ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚେନ୍ନାଇରେ କୋଠା ଭୁଶୁଡ଼ି ଲୋକେ ମୃତାହତ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ


ପିଏମଏନଆରଏଫ ପକ୍ଷରୁ ସହାୟତା ଘୋଷଣା

Posted On: 30 SEP 2025 9:48PM by PIB Bhubaneshwar

ତାମିଲନାଡ଼ୁର ଚେନ୍ନାଇରେ କୋଠା ଭୁଶୁଡ଼ି ଲୋକେ ମୃତାହତ ହେବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ପିଏମଏନଆରଏଫ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି:

“ତାମିଲନାଡ଼ୁର ଚେନ୍ନାଇରେ କୋଠା ଭୁଶୁଡ଼ିବା ଘଟଣାରେ ଗଭୀର ଦୁଃଖିତ । ଏହି ଦୁଃଖର ସମୟରେ ପ୍ରଭାବିତ ବ୍ୟକ୍ତି ଏବଂ ସେମାନଙ୍କ ପରିଜନଙ୍କ ପାଇଁ ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ପିଏମଏନଆରଏଫ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ: ପ୍ରଧନମନ୍ତ୍ରୀ @narendramodi”

SR


(Release ID: 2173665) Visitor Counter : 4