ଯୋଗାଯୋଗ ମନ୍ତ୍ରଣାଳୟ
ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କଲା ଡାକ ବିଭାଗ
‘ଏକ ପୃଥିବୀ ଓ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବିଷୟବସ୍ତୁ ଆଧାରିତ ୭ଟି ଚିତ୍ର ପୋଷ୍ଟ କାର୍ଡ ଓ ସୂର୍ଯ୍ୟ ନମସ୍କାର ଷ୍ଟାମ୍ପ ଉପରେ କି-ଚେନ୍ ଜାରି କରିଛି ଡାକ ବିଭାଗ
Posted On:
21 JUN 2025 7:13PM by PIB Bhubaneshwar
ଦିଲ୍ଲୀରେ ଥିବା ଚିଫ୍ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ମେଘଦୂତ ଭବନରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଏକାଦଶକ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି ଡାକ ବିଭାଗ। ଏହି କାର୍ଯ୍ୟକ୍ରମ ଉତ୍ତମ ସ୍ୱାସ୍ଥ୍ୟର ଜାତୀୟ ମନୋଭାବ ଓ ‘ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ର ବୈଶ୍ୱିକ ବିଷୟବସ୍ତୁର ଅନୁରୂପ ଥିଲା। ନିଜ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ଓ ସନ୍ତୁଳନ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବାକୁ ଡାକ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି ଏହା ଦର୍ଶାଉଛି।
(ଦିଲ୍ଲୀରେ ସାଧାରଣ ଯୋଗ କରୁଥିବା ଡାକ ବିଭାଗର କର୍ମଚାରୀ )
ଏହି ସମାରୋହରେ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଡାକ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ଲୋକେ ସାମୁହିକ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ର ଅଭ୍ୟାସ କରିଥିଲେ ଯେଉଁଥିରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରୁଥିବା ବିଭିନ୍ନ ଆସନ, ପ୍ରାଣାୟାମ ଓ ଧ୍ୟାନର ଟେକନିକ୍ ରହିଛି।
(ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସରେ ଡାକ ଟିକଟ ସଂଗ୍ରହ ସଂପର୍କିତ ସାମଗ୍ରୀର ଉନ୍ମୋଚନ)
ଏହି ଅବସରରେ ଡାକ ବିଭାଗ ‘ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବିଷୟବସ୍ତୁ ଉପରେ ଆଧାରିତ ୭ଟି ଚିତ୍ର ପୋଷ୍ଟକାର୍ଡ ଓ ସୂର୍ଯ୍ୟ ନମସ୍କାର ଡାକ ଟିକଟ ଉପରେ ଆଧାରିତ କି-ଚେନ୍ ଜାରି କରିଛି। ଏହି ଡାକ ଟିକଟ ସଂଗ୍ରହ ଭାରତର ଅକଳ୍ପନୀୟ ଐତିହ୍ୟର ଉତ୍ସବ ପାଳନ କରିଥାଏ ଓ ଜାତୀୟ ତଥା ସାଂସ୍କୃତିକ ମାଇଲଖୁଣ୍ଟକୁ ପ୍ରୋତ୍ସାହିତ କରିବାର ଡାକ ବିଭାଗର ପରମ୍ପରାକୁ ପ୍ରଦର୍ଶିତ କରିଥାଏ। ଏହି ଅବସରରେ ବରିଷ୍ଠ ଅଧିକାରୀ ଗୁରୁତ୍ୱ ଦେଇଥିଲେ ଯେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ହେଉଛି ଏକ ଜୀବନଧାରା। ଉତ୍ତମ ଶାରୀରିକ ଓ ମାନିସକ ସ୍ୱାସ୍ଥ୍ୟ ପାଇଁ ଏହାକୁ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ ମଧ୍ୟ କରିଥିଲେ।
ସାରା ଦେଶର ସମସ୍ତ ପୋଷ୍ଟାଲ ସର୍କଲ ଓ ଡିଭିଜନରେ ଡାକ ବିଭାଗ ଦ୍ୱାରା ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ଏକ ଅଂଶବିଶେଷ ଥିଲା ଏହି କାର୍ଯ୍ୟକ୍ରମ। କର୍ମଚାରୀ ଓ ଗୋଷ୍ଠୀ ମଧ୍ୟରେ ଏକତା, ନମନୀୟତା ଓ ସାମୁହିକ କଲ୍ୟାଣକୁ ପ୍ରୋତ୍ସାହିତ କରିବାରେ ଯୋଗର ଭୂମିକାକୁ ଆହୁରି ମଜଭୁତ କରିଛି।
ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ଯୋଗାଯୋଗ ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆଙ୍କ ବାର୍ତ୍ତା
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜନସାଧାରଣଙ୍କୁ ମାନନୀୟ କେନ୍ଦ୍ର ସଂଚାର ଏବଂ ଉତ୍ତର-ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆଙ୍କ ବାର୍ତ୍ତା-“ ଯୋଗ କେବଳ ଅଭ୍ୟାସ ନୁହେଁ- ଶରୀର, ମନ ଓ ଆତ୍ମା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଏକ କଳା ଅଟେ”
ଆସନ୍ତୁ ୨୧ ଜୁନକୁ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ରୂପେ ପାଳନ କରିବା …pic.twitter.com/B7FdRSK 4ZE
— India Post (@IndiaPostOffice)
June 21, 2025 …
BSP
(Release ID: 2138834)