାରମ୍ପରିକ ଲୌହ ଶିଳ୍ପରେ ଆନୁମାନିକ ଭାବେ ପ୍ରାୟ ୧୫,୦୦୦ ରୁ ୩୦, ୦୦୦ କାରିଗର ବିଭିନ୍ନ ପ୍ରକାର ଧାତବ ହସ୍ତଶିଳ୍ପରେ ନିୟୋଜିତ ଅଛନ୍ତି।
କୋଣ୍ଡାଗାଁଓ ଓଡିପିଓ ପେଜ୍ ରେ କାଂସ୍ୟ ହସ୍ତଶିଳ୍ପରେ ନିପୁଣ ୧୫୦ରୁ ଅଧିକ କାରିଗରଙ୍କ ରେକର୍ଡ ରହିଛି।
ଅଗରିଆ ଜନଜାତିଙ୍କୁ ନେଇ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଏବେ ମଧ୍ୟ ୬୭,୦୦୦ ଜନସଂଖ୍ୟା ବିଶିଷ୍ଟ ପାରମ୍ପରିକ ଲୌହ କାରିଗର ଏବେ ମଧ୍ୟ ଲୌହ ଶିଳ୍ପରେ ଜଡ଼ିତ।
ବସ୍ତର ଓ କୋଣ୍ଡାଗାଁଓରେ ଶିକ୍ଷା ସଂପର୍କିତ / କ୍ଷେତ୍ର ଗବେଷଣାରୁ ଜଣାପଡ଼ିଛି ଯେ, ହଜାର ହଜାର ପରିବାର ଏବେ ମଧ୍ୟ ଧାତବ ହସ୍ତଶିଳ୍ପରୁ ନିଜର ରୋଜଗାର ପାଆନ୍ତି।
ଏହି କ୍ଷେତ୍ରରେ ଜିଏସ୍ଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦ୍ୱାରା ଉତ୍ପାଦନରେ ନିବେଶ ଖର୍ଚ୍ଚ କମିଛି, ବିକ୍ରି ବଢ଼ିଛି ଓ ରପ୍ତାନୀ ବଢ଼ିଛି। ଫଳରେ ଏହି କ୍ଷେତ୍ରକୁ ମିଳିଛି ଶକ୍ତି। ଜିଏସ୍ଟି ସଂସ୍କାର ଜନଜାତୀୟ କାରିଗରଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିଛି, ସେମାନଙ୍କର ସାମଗ୍ରୀକୁ ଶସ୍ତା କରିବା ସହିତ ଉଚ୍ଚ ଶୁଳ୍କର ଚାପରେ ଥିବା ପାରମ୍ପରିକ କଳାକୌଶଳକୁ ମଧ୍ୟ ବଞ୍ଚାଇ ରଖିବାରେ ସାହାଯ୍ୟ କରିଛି।
ପ୍ୟାକେଜଯୁକ୍ତ ଦୁଗ୍ଧଜାତ ସାମଗ୍ରୀ
ଛତିଶଗଡ଼ରେ ବିଶେଷ କରି ରାୟପୁର, ବିଳାସପୁର, ଦୁର୍ଗ/ଭିଲାଇ ଅନ୍ୟ ଜନଜାତୀୟ ସୋସାଇଟି ଅଞ୍ଚଳରେ ଡାଏରୀ ଫାର୍ମିଂ ବିସେଷ କରି ଗ୍ରାମାଞ୍ଚଳ ଓ ଜନଜାତୀୟ ସମୁଦାୟର ମହିଳାଙ୍କର ଏକ ପ୍ରମୁଖ ରୋଜଗାରର ପନ୍ଥା। ଛତିଶଗଡ଼ରେ ୧୦୬୮ରୁ ଅଧିକ ଡାଏରି ସମବାୟ ସମିତି ଅଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳାଙ୍କ ଦ୍ୱାରା ପରିଚାଳିତ।
ରାୟପୁର ଜିଲ୍ଲାରେ ମହିଳାଙ୍କ ଗୋଷ୍ଠୀକୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୭୦ ପ୍ରତିଶତରୁ ଅଧିକ ସଦସ୍ୟ ହେଉଛନ୍ତି ନାମମାତ୍ର ଚାଷୀ ( ପ୍ରତ୍ୟେକଙ୍କ ୨.୫ ଏକରରୁ କମ୍ ଚାଷ ଜମି ଅଛି। ) ଏବଂ ବାର୍ଷିକ ଆୟକୁ ଦେଖିଲେ ୬୦ ପ୍ରତିଶତ ସଦସ୍ୟ ହେଉଛନ୍ତି ମଧ୍ୟମ ଆୟବର୍ଗର। ତଥାପି ୬୮ ପ୍ରତିଶତ ସଦସ୍ୟ ଔପଚାରିକ ଟ୍ରେନିଂ ପାଇନାହାନ୍ତି। ଏଥିରୁ ଜଣାପଡ଼େ ଯେ, କାପାସିଟି ବିଲଡିଂ ରେ ରହିଛି ସମସ୍ୟା।
ପ୍ୟାକେଜ ଡାଏରି ସେଗମେଣ୍ଟ ଖାଦ୍ୟ ପ୍ରକ୍ରିୟାକରଣ ( ଦୁଗ୍ଧଜାତ ପଦାର୍ଥ ପାଇଁ ଏନ୍ଆଇସି ୧୦୫) ଅଧୀନରେ ଆସିଥାଏ ଯାହା ହେଉଛି ଛତିଶଗଡ଼ର ସବୁଠୁ ବଡ଼ ସଂଗଠିତ ମ୍ୟାନୁଫ୍ୟାଚକରିଂ ନିଯୁକ୍ତିପ୍ରଦାନକାରୀଙ୍କ ମଧ୍ୟରେ ଅନ୍ୟତମ। ମୋଟ ପଂଜୀକୃତ ନିଯୁକ୍ତି ମଧ୍ୟରେ ଏହି କ୍ଷେତ୍ରର ଭାଗ ହେଉଛି ୧୨.୯୧ ପ୍ରତିଶତ। ( ସାରା ରାଜ୍ୟରେ ଏହା ହେଉଛି ପ୍ରାୟ ୧୫୦୦୦ରୁ ୨୦୦୦୦)
ଅଣସଂଗଠିତ କ୍ଷେତ୍ର ବା କ୍ଷେତସ୍ତରୀୟ ନିଯୁକ୍ତିକୁ ଛାଡ଼ି ଡାଏରୀ ପ୍ରୋସେସିଂ ଉଲ୍ଲେଖନୀୟ ନିଯୁକ୍ତି ପ୍ରଦାନ କରିଥାଏ। ସଂଗଠିତ ୟୁନିଟରେ ପ୍ଲାଣ୍ଟ ଅପରେଟର, କ୍ୱାଲିଟି ଟେଷ୍ଟର, ପ୍ୟାକେଜର୍ସ ଓ ଲଜିଷ୍ଟିକ୍ସରେ ଡାଏରୀ ପ୍ରୋସେସିଂ ଆନୁମାନିକ ୧୫୦୦-୩୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିଛି ।
ରାଷ୍ଟ୍ରୀୟ ଡାଏରୀ ଉନ୍ନୟନ ବୋର୍ଡ (ଏନ୍ଡିଡିବି)ର ସହଯୋଗିତାରେ ୨୦୨୮ ସୁଦ୍ଧା ପ୍ରକ୍ରିୟାକରଣ କ୍ଷମତା ଦିନକୁ ୭୯,୦୦୦ କେଜିରୁ ଦୈନିକ ୫, ୦୦, ୦୦୦ କେଜିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହା ଦ୍ୱାରା ପ୍ରୋସେସିଂ, ଶୀତଳ ଭଣ୍ଡାର ଓ ରପ୍ତାନୀରେ ୨୦୦୦ରୁ ୫୦୦୦ ନୂଆ ନିଯୁକ୍ତି ସୃଷ୍ଟି ହେବ।
ରାଜ୍ୟସ୍ତରୀୟ ଶିଳ୍ପ ନୀତି ଓ ଅନ୍ୟ ଯୋଜନାରେ ୨୦୨୩ ରୁ ଡାଏରି କ୍ଳଷ୍ଟରରେ ୫୦୦-୧୦୦୦ ନିଯୁକ୍ତି ଯୋଡ଼ା ଯାଇଛି। ଏଥିରେ ମହିଳାଙ୍କୁ ଦିଆଯାଇଛି ଅଧିକ ଗୁରୁତ୍ୱ। (ଜାତୀୟ ସ୍ତରରେ ଡାଏରୀ କ୍ଷେତ୍ରରେ ନିୟୋଜିତ ମହିଳାଙ୍କ ସଂଖ୍ୟା ହେଉଛି ୭୧ ପ୍ରତିଶତ। ଛତିଶଗଡ଼ରେ ମଧ୍ୟ ଏହି ଟ୍ରେଣ୍ଡ ଦେଖା ଯାଇଛି।)
ଖାଲି ପଦବୀ ପ୍ରଦର୍ଶିତ କରୁଛି ଯେ, ଚାହିଦା ବଢ଼ିଛି। ୨୦୨୫ରେ ନୌକରି ପରି ପ୍ଲାଟଫର୍ମରେ ପ୍ରାୟ ୧୧୦୦ ଟି ଡାଏରୀ ସଂପର୍କିତ ପଦବୀ ଖାଲି ଥିବାର ବିଜ୍ଞାପନ ଦିଆଯାଇଥିଲା। ସେଲ୍ସ, କ୍ୱାଲିଟି କଣ୍ଟ୍ରୋଲ ଓ ଅପରେସନରେ ଏହି ସବୁ ପଦବୀ ଖାଲି ଥିବାର ଉଲ୍ଲେଖ କରାଯାଇଥିଲା।
ପନୀର, ଦହି, ବସାଦହି, ଘୋଳଦହି ପରି ଦୁଗ୍ଧଜାତ ସାମଗ୍ରୀ ଉପରେ ଜିଏସ୍ଟିକୁ ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରି ଦିଆଯାଇଛି। ଏହା ଦ୍ୱାରା ଏସବୁ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାର ଆଶା ଅଛି। ଫଳରେ ପରିବହନ ଓ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପରି ସୁଦୃଢ଼ ଭିତ୍ତିଭୂମି ଆବଶ୍ୟକ। ଏହି ନୀତି କେବଳ ଯେ ନୂଆ ବ୍ୟାବସାୟିକ ଅବସର ସୃଷ୍ଟି କରିବା ସହିତ ସଂଗଠିତ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନରେ ସହାୟତା କରିବ ତାହା ନୁହେଁ, ବରଂ ମହିଳାଙ୍କ ଦ୍ୱାରା ନେତୃତ୍ୱାଧୀନ ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବ । ଫଳରେ ଏହି ଅଞ୍ଚଳର ଦୁଗ୍ଧଚାଷୀଙ୍କ ଆର୍ଥିକ ଅବସ୍ଥାରେ ମଧ୍ୟ ଉନ୍ନତି ଆଣିବ।
ଉପସଂହାର
ଛତିଶଗଡ଼ରେ କିଛି ଦିନ ତଳେ ହୋଇଥିବା ଜିଏସ୍ଟି ସଂସ୍କାର ଯୋଗୁଁ ହସ୍ତତନ୍ତ, ହସ୍ତଶିଳ୍ପ, ଧାତୁ ଓ ବନ ଆଧାରିତ କଳା, ପ୍ୟାକେଜ ହୋଇଥିବା ଦୁଗ୍ଧଜାତ ସାମଗ୍ରୀ ଓ ସିମେଣ୍ଟର ଦାମ କମିବା ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ କରିଛି, ଉପଭୋକ୍ତାଙ୍କ ଚାହିଦା ବୃଦ୍ଧି କରିଛି, ଓ ବଜାରରେ ପ୍ରତିଯୋଗିତା ବଢ଼ିଛି। ଏସବୁ ଦ୍ୱାରା ମହିଳା ମହିଳାଙ୍କ ନେତୃତ୍ୱାଧୀନ ଗ୍ରାମୀଣ ଉଦ୍ୟୋଗ ଆହୁରି ସଶକ୍ତ ହେବ, ହଜାର ହଜାର କାରିଗରଙ୍କୁ ରୋଜଗାର ପ୍ରଦାନ କରିବ, ସଂଗଠିତ ଶିଳ୍ପ ଆଧାରିତ ନିଯୁକ୍ତିରେ ସହଯୋଗ କରିବ। ଏହା ସହିତ ରପ୍ତାନୀ ବୃଦ୍ଧି କରିବ ଓ ସମସ୍ତ କ୍ଷେତ୍ରକୁ ଔପଚାରିକ ବର୍ଗରେ ସାମିଲ କରିବାରେ ସହାୟକ ହେବ। ଜୀବିକାକୁ ସୁଦୃଢ଼ କରି ପାରମ୍ପରିକ କଳାକୌଶଳକୁ ବଞ୍ଚାଇ ରଖିବ, ନୂଆ ବ୍ୟାବସାୟିକ ସୁଯୋଗ ସୃଷ୍ଟି କରି ଜିଏସ୍ଟି ସଂସ୍କାର ଆର୍ଥିକ ଅଭିବୃଦ୍ଧିକୁ ଗତି ପ୍ରଦାନ କରି ସ୍ଥାୟୀ ସାମାଜିକ ଆର୍ଥିକ ବିକାଶ ପାଇଁ ଛତିଶଗଡ଼କୁ ପ୍ରସ୍ତୁତ କରିବ। …
ସନ୍ଦର୍ଭ
cgstate.gov.in
https://cgstate.gov.in/en
incredibleindia.gov.in
https://www.incredibleindia.gov.in/en/chhattisgarh
cgapexhandloom.org.in
https://www.cgapexhandloom.org.in/portal/about-us
ଆଇବିଇଏଫ୍
https://ibef.org/exports/powerloom-industry-in-india
tourism.cgstate.gov.in
https://tourism.cgstate.gov.in/themes/Ethnic-Tribal
repository.tribal.gov.in
https://repository.tribal.gov.in/handle/123456789/74989?viewItem=browse
(Release ID: 2180716)
Visitor Counter : 2