କୋଇଲା ମନ୍ତ୍ରଣାଳୟ
azadi ka amrit mahotsav

ପେରୁର ଲିମାଠାରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍ ବିଶ୍ୱ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଜେ ଏସ୍ ଏସ୍ ପି ଏସ୍ କ୍ୟାଡେଟ୍ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 24 MAY 2024 4:55PM by PIB Bhubaneswar

ଝାଡ଼ଖଣ୍ଡ ରାଜ୍ୟ କ୍ରୀଡ଼ା ପ୍ରୋତ୍ସାହନ ସୋସାଇଟି (ଜେ ଏସ୍ ଏସ୍ ପି ଏସ୍) କ୍ୟାଡେଟ୍ ବାବୁଲାଲ ହେମ୍ବ୍ରମ ଆଇଡବ୍ଲ୍ୟୁଏଫ୍ ବିଶ୍ୱ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି। ପେରୁର ଲିମାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ବାବୁଲାଲ ୪୯ କେଜି ସ୍ନାଚ୍ ଏବଂ କ୍ଲିନ୍ ଆଣ୍ଡ ଜର୍କ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି

କୋଇଲା ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ କ୍ରୀଡ଼ା ସୁବିଧାକୁ ପ୍ରୋତ୍ସାହିତ କରିବା ପାଇଁ ଝାଡ଼ଖଣ୍ଡ ରାଜ୍ୟ କ୍ରୀଡ଼ା ପ୍ରୋତ୍ସାହନ ସୋସାଇଟି (ଜେ ଏସ୍ ଏସ୍ ପି ଏସ୍)କୁ ସେଣ୍ଟ୍ରାଲ କୋଲ୍ ଫିଲ୍ଡସ୍ ଲିମିଟେଡ୍ ସହଯୋଗ କରୁଛି। ରାଞ୍ଚିର ଏହି ସମ୍ମାନଜନକ କ୍ୟାମ୍ପସରେ ଆନୁଷ୍ଠାନିକ ଶିକ୍ଷା ସହିତ ପାଖାପାଖି ୫୦୦ କ୍ରୀଡ଼ାବିତ୍ ପ୍ରଶିକ୍ଷଣ ନେଉଛନ୍ତି। ବାବୁଲାଲଙ୍କ ଏହି ସଫଳତା କୋଇଲା ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସିସିଏଲ୍ ଏବଂ କୋଇଲା ମନ୍ତ୍ରଣାଳୟର ପ୍ରୟାସକୁ ସମର୍ଥନ କରୁଛି। ଏହାବ୍ୟତୀତ କୋଇଲା ମନ୍ତ୍ରଣାଳୟ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ୭ଟି ସହାୟକ ସଂସ୍ଥାରେ "ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ ସ୍ପୋର୍ଟସ" ପ୍ରତିଷ୍ଠା କରିବାକୁ ଯୋଜନା କରିଛି।

*****

NS/SLP


(ରିଲିଜ ଆଡି: 2021640) ପରିଦର୍ଶକ କାଉଣ୍ଟର : 99
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Tamil