ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
azadi ka amrit mahotsav

ବେସାମରିକ ବିମାନ ଚଳାଚଳ ଉପରେ ଦିଲ୍ଲୀ ଘୋଷଣାନାମା ଗୃହୀତ ହେବା ସମ୍ପର୍କରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ


ବେସାମରିକ ବିମାନ ଚଳାଚଳ ଉପରେ ଦ୍ୱିତୀୟ ଏସୀୟ ପ୍ରଶାନ୍ତ ମହାସାଗରୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଦିଲ୍ଲୀ ଘୋଷଣାନାମା ଗୃହୀତ

ଭାରତରେ ୧୫% ପାଇଲଟ୍ ହେଉଛନ୍ତି ମହିଳା, ଯାହାକି ବିଶ୍ୱ ହାରାହାରି ୫% ଠାରୁ ଅଧିକ: ପ୍ରଧାନମନ୍ତ୍ରୀ

ଭାରତର ବିମାନ ଚଳାଚଳ କ୍ଷେତ୍ର ବିଶେଷ କ୍ଷେତ୍ରରୁ ବଦଳି ସମାବେଶୀ ହୋଇପାରିଛି: ପ୍ରଧାନମନ୍ତ୍ରୀ

ଏକ ଅନ୍ତର୍ଜାତୀୟ ବୌଦ୍ଧ ସର୍କିଟ୍ ଗଠନ ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ବେସାମରିକ ବିମାନ ଚଳାଚଳ କ୍ଷେତ୍ର ମାଧ୍ୟମରେ ଜନସାଧାରଣ, ସଂସ୍କୃତି ଓ ସମୃଦ୍ଧିକୁ ଯୋଡ଼ିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି: ପ୍ରଧାନମନ୍ତ୍ରୀ

Posted On: 12 SEP 2024 8:03PM by PIB Bhubaneshwar

ବେସାମରିକ ବିମାନ ଚଳାଚଳ ଉପରେ ଦ୍ୱିତୀୟ ଏସିଆ ପ୍ରଶାନ୍ତ ମହାସାଗରୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆଜି ଦିଲ୍ଲୀ ଘୋଷଣାନାମା ଗୃହୀତ ହେବା ସହ ଶେଷ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବସମ୍ମତିକ୍ରମେ ଦିଲ୍ଲୀ ଘୋଷଣାନାମା ପାରିତ କରିବାକୁ ଘୋଷଣା କରିଥିଲେ।

ଏହି ଦୁଇ ଦିନିଆ ସମ୍ମିଳନୀରେ ୨୯ଟି ଦେଶର ମନ୍ତ୍ରୀ ଓ ନୀତି ନିର୍ମାତା ଏବଂ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ସମେତ ୮ଟି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଆଇସିଏଓ ସହଯୋଗରେ ନୂଆଦିଲ୍ଲୀ ଭାରତ ମଣ୍ଡପମଠାରେ ଏହି ସମ୍ମିଳନୀକୁ ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ସଫଳତାର ସହ ଆୟୋଜନ କରାଯାଇଥିଲା। ଏହି ଉଚ୍ଚସ୍ତରୀୟ ସମାବେଶରେ ମନ୍ତ୍ରୀ, ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ମୁଖ୍ୟ ଏବଂ ପ୍ରମୁଖ ଅଂଶୀଦାରମାନଙ୍କୁ ଏକତ୍ରିତ କରି ସାମ୍ପ୍ରତିକ ଆହ୍ୱାନର ମୁକାବିଲା କରିବା ଏବଂ ଏହି ଅଞ୍ଚଳରେ ଅଧିକ ସୁଯୋଗ ସୃଷ୍ଟି କରିଛି।

ଏହି ସମ୍ମିଳନୀରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ଚଳାଚଳର ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଦେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ଉପସ୍ଥାପନା କରାଯାଇଥିଲା। ଆଞ୍ଚଳିକ ସହଯୋଗ ବୃଦ୍ଧି, ପରିବର୍ତ୍ତିତ ଆହ୍ୱାନର ମୁକାବିଲା ଏବଂ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ଘୋଷଣାନାମାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯିବା ଏହି ସମ୍ମିଳନୀର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି

ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶୀର୍ଷ ବେସାମରିକ ବିମାନ ଚଳାଚଳ ନେତୃବୃନ୍ଦଙ୍କ ସହ ଏହି କ୍ଷେତ୍ରରେ ଭାରତ କରିଥିବା ବୈଷୟିକ ଏବଂ ଭିତ୍ତିଭୂମି ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ମହିଳାଙ୍କ ପାଇଁ ଏହି କ୍ଷେତ୍ରକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, ଭାରତରେ ୧୫% ପାଇଲଟ୍ ହେଉଛନ୍ତି ମହିଳା, ଯାହାକି ବିଶ୍ୱ ହାରାହାରି ୫% ଠାରୁ ଅଧିକ ଏବଂ ଆମେ ଏହି ସଂଖ୍ୟାକୁ ଆହୁରି ବଢ଼ାଇବା ପାଇଁ ମାର୍ଗଦର୍ଶିକ ଜାରି କରିଛୁ ।

ବିଗତ ଦଶ ବର୍ଷ ମଧ୍ୟରେ ଭାରତରେ ବିମାନ ଚଳାଚଳ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଭାରତର ବିମାନ ଚଳାଚଳ କ୍ଷେତ୍ର ବିଶେଷ କ୍ଷେତ୍ରରୁ ବଦଳି ସମାବେଶୀ ହୋଇପାରିଛି । ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହି କ୍ଷେତ୍ର ମାଧ୍ୟମରେ ଲୋକ, ସଂସ୍କୃତି ଏବଂ ସମୃଦ୍ଧିକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଆମେ ସମଗ୍ର ଏସିଆରେ ଭଗବାନ ବୁଦ୍ଧଙ୍କ ସହ ଜଡିତ ସମସ୍ତ ପବିତ୍ର ସ୍ଥାନଗୁଡ଼ିକୁ ସଂଯୋଗ କରିପାରିବା ଏବଂ ଏକ ଅନ୍ତର୍ଜାତୀୟ ବୌଦ୍ଧ ସର୍କିଟ୍ସୃଷ୍ଟି କରିପାରିବା, ତେବେ ଏହା ବେସାମରିକ ବିମାନ ଚଳାଚଳ କ୍ଷେତ୍ର, ଯାତ୍ରୀ, ସଂପୃକ୍ତ ଦେଶ ଏବଂ ସେମାନଙ୍କ ର ଅର୍ଥବ୍ୟବସ୍ଥାକୁ ମଧ୍ୟ ଉପକୃତ କରିପାରିବ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ସ୍ୱାଗତ ଭାଷଣରେ କହିଥିଲେ, ‘ଏକ ପେଡ୍ ମା କେ ନାମଅଭିଯାନ ଏବଂ ଆଇସିଏଓର ୮୦ ବର୍ଷ ପୂର୍ତ୍ତି ଅବସରରେ ୮୦ ହଜାର ଚାରା ରୋପଣ ଭଳି ପଦକ୍ଷେପ ସହିତ ସମାବେଶିତା ଏବଂ ଦୀର୍ଘସ୍ଥାୟିତ୍ୱ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ସ୍ପଷ୍ଟ ହୋଇଛି। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ୨୦୪୭ ସୁଦ୍ଧା ୩୫୦-୪୦୦ ବିମାନବନ୍ଦର ନିର୍ମାଣର ଲକ୍ଷ୍ୟ ହାସଲ କରିବାକୁ ଯାଉଛି ଏବଂ ବିଶ୍ୱ ବିମାନ ଚଳାଚଳ କ୍ଷେତ୍ରରେ ଦେଶକୁ ଶୀର୍ଷ ସ୍ଥାନରେ ସ୍ଥାନିତ କରିବ। କୋଭିଡ୍-୧୯ ମହାମାରୀ ସମୟର ଉଦାହରଣ ଭଳି, ଆଜି ଭାରତ କେବଳ ସହଯୋଗୀ ପ୍ରୟାସକୁ ସମର୍ଥନ କରୁ ନାହିଁ ବରଂ ନେତୃତ୍ୱ ନେଉଛି। ଏସିଆ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଟିକା ପହଞ୍ଚାଇ ଭାରତ ଗୋଟିଏ ବିଶ୍ୱ, ଗୋଟିଏ ଗ୍ରହ, ଗୋଟିଏ ଭବିଷ୍ୟତ, ଗୋଟିଏ ପରିବାରପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିଛି।

ଆଇସିଏଓ ପରିଷଦର ସଭାପତି ଶ୍ରୀ ସାଲଭାଟୋର ତାଙ୍କ ଅଭିଭାଷଣରେ କହିଥିଲେ, ଆମର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଚ୍ଚସ୍ତରୀୟ ସୁରକ୍ଷା ଓ ନିରାପତ୍ତା ବଜାୟ ରଖିବା। ଆମେ ଅତ୍ୟନ୍ତ ସକାରାତ୍ମକ ପରିସଂଖ୍ୟାନକୁ ବିଚାର କରିବା ସମୟରେ ନିଜକୁ ଆତ୍ମସନ୍ତୁଷ୍ଟ ହେବାକୁ ଦେବୁ ନାହିଁ, ବରଂ ବିମାନ ଚଳାଚଳର ଏହି ମୌଳିକ ଦିଗଗୁଡ଼ିକୁ ବିସ୍ତାରିତ କରିବା ଉପରେ ଧ୍ୟାନ ଦେବୁ।

ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଏହି ସମ୍ମିଳନୀରେ ଯୋଗଦେଇ କହିଥିଲେ, ସୁରକ୍ଷା ଠାରୁ ଆରମ୍ଭ କରି ବିମାନ ପରିବନ ଏବଂ ନିରାପତ୍ତାଠାରୁ ଆରମ୍ଭ କରି ସବୁଜ ବିମାନ ଚଳାଚଳ ପର୍ଯ୍ୟନ୍ତ ବିମାନ ଚଳାଚଳ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ଖୁସି ଲାଗୁଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଶ୍ରୀ ଭୁମଲୁଙ୍ଗ ଭୁଆଲନାମ ଆଲୋକପାତ କରି କହିଥିଲେ, ଯେ ଶୀର୍ଷ ବେସାମରିକ ବିମାନ ଚଳାଚଳ ନେତୃବର୍ଗଙ୍କ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସଂଗଠନ ଏବଂ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ ଅଂଶୀଦାରଙ୍କ ସହ ମିଳିତ ଆଭିମୁଖ୍ୟ ହିଁ ଆଗକୁ ଏକ ଦୃଢ଼ ମାର୍ଗ ସୃଷ୍ଟି କରିପାରିବ। ସମ୍ମିଳନୀର ଦ୍ୱିତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଥିଲା, ଯେଉଁଥିରେ ପ୍ରଶାନ୍ତ ମହାସାଗରୀୟ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରରେ ଯୋଗାଯୋଗ କାର୍ଯ୍ୟାଳୟ ପ୍ରତିଷ୍ଠା ଉପରେ ଆଇସିଏଓ ଦ୍ୱାରା ଏକ ଉପସ୍ଥାପନା ସାମିଲ ଥିଲା। ଏହାର ଉଦ୍ଦେଶ୍ୟ ବିମାନ ଚଳାଚଳ ଆହ୍ୱାନର ମୁକାବିଲା କରିବାରେ ଛୋଟ ରାଷ୍ଟ୍ରମାନଙ୍କୁ ସମର୍ଥନ କରିବାବେସାମରିକ ବିମାନ ଚଳାଚଳ ଉପରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ମନ୍ତ୍ରୀସ୍ତରୀୟ ଘୋଷଣାନାମା (ଦିଲ୍ଲୀ ଘୋଷଣାନାମା)ର ଚିଠା ଉପସ୍ଥାପନ ଆଲୋଚନା କରାଯାଇଥିଲା। ଏହା ପରେ ମନ୍ତ୍ରୀସ୍ତରୀୟ ବିଚାରବିମର୍ଶ ପରେ ଏହାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଥିଲା। ଏତଦ୍‌ବ୍ୟତୀତ, ଆଇସିଏଓ ଏବଂ ଚିକାଗୋ ସମ୍ମିଳନୀର ୮୦ ତମ ବାର୍ଷିକୀ ପାଳନ ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିଲା, ଯାହା ଗତ ଆଠ ଦଶନ୍ଧି ମଧ୍ୟରେ ନ୍ତର୍ଜାତୀୟ ବିମାନ ଚଳାଚଳ ମାନକ ଗଠନ କରିବାରେ ସଂଗଠନର ଭୂମିକାକୁ ସ୍ପଷ୍ଟ ଭାବେ ଆଲୋକପାତ କରିଥିଲା

************

P.S.


(Release ID: 2054369) Visitor Counter : 62


Read this release in: English , Urdu , Marathi