ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 03 DEC 2024 8:59AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତୀୟ ଗଣତନ୍ତ୍ରର ସୁଦୃଢ଼ ମୂଳଦୁଆ ପକାଇବାରେ ଡକ୍ଟର ପ୍ରସାଦଙ୍କ ଅମୂଲ୍ୟ ଅବଦାନକୁ ସେ ପ୍ରଶଂସା କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ବିଧାନସଭା ସଭାପତି ଭାବରେ ଭାରତୀୟ ଗଣତନ୍ତ୍ରର ସୁଦୃଢ଼ ମୂଳଦୁଆ ରଖିବାରେ ସେ ଅମୂଲ୍ୟ ଅବଦାନ ଦେଇଛନ୍ତି । ଆଜି ଯେତେବେଳେ ଆମେ ସମସ୍ତେ ସମ୍ବିଧାନର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ତାଙ୍କ ଜୀବନ ଓ ଆଦର୍ଶ ଆହୁରି ପ୍ରେରଣାଦାୟକ ହୋଇଛି ।”

 

SR      


(रिलीज़ आईडी: 2079981) आगंतुक पटल : 69
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Bengali , Assamese , Manipuri , Gujarati , Tamil , Telugu , Kannada , Malayalam