ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୱିଲିମଙ୍ଗଟନ୍, ଡେଲାୱେୟାରଠାରେ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
Posted On:
22 SEP 2024 5:21AM by PIB Bhubaneshwar
୨୧ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱିଲିମଙ୍ଗଟନ୍ , ଡେଲୱେୟାରଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନମନ୍ତ୍ରୀ ଶ୍ରୀ ଯୋଶେଫ ଆର. ବାଇଡେନଙ୍କ ଦ୍ୱାରା ଆହୂତ ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିସିଦା ଉପସ୍ଥିତ ଥିଲେ ।
ତାଙ୍କ ଉଦବୋଧନରେ ପ୍ରଧାନମନ୍ତ୍ରୀ ଏହି ଶିଖର ସମ୍ମିଳନୀର ଆୟୋଜନ ପାଇଁ ଏବଂ ବିଶ୍ୱର ହିତ ସକାଶେ କ୍ୱାଡକୁ ସୁଦୃଢ଼ କରିବାକୁ ତାଙ୍କର ପ୍ରତିବଦ୍ଧତା ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଯେତେବେଳେ ଉତ୍ତେଜନା ଓ ସଂଘର୍ଷରେ ଜର୍ଜରିତ ହେଉଛି, ସେତେବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନୈତିକତା ପାଇଁ କ୍ୱାଡ ସହଯୋଗୀ ମାନେ ଏକାଠି ହେବା ମାନବତା ପାଇଁ ଗୁରୁିତ୍ୱପୂର୍ଣ୍ଣ । ସେ ଗୁରୁତ୍ୱ ଦେଇଥିଲେ, ଆନ୍ତର୍ଜାତିକ ସ୍ତରରେ ଆଇନର ଶାସନ, ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଏହି ଗୋଷ୍ଠୀ ପ୍ରତିବଦ୍ଧ । ସେ ପୁଣି କହିଥିଲେ, କ୍ୱାଡ ସହଯୋଗୀମାନଙ୍କ ଲକ୍ଷ୍ୟ ଏକ ମୁକ୍ତ,ଖୋଲା, ସମାବେଶୀ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ (ଭାରତ-ପ୍ରଶାନ୍ତ ମହାସାଗର) କ୍ଷେତ୍ର । ସେ ଗୁରୁତ୍ୱ ଦେଇଥିଲେ, କ୍ୱାଡ ଏଠାରେ ଇଣ୍ଡୋ-ପାସିଫିକ୍ ଗୋଷ୍ଠୀର ସହଯୋଗୀ ରାଷ୍ଟ୍ରମାନଙ୍କ ସହାୟତା ଓ ପ୍ରଚେଷ୍ଟାର ପ୍ରଶଂସା ପାଇଁ ରହିଛି ।
‘ବିଶ୍ୱର ହିତ ପାଇଁ ଏକ ଶକ୍ତି’ ଭାବେ କ୍ୱାଡ ରହିଥିବା ନେଇ ନେତାମାନେ ଦୋହରାଇବା ସହ ଇଣ୍ଡୋ-ପାସିଫକ୍ ଅଞ୍ଚଳ ଏବଂ ବିଶ୍ୱ ସମୁଦାୟର ବିକାଶ ପାଇଁ ନିମ୍ନଲିଖିତ ଘୋଷଣା କରିଥିଲେ:
-ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ସର୍ଭିକାଲ କ୍ୟାନ୍ସର ସହ ଲଢ଼େଇ କରିବାକୁ ‘କ୍ୱାଡ କ୍ୟାନ୍ସର ମୁନସଟ୍ ଏକ ଅଭୁତପୂର୍ବ ସହଯୋଗମୂଳକ ପଦକ୍ଷେପ ।
- ଇଣ୍ଡୋ-ପାସିଫିକ୍ ମାରିଟାଇମ ଡୋମେନ ଆୱାରନେସ୍ (ଆଇପିଏମଡିଏ)ର ବିଭିନ୍ନ ଯୋଜନାକୁ ସକ୍ରିୟ କରିବା ଏବଂ କ୍ୱାଡର ଅନ୍ୟ ପଦକ୍ଷେପ ଗୁଡ଼ିକ ପାଇଁ ସହଯୋଗୀଙ୍କୁ ‘ମାରିଟାଇମ୍ ଇନିସିଏଟିଭ୍ ଫର ଟ୍ରେନିଂ ଇନ ଦ ଇଣ୍ଡୋ-ପାସିଫିକ୍’ (ମୈତ୍ରୀ)କୁ ସକ୍ରିୟ କରାଯିବ ।
-ପ୍ରଥମ ଥର ପାଇଁ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରକୁ ଅଧିକ ଦୃଢ଼ କରିବାକୁ ୨୦୨୫ରେ ‘କ୍ୱାଡ-ଆଟ-ସି ସିପ୍ ଅବଜର୍ଭର ମିସନ’ଲାଗୁ କରିବା ।
- ‘କ୍ୱାଡ ବନ୍ଦର କ୍ଷେତ୍ରରେ ଭବିଷ୍ୟତରେ ସହଯୋଗିତା’ ଯେଉଁଥିରେ କି ଇଣ୍ଡୋ-ପାସିଫିକ୍ (ଭାରତ-ପ୍ରଶାନ୍ତ) କ୍ଷେତ୍ରରେ ମୌଳିକ ଢାଞ୍ଚାର ବିକାଶ ପାଇଁ ସାମୁହିକ ବିଶେଷଜ୍ଞତାର ସହଯୋଗ ନିଆଯିବ ।
-ଇଣ୍ଡୋ-ପାସିଫିକ୍ ଏବଂ ଏହାର ବାହାର କ୍ଷେତ୍ରରେ ‘ଡିଜିଟାଲ ସାର୍ବଜନିକ ଢାଞ୍ଚାର ବିକାଶ ଏବଂ ବିସ୍ତାର ପାଇଁ କ୍ୱାଡର ସିଦ୍ଧାନ୍ତ’ ।
-କ୍ୱାଡର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳକୁ ବଢ଼ାଇବା ପାଇଁ ‘ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଆକସ୍ମିକତା ନେଟୱର୍କ ସହଯୋଗ ଜ୍ଞାପନ’ ।
-ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଉଚ୍ଚ ଦକ୍ଷତା ବିଶିଷ୍ଟ ଶକ୍ତି ପ୍ରଣାଳୀର ବ୍ୟବହାର, ବିନିର୍ମାଣ, ଶକ୍ତି ବା ଉର୍ଜା ଦକ୍ଷତା ବୃଦ୍ଧି ସକାଶେ କ୍ୱାଡର ସାମୁହିକ ପ୍ରୟାସ ।
-ଭାରତ ଦ୍ୱାରା ମରିସସ୍ ପାଇଁ ଅନ୍ତରୀକ୍ଷ ଆଧାରିତ ୱେବପୋର୍ଟାଲର ସ୍ଥାପନା, ଯାହାଦ୍ୱାରା କି ସୃଷ୍ଟି ହେବାକୁ ଥିବା ପାଣିପାଗ ଜନିତ ଅଘଟଣ, ଜଳବାୟୁର ପ୍ରଭାବ ଉପରେ ଅନ୍ତରୀକ୍ଷ ଆଧାରିତ ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ମୁକ୍ତ ବିଜ୍ଞାନକୁ ପ୍ରୋତ୍ସାହିତ କରାଯାଇପାରିବ ।
- ଭାରତର କ୍ୱାଡ ଏସଟିଇଏମ୍ ଫେଲୋସିପ୍ ଅନୁଯାୟୀ ଏକ ନୂଆ ଉପ-ଶ୍ରେଣୀର ଘୋଷଣା ମଧ୍ୟ କରାଯାଇଛି । ଏହା ଅନୁସାରେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର ବିଦ୍ୟାର୍ଥୀମାନଙ୍କୁ ଭାରତ ସରକାରଙ୍କ ଅର୍ଥରେ ପରିଚାଳିତ ବୈଷୟିକ ଶିକ୍ଷାନୁଷ୍ଠାନରେ ୪ ବର୍ଷିଆ ଇଞ୍ଜିନିୟରିଂ ସ୍ନାତକ ପାଠ୍ୟକ୍ରମର ସୁବିଧା ମିଳିବ ।
- ସଙ୍ଗଠନର ନେତାମାନେ ୨୦୨୫ରେ ଭାରତ ଦ୍ୱାରା କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ ପ୍ରସ୍ତାବକୁ ସ୍ୱାଗତ କଲେ । ବୈଠକ ଅବସରରେ କ୍ୱାଡ କାର୍ଯ୍ୟସୂଚୀକୁ ଆଗକୁ ବଢ଼ାଇବା ପାଇଁ କ୍ୱାଡ ୱିଲିମଙ୍ଗଟନ ଘୋଷଣାପତ୍ରକୁ ଗ୍ରହଣ କରାଗଲା ।
SR
(Release ID: 2057630)
Visitor Counter : 51
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam