ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସ୍‌.ଏମ୍‌. କୃଷ୍ଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 10 DEC 2024 9:01AM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ଦିଗରେ ତାଙ୍କର ଉଦ୍ୟମ ପାଇଁ ବେଶ୍ ଜଣାଶୁଣା ଥିବା ଶ୍ରୀ କୃଷ୍ଣାଙ୍କୁ ଜଣେ ଉତ୍କୃଷ୍ଟ ନେତା ଭାବରେ ପ୍ରଶଂସା କରିଛନ୍ତି ।

ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ଶ୍ରୀ ଏମ୍‌.ଏସ୍‌. କୃଷ୍ଣା ଜଣେ ଉଚ୍ଚକୋଟୀର ନେତା ଥିଲେ, ତାଙ୍କୁ ବିଭିନ୍ନ ବର୍ଗର ଲୋକମାନେ ପ୍ରଶଂସା କରୁଥିଲେ । ସେ ଅନ୍ୟମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସର୍ବଦା ପରିଶ୍ରମ କରିଥିଲେ । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ପାଇଁ, ବିଶେଷକରି ଭିତ୍ତିଭୂମି ବିକାଶ ଉପରେ ତାଙ୍କର ଗୁରୁତ୍ୱ ପାଇଁ ତାଙ୍କୁ ସ୍ମରଣ କରାଯାଇଥାଏ । ଶ୍ରୀ ଏମ୍‌.ଏସ୍‌. କୃଷ୍ଣା ଜଣେ ଉତ୍ତମ ପାଠକ ଏବଂ ଚିନ୍ତକ ମଧ୍ୟ ଥିଲେ ।”

“ଗତ କିଛି ବର୍ଷ ମଧ୍ୟରେ ମୋତେ ଶ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ସହିତ ଯୋଗାଯୋଗ କରିବାର ଅନେକ ସୁଯୋଗ ମିଳିଛି ଏବଂ ମୁଁ ତାଙ୍କ ସହ ସେହି ବାର୍ତ୍ତାଳାପକୁ ସର୍ବଦା ମନେ ରଖିବି । ତାଙ୍କର ବିୟୋଗରେ ମୁଁ ଗଭୀର ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା ଓମ୍ ଶାନ୍ତି !”

 

 

SR


(रिलीज़ आईडी: 2082633) आगंतुक पटल : 80
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Kannada , Malayalam