ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ ସରକାରଙ୍କ ନିର୍ଦ୍ଦେଶ
Posted On:
29 MAR 2024 11:20AM by PIB Bhubaneshwar
ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ପାଇଁ ଏବଂ ମହଜୁଦଖୋରୀ ଓ ଅସାଧୁ ମୂଲ୍ୟବୃଦ୍ଧି ରୋକିବା ପାଇଁ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ/ ହୋଲସେଲର, ରିଟେଲର, ବିଗ୍ ଚେନ୍ ରିଟେଲର ଏବଂ ପ୍ରୋସେସରମାନଙ୍କୁ ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବା ଲାଗି ଭାରତ ସରକାର ଆଦେଶ ଦେଇଛନ୍ତି । ଏପ୍ରିଲ ପହିଲା ୨୦୨୪ ଏବଂ ତା'ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ପୋର୍ଟାଲ (https://evegoils.nic.in/wheat/login.html)ରେ ଗହମର ଷ୍ଟକ୍ ସ୍ଥିତି ଘୋଷଣା କରିବାକୁ ହେବ। ପୋର୍ଟାଲରେ ଷ୍ଟକ୍ ନିୟମିତ ଏବଂ ସଠିକ୍ ଭାବରେ ପ୍ରକାଶିତ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ସମସ୍ତ ସମ୍ପୃକ୍ତ ବୈଧାନିକ ସଂସ୍ଥା କାର୍ଯ୍ୟ କରିବେ।
ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ବର୍ଗର ସଂସ୍ଥା ପାଇଁ ଗହମ ଷ୍ଟକ୍ ସମୟସୀମା ୩୧.୦୩.୨୦୨୪ରେ ଶେଷ ହେଉଛି। ଏହାପରେ ସଂସ୍ଥାଗୁଡ଼ିକୁ ପୋର୍ଟାଲରେ ଗହମ ମହଜୁଦ ରଖିବାର ପରିମାଣ ବିଷୟରେ ଜଣାଇବାକୁ ପଡ଼ିବ। ସବୁ ବର୍ଗର ସଂସ୍ଥା ପକ୍ଷରୁ ଚାଉଳ ଷ୍ଟକ୍ ଘୋଷଣା ହୋଇସାରିଛି। ପୋର୍ଟାଲରେ ପଞ୍ଜୀକୃତ ହୋଇନଥିବା କୌଣସି ସଂସ୍ଥା ନିଜକୁ ପଞ୍ଜୀକରଣ କରି ପ୍ରତି ଶୁକ୍ରବାର ଦିନ ଗହମ ଓ ଚାଉଳ ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦାଖଲ କରିବା ଆରମ୍ଭ କରିପାରିବେ। ଏଣିକି ସମସ୍ତ ବୈଧାନିକ ସଂସ୍ଥାଙ୍କୁ ନିୟମିତ ଭାବେ ପୋର୍ଟାଲରେ ସେମାନଙ୍କ ଗହମ ଓ ଚାଉଳ ମହଜୁଦ ସ୍ଥିତି ସମ୍ପର୍କରେ ଘୋଷଣା କରିବାକୁ ପଡ଼ିବ।
ଦର ନିୟନ୍ତ୍ରଣ ଏବଂ ଦେଶରେ ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଗହମ ଓ ଚାଉଳର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
*****
P.S.
(Release ID: 2016875)
Visitor Counter : 71