ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ
azadi ka amrit mahotsav

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ


ଭାରତୀୟ ଅର୍ଥନୀତିର ସଶକ୍ତିକରଣ

ପୋଷ୍ଟ କରାଯିବା ଦିନାଙ୍କ: 02 JAN 2025 3:19PM by PIB Bhubaneswar

କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI ) ଅଣନିଗମ କ୍ଷେତ୍ର ଉଦ୍ୟୋଗର ବାର୍ଷିକ ରିପୋର୍ଟ (ଏଏସୟୁଏସଇ ) ୨୦୨୩-୨୪ ପ୍ରକାଶ କରିଛି। ଏଥିରେ ରହିଛି ୨୦୨୩ ଅକ୍ଟୋବରରୁ ୨୦୨୪ ସେପଟେମ୍ୱର ମଧ୍ୟରେ କରାଯାଇଥିବା ସର୍ଭେର ତଥ୍ୟ। ଅଣନିଗମ ଅଣ କୃଷି କ୍ଷେତ୍ରର ଅର୍ଥନୈତିକ ଓ ପରିଚାଳନାଗତ ସ୍ଥିତି ଉପରେ ଏହି ପୁଙ୍ଖାନୁପୁଙ୍ଖ ସର୍ଭେ ରିପୋର୍ଟ ଆଲୋକପାତ କରିଛି। ନିଯୁକ୍ତିରେ ଏଏସୟୁଏସଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ଘରୋଇ ମୋଟ ଉତ୍ପାଦ (ଜିଡିପି) ଏବଂ ମୋଟାମୋଟି ଭାବେ ଭାରତର ସାମାଜିକ-ଆର୍ଥିକ ସ୍ଥିତି ସଂପର୍କରେ ଏହି ସର୍ଭେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି।

 

କ୍ଷେତ୍ରୀୟ ଉଲ୍ଲେଖନୀୟ ଅଭିବୃଦ୍ଧି

● ଅଣନିଗମ କ୍ଷେତ୍ରରେ ଏଥର ବହୁତ ବଢ଼ିଆ ଅଭିବୃଦ୍ଧି ହୋଇଛି। ବୃଦ୍ଧି ପାଇଛି ଏହି କ୍ଷେତ୍ରର ସଂସ୍ଥାନ ସଂଖ୍ୟା। ୨୦୨୨-୨୩ରେ ଏହି କ୍ଷେତ୍ରରେ ୬ କୋଟି ୫୦ଲକ୍ଷ ସଂସ୍ଥାନ ଥିବା ବେଳେ ୨୦୨୩-୨୪ରେ ଏହା ୭.୩୪ କୋଟିକୁ ବୃଦ୍ଧି ପାଇଛି । ଅର୍ଥାତ ମୋଟ ସଂସ୍ଥାନ ସଂଖ୍ୟା ଉଲ୍ଲେଖନୀୟ ଭାବେ ୧୨.୮୪ ପ୍ରତିଶତ ବୃଦ୍ଧି ପାଇଛି।

● ‘ଅନ୍ୟ ସେବା’ କ୍ଷେତ୍ରରେ ସଂସ୍ଥାନ ସଂଖ୍ୟା ୨୩.୫୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହା ପଛକୁ ରହିଛି ମ୍ୟାନୁଫ୍ୟାକଚରିଂ କ୍ଷେତ୍ର। ଏହି କ୍ଷେତ୍ରର ଅଭିବୃଦ୍ଧି ହାର ରହିଛି ୧୩ ପ୍ରତିଶତ। 

● ଏହି ଅବଧି ଭିତରେ ଅର୍ଥନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସୂଚକ ଗ୍ରସ୍ ଭ୍ୟାଲୁ ଏଡେଡ୍ (ଜିଭିଏ)ରେ ୧୬.୫୨ ପ୍ରତିଶତ ବୃଦ୍ଧି ଘଟିଛି। ‘ଅନ୍ୟ ସେବା’ କ୍ଷେତ୍ରର ଅଭିବୃଦ୍ଧି ହାର ରହିଛି ୨୬.୧୭ ପ୍ରତିଶତ।

ଏଏସୟୁଏସ୍ ଇ ୨୦୨୨-୨୩

ଏଏସୟୁଏସ୍ଇ ୨୦୨୩-୨୪

 

ଗ୍ରାମୀଣ ସହରାଞ୍ଚଳ ଗ୍ରାମୀଣ ଓ ସହରାଞ୍ଚ ଯୁଗ୍ମ ଭାବେ

 

 

 

 

ଶ୍ରମ ବଜାରର ସଂପ୍ରସାରଣ

ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଭାବେ ନିଯୁକ୍ତି ସୁଯୋଗ ବୃଦ୍ଧି ହୋଇଛି। ୨୦୨୩-୨୪ରେ ୧୨ କୋଟିରୁ ଅଧିକ ଲୋକ ଏଥିରେ ନିଯୁକ୍ତି ପାଇଛନ୍ତି। ଗତ ବର୍ଷ ଅପେକ୍ଷା ପ୍ରାୟ ୧ କୋଟିରୁ ଅଧିକ ଲୋକ ଏହି କ୍ଷେତ୍ରରେ ବର୍ତ୍ତମାନ କାମ କରୁଛନ୍ତି।

‘ଅନ୍ୟ ସେବା’ କ୍ଷେତ୍ରରେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହି କ୍ଷେତ୍ରରେ ନିଯୁକ୍ତିର ଅଭିବୃଦ୍ଧି ହେଲା ୧୭.୮୬ ପ୍ରତିଶତ। ଏହା ପରେ ପରେ ରହିଛି ମ୍ୟାନୁଫ୍ୟାକଚରିଂ କ୍ଷେତ୍ର । ଏହାର ଅଭିବୃଦ୍ଧି ହାର ହେଉଛି ୧୦.୦୩ ପ୍ରତିଶତ ।

ଆକଳନ କରାଯାଇଥିବା କର୍ମଚାରୀଙ୍କ ସଂଖ୍ୟା (‘00)

ଗ୍ରାମୀଣ, ସହରାଞ୍ଚଳ, ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ଯୁଗ୍ମ ଭାବେ

ଏଏସୟୁଏସଇ ୨୦୨୨-୨୩ ଏଏସୟୁଏସଇ ୨୦୨୩-୨୪

୧୪, ୦୦, ୦୦୦

୧୨, ୦୦,୦୦୦

୧୦, ୦୦, ୦୦୦

୮, ୦୦, ୦୦୦

୬, ୦୦, ୦୦୦

୪, ୦୦, ୦୦୦

୨, ୦୦, ୦୦୦

● ଲିଙ୍ଗଗତ ସମାନତା ଆଣିବାରେ ଏହି କ୍ଷେତ୍ର ଏକ ମାଇକଖୁଣ୍ଟ ସ୍ଥାପନ କରିଛି। ମହିଳାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ସଂସ୍ଥାର ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୨୨-୨୩ରେ ୨୨.୯ ପ୍ରତିଶତ ସଂସ୍ଥାନର ମାଲିକ ମହିଳା ହୋଇଥିବା ବେଳେ ୨୦୨୩-୨୪ରେ ତାହା ୨୬.୨ ପ୍ରତିଶତକୁ ବୃଦ୍ଧି ପାଇଛି।

ମାଲିକ ମହିଳା ହୋଇଥିବା ସଂସ୍ଥାନର ସଂଖ୍ୟା

ଏଏସୟୁଏସଇ ୨୦୨୨-୨୩ ଏଏସୟୁଏସଇ ୨୦୨୩-୨୪

୨୨.୯ % ୨୬.୨ %

କର୍ମଚାରୀଙ୍କ ପିଛା ଦରମା ୧୩ ପ୍ରତିଶତ ବୃଦ୍ଧି ହୋଇଛି। ଏଥିରୁ ଜଣାପଡୁଛି ଯେ, କର୍ମଚାରୀଙ୍କ ପାରିଶ୍ରମିକ ବଢୁଛି ଓ ଅର୍ଥନୈତିକ ଚାହିଦାର ମଧ୍ୟ ଅଭିବୃଦ୍ଧି ହେଉଛି।

ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ସବୁଠୁ ଅଧିକ ପାରିଶ୍ରମିକ ବୃଦ୍ଧି ହୋଇଛି। ଏହି କ୍ଷେତ୍ରରେ ୧୬ ପ୍ରତିଶତରୁ ଅଧିକ ପାରିଶ୍ରମିକ ବୃଦ୍ଧି ହୋଇଛି।

 

ଶ୍ରମ ଉତ୍ପାଦିକା

 

● କୌଣସି କ୍ଷେତ୍ରର ଶ୍ରମ ଉତ୍ପାଦିକାକୁ ଦର୍ଶାଉଥିବା କର୍ମଚାରୀ ପିଛା ଗ୍ରସ୍ ଭ୍ୟାଲୁ ଆଡେଡ୍ ( ଜିଭିଏ) ୧, ୪୧, ୭୬୯ ଟଙ୍କାରୁ ୧, ୪୯, ୭୪୨ ଟଙ୍କାକୁ ବୃଦ୍ଧି ଘଟିଛି। ୨୦୨୨-୨୩ରେ କର୍ମଚାରୀ ପିଛା ଜିଭିଏ ୧, ୪୧, ୭୬୯ ଟଙ୍କା ଥିବା ବେଳେ ୨୦୨୩-୨୪ରେ ଏହା ବର୍ତ୍ତମାନର ମୂଲ୍ୟ ଅନୁସାରେ ୫.୬୨ ପ୍ରତିଶତ ବୃଦ୍ଧି ପାଇ ୧, ୪୯, ୭୪୨ ଟଙ୍କାରେ ପହଞ୍ଚିଛି।

ଏହି ସମୟ ଭିତରେ ପ୍ରତ୍ୟେକ ସଂସ୍ଥାନ ପିଛା ଗ୍ରସ୍ ଭ୍ୟାଲୁ ଅଫ୍ ଆଉଟପୁଟ (ଜିଭିଓ ) ମଧ୍ୟ ବର୍ତ୍ତମାନର ମୂଲ୍ୟ ଅନୁସାରେ ୪,୬୩, ୩୮୯ ଟଙ୍କାରୁ ୪,୯୧, ୮୬୨ ଟଙ୍କାକୁ ବୃଦ୍ଧି ପାଇଛି।

 

ଡିଜିଟାଲ ଉପଯୋଗୀକରଣ

ଡିଜିଟାଲ ଉପଯୋଗୀକରଣରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ଆସିଛି। ୨୦୨୨-୨୩ରେ ୨୧.୧ ପ୍ରତିଶତ ସଂସ୍ଥାନ ଇଣ୍ଟରନେଟ ବ୍ୟବହାର କରୁଥିବା ବେଳେ ୨୦୨୩-୨୪ରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ସଂସ୍ଥାନର ସଂଖ୍ୟା ୨୬.୭ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଧାରା ଦର୍ଶାଉଛି ଯେ,ବ୍ୟବସାୟରେ ଡିଜିଟାଲ ଉପକରଣର ନିର୍ଭରତା ବୃଦ୍ଧି ପାଉଛି।

 

ଇଣ୍ଟରନେଟ ବ୍ୟବହାର କରୁଥିବା ସଂସ୍ଥାନ

ଏଏସୟୁଏସଇ ୨୦୨୨-୨୩ ଏଏସୟୁଏସଇ ୨୦୨୩-୨୪

୨୧.୧ % ୨୬.୭ ପ୍ରତିଶତ

 

 

ଡିଜିଟାଲ ସାନ୍ଦ୍ରତା ଓ ପାରିଶ୍ରମିକର ବୃଦ୍ଧି ସହିତ ସବୁ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଭିବୃଦ୍ଧିରୁ ଏହା ସ୍ପଷ୍ଟ ହୋଇଛି ଯେ, ଦ୍ରୁତ ଅଭିବୃଦ୍ଧି ଆଡ଼କୁ ଭାରତର ଅର୍ଥନୀତିର ପ୍ରତ୍ୟାବର୍ତ୍ତନ ଓ ନିରନ୍ତର ଅଭିବୃଦ୍ଧିରେ ଅଣନିଗମ କ୍ଷେତ୍ରର ପ୍ରମୁଖ ଅବଦାନ ରହିଛି। ଏଏସଯୁଏସଇ ୨୦୨୩-୨୪ ଫଳାଫଳ ଏହା ଦର୍ଶାଉଛି ଯେ, ସଂସ୍ଥାନ ସଂଖ୍ୟା, ନିଯୁକ୍ତି ଓ ଉତ୍ପାଦିକା ବୃଦ୍ଧି ସହିତ ଭାରତର ଅଣନିଗମ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। 


(ରିଲିଜ ଆଡି: 2090012) ପରିଦର୍ଶକ କାଉଣ୍ଟର : 107
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Gujarati , Tamil