ରସାୟନ ଓ ସାର ମନ୍ତ୍ରଣାଳୟ
azadi ka amrit mahotsav

୨୦୨୫ ମାର୍ଚ୍ଚ ୧ ରୁ ୭, ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସହିତ ଜନ ଔଷଧୀ ଦିବସ ପାଳନ କରାଯାଉଛି


ଏହାର ବିଷୟବସ୍ତୁ ରହିଛି : ‘‘ଜନ ଔଷଧୀ : ଦାମ କମ, ଔଷଧ ଉତ୍ତମ’’

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଏମ୍ସ ବିଳାସପୁରସ୍ଥିତ ଜନ ଔଷଧୀ କେନ୍ଦ୍ର ପରିଦର୍ଶନ କରି ୭ମ ଜନଔଷଧୀ ଦିବସ ଅବସରରେ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଓ ରାଜ୍ୟସ୍ତରୀୟ ମନ୍ତ୍ରୀମାନେ ସମଗ୍ର ଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି

ସପ୍ତମ ଜନ ଔଷଧୀ ଦିବସ ଅବସରରେ ଦେଶବ୍ୟାପୀ ୩୫୦ରୁ ଅଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରାୟ ୫୦,୦୦୦ ଲୋକ ସପ୍ତାହବ୍ୟାପୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ

୨୦୦ରୁ ଅଧିକ ନୂଆ ଜନଔଷଧି କେନ୍ଦ୍ରର ଶୁଭାରମ୍ଭ : ଏହା ସହିତ ମୋଟ ସଂଖ୍ୟା ୧୫୨୯୧ରେ ପହଞ୍ଚିଛି

Posted On: 07 MAR 2025 7:07PM by PIB Bhubaneshwar

ସପ୍ତାହବ୍ୟାପୀ ଉତ୍ସବର ସପ୍ତମ ଦିନରେ ପିଏମବିଆଇ (ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସ୍ ବ୍ୟୁରୋ ଅଫ୍ ଇଣ୍ଡିଆ) ପକ୍ଷରୁ ଆଜି ସମଗ୍ର ଦେଶରେ ସପ୍ତମ ଜନ ଔଷଧୀ ଦିବସ, ୨୦୨୫ ପାଳନ କରାଯାଇଛି, ଯେଉଁଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟବର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାନସଭା ସଦସ୍ୟ, କାଉନସିଲର ଏବଂ କେନ୍ଦ୍ର ଓ ରାଜ୍ୟର ଅନେକ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପ୍ରକଳ୍ପ (ପିଏମବିଜେପି)ର ଲାଭ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଯାହା ଦ୍ୱାରା ଜନସାଧାରଣ ସଚେତନ ହେବା ସହିତ ଏହାର ଲାଭ ପାଇପାରିବେ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ହିମାଚଳ ପ୍ରଦେଶର ବିଳାସପୁରସ୍ଥିତ ଏମ୍ସରେ ଥିବା ଜନ ଔଷଧୀ କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ମାଲିକ ଓ ଜନ ଔଷଧି ଯୋଜନାର ହିତାଧିକାରୀମାନେ ମଧ୍ୟ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ସୋସିଆଲ ମିଡିଆ ମାଧ୍ୟମରେ ଭିଡିଓ ବାର୍ତ୍ତା ସେୟାର କରି ଦେଶର ସମସ୍ତ ନାଗରିକଙ୍କୁ ସପ୍ତମ ଜନ ଔଷଧୀ ଦିବସ, ୨୦୨୫ ର ଶୁଭେଚ୍ଛା ଜଣାଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ମଧ୍ୟ ଆଜି ଦିଲ୍ଲୀର ଅଶୋକ ବିହାରରେ ଥିବା ଜନ ଔଷଧି କେନ୍ଦ୍ର ପରିଦର୍ଶନ କରିଥିଲେ ଯେଉଁଠାରେ ସେ ଏହି ପରିଯୋଜନାର ଲାଭ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଏହି ମହାନ ପ୍ରକଳ୍ପର ଅଂଶ ହେବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ ।

ସପ୍ତମ ଜନ ଔଷଧୀ ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ନୀଳାଦ୍ରି ବେଳାଭୂମି କୂଳରେ 'ଦାମ କାମ ଔଷଧ ଉତ୍ତମ' ବିଷୟବସ୍ତୁକୁ ନେଇ ଏକ ଆକର୍ଷଣୀୟ ବାଲୁକା କଳା ପ୍ରସ୍ତୁତ କରିଥିଲେ। ଏହାର ଭବ୍ୟତା କେବଳ ଲୋକଙ୍କୁ ଆକର୍ଷିତ କରୁନାହିଁ ବରଂ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ମଧ୍ୟ ପ୍ରତିଫଳିତ କରୁଛି ।

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା (ପିଏମବିଜେପି), ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସ୍ ବ୍ୟୁରୋ ଅଫ୍ ଇଣ୍ଡିଆ (ପିଏମବିଆଇ) ଅଧୀନରେ ପିଏମବିଜେପିର କାର୍ଯ୍ୟକାରୀ ସଂସ୍ଥା ସପ୍ତମ ଜନ ଔଷଧୀ ଦିବସ ୨୦୨୫ ପାଳନ କରୁଛି । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ପହିଲାରେ ସାରା ଦେଶରେ ଜନ ଔଷଧୀ ଜନ ଚେତନା ଅଭିଯାନରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖରେ ଜନ ଔଷଧୀ ଦିବସ, ୨୦୨୫ ପାଳନ ସହିତ ଶେଷ ହୋଇଥିଲା । ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଜନ ଚେତନା ଅଭିଯାନ/ପଦଯାତ୍ରା, ଐତିହ୍ୟ ପଦଯାତ୍ରା ଓ ସ୍ୱାସ୍ଥ୍ୟ ଶିବିର, ଜନ ଔଷଧୀ ବାଲ ମିତ୍ର, ଏକ କଦମ ମାତୃଶକ୍ତି କି ଔର, ଫାର୍ମାସିଷ୍ଟ ସଚେତନତା କାର୍ଯ୍ୟକ୍ରମ, ଆଓ ଜନ ଔଷଧୀ ମିତ୍ର ବନେ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା

ଏହି ବୃହତ କାର୍ଯ୍ୟକଳାପ ଗୁଡ଼ିକ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲା ଏବଂ ପିଏମବିଜେପିର ଲୋକ, ହିତାଧିକାରୀ ଏବଂ ବହୁ-ସ୍ତରୀୟ ଅଂଶୀଦାରଙ୍କ ସାମଗ୍ରିକ ଅଂଶଗ୍ରହଣ ସୁନିଶ୍ଚିତ କରିଥିଲା । ଦେଶବାସୀଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ର ରସାୟନ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଜନ ଔଷଧୀ ରଥ (ମୋବାଇଲ ଭ୍ୟାନ)କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହି ଭ୍ରାମ୍ୟମାଣ ଭ୍ୟାନ୍ ଦେଶର ରାଜଧାନୀରେ ଯାତ୍ରା କରିଥିଲା। ସେହିଦିନ ସାରା ଦେଶରେ ଜନ ଔଷଧି ପ୍ରତିଜ୍ଞା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ପଦ ଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦ ଯାତ୍ରାରେ ଜନ ଔଷଧୀ ଟି-ସାର୍ଟ ଓ ଟୋପି ପିନ୍ଧି ସ୍କୁଲ ପିଲାମାନେ ଯୋଗ ଦେଇଥିଲେ ।

ମାର୍ଚ୍ଚ ୨, ୨୦୨୫ରେ ହୌଜ ଖାସ, ନୂଆଦିଲ୍ଲୀ, ଗ୍ୱାଲିୟର କିଲ୍ଲା, ତାଜ୍ ମହଲ, ଇମାମବାରା, ଲକ୍ଷ୍ନୌ ଇତ୍ୟାଦି ଭଳି ୨୫ଟି ପ୍ରମୁଖ ଐତିହାସିକ ସ୍ଥାନରେ ସର୍ବଭାରତୀୟ ସ୍ତରରେ ଜନ ଔଷଧୀ ବିରାସତ୍ କେ ସାଥ ବିଷୟବସ୍ତୁ ସହ ହେରିଟେଜ୍ ୱାକ୍ ଆୟୋଜନ କରାଯାଇଥିଲା। ଦେଶର ୫୦୦ ଟି ସ୍ଥାନରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।

ମାର୍ଚ୍ଚ ୩, ୨୦୨୫ ରେ ଦେଶର ବିଭିନ୍ନ ବିଦ୍ୟାଳୟରେ ଜନ ଔଷଧୀ ବାଲ ମିତ୍ର ଭାଗିଦାରୀ ଅନୁଷ୍ଠିତ ହୋଇ ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟକଳାପରେ ସାମିଲ କରାଯାଇ ଜନ ଔଷଧୀ ପରିଯୋଜନାର ବାର୍ତ୍ତା ଦିଆଯାଇଥିଲା ।

ମାର୍ଚ୍ଚ ୪, ୨୦୨୫ରେ ଜନ ଔଷଧି କେନ୍ଦ୍ରଗୁଡ଼ିକରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୩୦ଟି ସ୍ଥାନରେ ମହିଳା ହିତାଧିକାରୀମାନେ ଉପସ୍ଥିତ ଥିଲେ ଯେଉଁଠାରେ ମହିଳା ଜନପ୍ରତିନିଧି, ମହିଳା ଡାକ୍ତର, ସ୍ୱେଚ୍ଛାସେବୀ ସଂଗଠନର ଉପସ୍ଥିତିରେ ଆଲୋଚନା କରାଯାଇଥିଲା ଏବଂ ଜନ ଔଷଧି ଔଷଧର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ସୂଚନା ଆଦାନପ୍ରଦାନ କରାଯାଇଥିଲା ।

ଜନ ଔଷଧୀ ପରିଯୋଜନା ଅଧୀନରେ ଫାର୍ମାସି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ସମ୍ପର୍କରେ ସୂଚନା ଦେବା ପାଇଁ ମାର୍ଚ୍ଚ ୫, ୨୦୨୫ରେ ସାରା ଦେଶରେ ଫାର୍ମାସି କଲେଜ/ବିଶ୍ୱବିଦ୍ୟାଳୟରେ ସେମିନାର ଆୟୋଜନ କରାଯାଇଥିଲା । ଫାର୍ମା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପିଏମବିଜେପି ଉପରେ ସର୍ବଭାରତୀୟ ସେମିନାର ଏବଂ କର୍ମଶାଳା ଆୟୋଜନ କରାଯାଇଥିଲା ।

୨୦୨୫ ଜନ ଔଷଧୀ ଦିବସ ପାଳନର ଷଷ୍ଠ ଦିବସରେ ପିଏମବିଜେପି ସାରା ଦେଶରେ ନାଗରିକମାନଙ୍କୁ ସ୍ୱେଚ୍ଛାସେବୀ ଭାବରେ ପଞ୍ଜିକୃତ କରିବା ପାଇଁ 'ଆଓ ଜନ ଔଷଧି ମିତ୍ର ବନେ'ର ଆୟୋଜନ କରିଛି । କୁତବ ମିନାରକୁ ମଧ୍ୟ ସୁନ୍ଦର ଆଲୋକରେ ଆଲୋକିତ କରାଯାଇ ଜନ ଔଷଧୀ ପରିଯୋଜନାର ବାର୍ତ୍ତା ଦିଆଯାଇଥିଲା ।

ସପ୍ତାହବ୍ୟାପୀ ଏହି ମହାନ ପ୍ରକଳ୍ପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜାତୀୟ ପେନସନଭୋଗୀ ଏବଂ ଜନ ଔଷଧୀ ତଥା ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କୁ ୧.୧୨ କୋଟିରୁ ଅଧିକ ଡିଜିଟାଲ ବାର୍ତ୍ତା ପଠାଯାଇଥିଲା । ଦେଶର ଯୁବପିଢ଼ିଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ମାଗଭ ପୋର୍ଟାଲ ଜରିଆରେ ପ୍ରବନ୍ଧ ଲେଖା, ପୋଷ୍ଟର ମେକିଂ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୁଇଜ୍/ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ମାଗଭ ପୋର୍ଟାଲ ଜରିଆରେ ସଚେତନତା ସୃଷ୍ଟି ପାଇଁ ୭ କୋଟିରୁ ଅଧିକ ମେସେଜ ପଠାଯାଇଥିଲା । ବାର୍ତ୍ତା ପ୍ରଚାର ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୩୦୦ ସ୍ଥାନରେ ଥିବା କମ୍ୟୁନିଟି ରେଡିଓ ଷ୍ଟେସନକୁ ମଧ୍ୟ ଏକ ମାଧ୍ୟମ ଭାବରେ ବ୍ୟବହାର କରାଯାଇଥିଲା ।

 

BS


(Release ID: 2109285) Visitor Counter : 26


Read this release in: English , Urdu , Hindi