କୋଇଲା ମନ୍ତ୍ରଣାଳୟ
azadi ka amrit mahotsav

୨୦୨୩-୨୪ରେ ଓଡ଼ିଶାକୁ ମିଳିଛି ୩୮୮୧. ୭୯୬ କୋଟି ଟଙ୍କାର କୋଇଲା ରୟାଲିଟି

ପୋଷ୍ଟ କରାଯିବା ଦିନାଙ୍କ: 05 AUG 2024 6:03PM by PIB Bhubaneswar

 

୨୦୧୨ ମଇ ୧୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ପାଇଁ କୋଇଲା ଉପରେ ରୟାଲଟି ହାର କାରବାର ମୂଲ୍ୟର ୧୪% ଧାର୍ଯ୍ୟ କରାଯାଇଛି ଏଥିରେ ପଶ୍ଚିମବଙ୍ଗ ରାଜ୍ୟକୁ ବାଦ୍ ଦିଆଯାଇଛି ଯେଉଁଠାରେ ରୟାଲ୍ଟି ହାର କୋଇଲାର ଗ୍ରେଡ୍ କୁ ଆଧାର କରି ପ୍ରତି ଟନ୍‌ ୭ରୁ ୨ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି ।

ଓଡ଼ିଶାକୁ ୨୦୨୩-୨୪ ଆର୍ଥିକ ରେ କୋଇଲା କାରବାର ମୂଲ୍ୟର ୧୪ ପ୍ରତିଶତ ଦରରେ ୩୮୮୧.୭୯୬ କୋଟି ଟଙ୍କା (ଅସ୍ଥାୟୀ) ମିଳିଛି, ଯାହାକି ବିଗତ ଦଶନ୍ଧିରେ କୋଇଲା ଉତ୍ପାଦନର ଅନୁରୂପ ଅଟେ।

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନର ଧାରା ୯(୩) ବ୍ୟବସ୍ଥା ରହିଛି ଯେ ସରକାରୀ ଗେଜେଟରେ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଦ୍ବିତୀୟ ଅନୁସୂଚୀରେ ସଂଶୋଧନ କରିପାରିବେ ଯାହା ଦ୍ୱାରା ବିଜ୍ଞପ୍ତିରେ ନିର୍ଦ୍ଦିଷ୍ଟ ତାରିଖରୁ କୌଣସି ଖଣିଜ ସମ୍ବନ୍ଧରେ ପ୍ରଦାନଯୋଗ୍ୟ ରୟାଲ୍ଟି ହାରକୁ ବୃଦ୍ଧି କିମ୍ବା ହ୍ରାସ କରାଯାଇପାରିବ । ଏହାବ୍ୟତୀତ କେନ୍ଦ୍ର ସରକାର ତିନି ବର୍ଷ ମଧ୍ୟରେ କୌଣସି ଖଣିଜ ପଦାର୍ଥ କ୍ଷେତ୍ରରେ ରୟାଲ୍ଟି ହାର ଗୋଟିଏ ଥରରୁ ଅଧିକ ବୃଦ୍ଧି କରିବେ ନାହିଁ ବୋଲି ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

******

P.S.


(ରିଲିଜ ଆଡି: 2041899) ପରିଦର୍ଶକ କାଉଣ୍ଟର : 110
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Hindi_MP