ପ୍ରତିରକ୍ଷା ମନ୍ତ୍ରଣାଳୟ
ଆଇଏନ୍ଏସ ଚିଲିକାରେ ଚତୁର୍ଥ ବ୍ୟାଚ୍ ଅଗ୍ନିବୀରଙ୍କ ପ୍ୟାରେଡ୍
ଯୋଗଦେବେ ନାଭାଲ ଷ୍ଟାଫ ମୁଖ୍ୟ (ସିଏନଏସ) ଆଡମିରାଲ୍ ଦିନେଶ କେ. ତ୍ରିପାଠୀ
Posted On:
05 AUG 2024 5:54PM by PIB Bhubaneshwar
ଅଗଷ୍ଟ ୯ ତାରିଖରେ ନାଭାଲ ଷ୍ଟାଫ ମୁଖ୍ୟ (ସିଏନଏସ) ଆଡମିରାଲ୍ ଦିନେଶ କେ. ତ୍ରିପାଠୀ ଅଗ୍ନିବୀର ମାନଙ୍କର ଚତୁର୍ଥ ବ୍ୟାଚ୍ର ଚୂଡ଼ାନ୍ତ ପ୍ୟାରେଡ୍ (ପିଓପି)ର ସମୀକ୍ଷା କରିବେ । ଆଇଏନଏସ ଚିଲିକାରେ ଏହି ସମାରୋହରେ ୨୧୬ ଜଣ ମହିଳା ଅଗ୍ନିବୀରଙ୍କ ସମେତ ୧୩୯୦ ଜଣ ଅଗ୍ନିବୀର ଅଂଶଗ୍ରହଣ କରିବେ । ଏହି ଅବସରରେ ନୌସେନା ଅଗ୍ନିବୀରଙ୍କ ସହ ୩୩୦ ତଟରକ୍ଷୀ ନାବିକ ମଧ୍ୟ ଉତ୍ତୀର୍ଣ୍ଣ ହେବେ । ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ- ଇନ୍ -ଚିଫ୍ ଭାଇସ୍ ଆଡମିରାଲ ଭି. ଶ୍ରୀନିବାସ ପ୍ୟାରେଡ୍ ର ପରିଚାଳନା ଅଧିକାରୀ ହେବେ ।
ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଅଗ୍ନିବୀରଙ୍କ ପରିବାର, ବିଶିଷ୍ଟ ବ୍ୟକ୍ତି ଏବଂ କ୍ରୀଡ଼ାବିତମାନେ ଉପସ୍ଥିତ ରହିବେ ।
ପିଓପି କେବଳ ଅଗ୍ନିବୀର ମାନଙ୍କର ୧୬ ସପ୍ତାହର ପ୍ରାରମ୍ଭିକ ନୌସେନା ପ୍ରଶିକ୍ଷଣର ସଫଳ ସମାପ୍ତିକୁ ସୂଚିତ କରେ ନାହିଁ , ବରଂ ଯୁଦ୍ଧ ପ୍ରସ୍ତୁତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତୀୟ ନୌସେନାରେ ସେମାନଙ୍କର ନୂତନ ଯାତ୍ରାକୁ ମଧ୍ୟ ସୂଚିତ କରେ । ଚିଲିକାରେ ପ୍ରଶିକ୍ଷଣରେ କର୍ତ୍ତବ୍ୟ, ସମ୍ମାନ ଓ ସାହସର ମୂଳ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା, ସେବାର ବିଭିନ୍ନ ଦିଗ ଉପରେ ତାଲିମ ଏବଂ ବାହ୍ୟ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ଥିଲା । ପିଓପି ସମୟରେ ଯୋଗ୍ୟ ଅଗ୍ନିବୀରମାନଙ୍କୁ ବିଭିନ୍ନ ବର୍ଗରେ ସିଏନଏସ ପୁରସ୍କାର ପ୍ରଦାନ କରିବେ ।
କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ସିଏନଏସ ନୂତନ ଭିତ୍ତିଭୂମି କୋଠା / ସୁବିଧା ଗୁଡିକର ଉଦଘାଟନ କରିବେ ଏବଂ ଅଗ୍ନିବୀର ମାନଙ୍କର ସମାପନୀ କାର୍ଯ୍ୟରେ ଯୋଗ ଦେବେ ଏବଂ ବିଭିନ୍ନ ବିଭାଗକୁ ପୁରସ୍କାର ପ୍ରଦାନ କରିବେ ।
ଉତ୍ତୀର୍ଣ୍ଣ ପ୍ୟାରେଡ୍ (ପିଓପି) ୯ ଅଗଷ୍ଟ ୨୦୨୪ ରେ ସନ୍ଧ୍ୟା ୫ : ୧୦ରୁ ଭାରତୀୟ ନୌସେନାର ୟୁଟ୍ୟୁବ୍ ଚ୍ୟାନେଲ, ଫେସବୁକ୍ ପୃଷ୍ଠା ଏବଂ ଆଞ୍ଚଳିକ ଦୂରଦର୍ଶନ ନେଟୱାର୍କରେ ସିଧା ପ୍ରସାରିତ ହେବ ।
*****
SSP
(Release ID: 2041894)
Visitor Counter : 50