ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାମେଶ୍ୱର ଚୌପାଲଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 07 FEB 2025 11:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ କାମେଶ୍ୱର ଚୌପାଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଉତ୍ସର୍ଗୀକୃତ ରାମ ଭକ୍ତ ବୋଲି କହିଛନ୍ତି, ଯିଏ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବହୁମୂଲ୍ୟ ଯୋଗଦାନ ଦେଇଥିଲେ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ବିଜେପିର ବରିଷ୍ଠ ନେତା ତଥା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଶ୍ରୀ କାମେଶ୍ୱର ଚୌପାଲଙ୍କ ବିୟୋଗରେ ଗଭୀର ଦୁଃଖିତ। ସେ ଜଣେ ଉତ୍ସର୍ଗୀକୃତ ରାମଭକ୍ତ ଥିଲେ, ଯିଏ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବହୁମୂଲ୍ୟ ଯୋଗଦାନ ଦେଇଥିଲେ । ଦଳିତ ପୃଷ୍ଠଭୂମିରୁ ଆସିଥିବା  କାମେଶ୍ୱର ଚୌପାଲଙ୍କୁ ସାମଜର ବଞ୍ôଚତ ଶ୍ରେଣୀର ଲୋକଙ୍କ କଲ୍ୟାଣ ନିମନ୍ତେ କରିଥିବା କାର୍ଯ୍ୟ ଯୋଗୁଁ ସର୍ବଦା ସ୍ମରଣ କରାଯିବ । ଏହି ଦୁଃଖ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି !”

 

SR

 


(Release ID: 2102091) Visitor Counter : 35