ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2024 8:47AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତରେ ଗ୍ରାମାଞ୍ଚଳର ଲୋକଙ୍କୁ ସଶକ୍ତ କରିବା ଦିଗରେ ଶ୍ରୀ ଦେଶମୁଖଙ୍କ ଉତ୍ସର୍ଗ ଓ ସେବାଭାବନାକୁ ଶ୍ରୀ ମୋଦୀ ସ୍ମରଣ କରିବା ସହ ପ୍ରଶଂସା କରିଛନ୍ତି ।

ଏକ୍ସ ରେ ଏକ ପୋଷ୍ଟରେ ସେ କହିଛନ୍ତି:

“ଦେଶବାସୀଙ୍କ ପକ୍ଷରୁ ନାନାଜୀ ଦେଶମୁଖଙ୍କୁ ତାଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । ଦେଶର ଗ୍ରାମାଞ୍ଚଳ ବିଶେଷ କରି ଦୁର୍ବଳ ବର୍ଗଙ୍କ ସଶକ୍ତିକରଣ ପାଇଁ ତାଙ୍କ ସମର୍ପଣ ଓ ସେବା ଭାବନା ସର୍ବଦା ସ୍ମରଣ କରାଯିବ ।”

SR


(ରିଲିଜ ଆଡି: 2064104) ପରିଦର୍ଶକ କାଉଣ୍ଟର : 81