ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନଜାତୀୟ ଗୌରବ ଦିବସ ମାତୃଭୂମିର ସମ୍ମାନ ଏବଂ ସ୍ୱାଭିମାନ ରକ୍ଷା ପାଇଁ ଆମ ଆଦିବାସୀ ସମ୍ପ୍ରଦାୟର ଅତୁଳନୀୟ ବୀରତ୍ୱ ଏବଂ ବଳିଦାନର ପ୍ରତୀକ : ପ୍ରଧାନମନ୍ତ୍ରୀ
ଜନଜାତୀୟ ଗୌରବ ଦିବସ ଅବସରରେ ଦେଶ ଉଦ୍ଦେଶ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ଶୁଣିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 NOV 2024 1:43PM by PIB Bhubaneswar
ଜନଜାତୀୟ ଗୌରବ ଦିବସ ଅବସରରେ ଦେଶ ଉଦ୍ଦେଶ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ଶୁଣିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଜନଜାତୀୟ ଗୌରବ ଦିବସ ମାତୃଭୂମିର ସମ୍ମାନ ଏବଂ ସ୍ୱାଭିମାନ ରକ୍ଷା ପାଇଁ ଆମ ଆଦିବାସୀ ସମ୍ପ୍ରଦାୟର ଅତୁଳନୀୟ ବୀରତ୍ୱ ଏବଂ ବଳିଦାନର ପ୍ରତୀକ ଅଟେ ।
ରାଷ୍ଟ୍ରପତିଙ୍କର ଟ୍ୱିଟର ହ୍ୟାଣ୍ଡେଲ୍ରେ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :
“ଜନଜାତୀୟ ଗୌରବ ଦିବସ ମାତୃଭୂମିର ସମ୍ମାନ ଏବଂ ସ୍ୱାଭିମାନର ରକ୍ଷା ପାଇଁ ଆମ ଦେଶର ଆଦିବାସୀ ସମ୍ପ୍ରଦାୟର ଅତୁଳନୀୟ ବିରତ୍ୱ ଏବଂ ବଳିଦାନର ପ୍ରତୀକ ଅଟେ । ଏହି ଅବସରରେ ମାନନୀୟ ରାଷ୍ଟ୍ରପତିଙ୍କର ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନକୁ ଦେଶବାସୀମାନେ ନିଶ୍ଚୟ ଶୁଣିବା ଉଚିତ ...”
SR
(ରିଲିଜ ଆଡି: 2077960)
ପରିଦର୍ଶକ କାଉଣ୍ଟର : 57
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam