ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ଧ୍ର ପ୍ରଦେଶର ଅନକାପଲ୍ଲୀ ଜିଲ୍ଲାରେ କାରଖାନା ଦୁର୍ଘଟଣାରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2025 6:54PM by PIB Bhubaneswar

 

ଆନ୍ଧ୍ର ପ୍ରଦେଶର ଅନକାପଲ୍ଲୀ ଜିଲ୍ଲାରେ କାରଖାନା ଦୁର୍ଘଟଣାରେ ଲୋକଙ୍କ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠି-ପିଏମଏନଆରଏଫ ରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ ପାଇଁ ସେ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି:

“ଆନ୍ଧ୍ର ପ୍ରଦେଶର ଅନକାପଲ୍ଲୀରେ ଏକ କାରଖାନାରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ହାନି ପାଇଁ ଗଭୀର ଦୁଃଖିତ । ନିଜ ପ୍ରିୟଜନଙ୍କ ହରାଇଥିବା ଲୋକଙ୍କ ପାଇଁ ଗଭୀର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସହାୟତା କରୁଛି ।

ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏପଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ:ପ୍ରଧାନମନ୍ତ୍ରୀ @narendramodi”

SR


(ରିଲିଜ ଆଡି: 2121506) ପରିଦର୍ଶକ କାଉଣ୍ଟର : 45