ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ହୋଇଥିବା ୧୦୧ଟି ପୁରୁଣା ସାମଗ୍ରୀର ହସ୍ତାନ୍ତର ଉତ୍ସବ ଅନୁଷ୍ଠିତ


ବିଭିନ୍ନ ଦେଶରୁ ଚୋରି ହୋଇଥିବା କଳାକୃତି ଏବଂ ପୁରୁଣା ଜିନିଷ ଯେପରି ଭାରତକୁ ଫେରାଇ ଅଣାଯାଇପାରିବ ସେଥିପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଷ୍ଟି ଦେଉଛନ୍ତି: କେନ୍ଦ୍ର ଅର୍ଥମନ୍ତ୍ରୀ

କେନ୍ଦ୍ର ଅର୍ଥମନ୍ତ୍ରୀ ‘ପୁରାବଶେଷର ପ୍ରହରୀ’ , ବଛାବଛା ପୁରୁଣା ଜିନିଷକୁ ଦର୍ଶାଉଥିବା ଏକ ସୂଚନା ପୁସ୍ତିକା ଉନ୍ମୋଚିତ

ପୁରୁଣା ବସ୍ତୁର ବେଆଇନ ରପ୍ତାନି ଉଦ୍ୟମକୁ ଠାବ କରିବା ଏବଂ ରୋକିବାରେ ସୀମା ଶୁଳ୍କ ବିଭାଗ ଏବଂ ଏଏସଆଇ ଅଧିକାରୀଙ୍କ ଦୁଇଟି ଭୂମିକା ଉପରେ ରାଜସ୍ୱ ସଚିବ ଆଲୋକପାତ କରିଥିଲେ

ଅନ୍ତର୍ଜାତୀୟ ଚୋରା ଚାଲାଣ ସିଣ୍ଡିକେଟ୍ କୁ ଠାବ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ଓ ଆନ୍ତଃ ଏଜେନ୍ସି ସମନ୍ୱୟ ତଥା ଅନ୍ତର୍ଜାତୀୟ ସହଯୋଗ ର ଆବଶ୍ୟକତା ରହିଛି: ସିବିଆଇସି ଅଧ୍ୟକ୍ଷ

ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଦିଲ୍ଲୀ, ଗୁଆହାଟୀ, ମୁମ୍ବାଇ ଓ ପୁଣେ ଭଳି ୭ ଟି ସ୍ଥାନରେ ଏକକାଳୀନ ହସ୍ତାନ୍ତର ଉତ୍ସବ ଅନୁଷ୍ଠିତ ହୋଇଥିଲା

Posted On: 29 FEB 2024 7:19PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରୁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଦ୍ୱାରା ପରିଚାଳିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ପୁରୁଣା ସାମଗ୍ରୀ ଗୁଡ଼ିକର ହସ୍ତାନ୍ତର ଉତ୍ସବରେ ଭର୍ଚୁଆଲ ଭାବେ ଅଧ୍ୟକ୍ଷତା କରିଥିଲେ। ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଦିଲ୍ଲୀ, ଗୁଆହାଟୀ, ମୁମ୍ବାଇ ଓ ପୁଣେ ଭଳି ୭ଟି ସ୍ଥାନରେ ଏହି ହସ୍ତାନ୍ତର ସମାରୋହ ଅନୁଷ୍ଠିତ ହୋଇଥିଲା।

ଜବତ ହୋଇଥିବା ୧୦୧ଟି ପୁରୁଣା ଜିନିଷକୁ କଷ୍ଟମ୍ସର ବିଭିନ୍ନ କ୍ଷେତ୍ର ସଂସ୍ଥା ପକ୍ଷରୁ ପ୍ରଦର୍ଶିତ ଓ ସ୍ବତନ୍ତ୍ର ଯତ୍ନ ପାଇଁ ଏଏସଆଇକୁ ପ୍ରଦାନ କରାଯାଇଛି। ଏହି ୧୦୧ଟି ପୁରୁଣା ସାମଗ୍ରୀ ମଧ୍ୟରୁ କିଛି ଗୋଆସ୍ଥିତ ଜାତୀୟ ସୀମା ଶୁଳ୍କ ଓ ସିଜିଏସଟି ସଂଗ୍ରହାଳୟ 'ଧରୋହର'ରେ ପ୍ରଦର୍ଶିତ ହେବ।

କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ସମାରୋହର ଏକ ଅଂଶ ହୋଇଥିବା ବଛାବଛା ପୁରୁଣା ଜିନିଷକୁ ଚିତ୍ରିତ କରି ବ୍ରୋସର୍ 'ପୁରାବଶେଷ କି ପ୍ରହରୀ' ମଧ୍ୟ ଉନ୍ମୋଚନ କରିଛନ୍ତି। (ପୁସ୍ତିକା ଉପଲବ୍ଧ : https://www.cbic.gov.in/entities/cbic-content-mst/NDMzOTg%3D)

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ମଧ୍ୟଯୁଗର ଶେଷ ଭାଗର ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି (ପେରୁମାଲ)ଙ୍କୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିଥିଲେ।

ରାଜସ୍ୱ ସଚିବ ଶ୍ରୀ ସଞ୍ଜୟ ମାଲହୋତ୍ରା; ସିବିଆଇସି ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ; ବୋର୍ଡ (ସିବିଆଇସି)ର ସଦସ୍ୟ; ଏଏସଆଇ ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ; ଏହି ଅବସରରେ ସିବିଆଇସି ଓ ଏଏସଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜବତ ପୁରୁଣା ଜିନିଷଗୁଡ଼ିକୁ ଏଏସଆଇକୁ ହସ୍ତାନ୍ତର କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁନିଶ୍ଚିତ କରୁଛନ୍ତି ଯେ ବିଭିନ୍ନ ଦେଶରୁ ଚୋରି ହୋଇଥିବା କଳାକୃତି ଏବଂ ପୁରୁଣା ବସ୍ତୁକୁ ଭାରତକୁ ଫେରାଇ ଅଣାଯାଉଛି ଯାହା ପାଇଁ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି । ସାମ୍ପ୍ରତିକ ସମୟରେ ଅନେକ କଳାକୃତି ଏବଂ ପୁରୁଣା ବସ୍ତୁ ଫେରାଇ ଅଣାଯାଇଛି ଏବଂ ଏହି ୧୦୧ ଟି ପୁରୁଣା ବସ୍ତୁ ସହିତ କଷ୍ଟମ ବିଭାଗ ଭାରତର ସମୃଦ୍ଧ ଇତିହାସରେ ଯୋଗଦାନ କରୁଛି।

ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଥିଲେ ଯେ ସୀମା ଶୁଳ୍କ ବିଭାଗ ଏବଂ ଏହା ଅଧୀନରେ ଥିବା ଗଠନ ଗୁଡ଼ିକ 'ଅର୍ଥନୈତିକ ସୀମାର ରକ୍ଷକ' ଅଟନ୍ତି।

ଜାନୁଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ପାଲାସମୁଦ୍ରମ (ଆନ୍ଧ୍ରପ୍ରଦେଶ)ରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ରେ ଅତ୍ୟାଧୁନିକ ସୁବିଧା ରହିଛି ବୋଲି ଉଲ୍ଲେଖ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଆଗାମୀ ମାସ ଗୁଡ଼ିକରେ ଏନ୍ଏସିଆଇଏନ୍ ପଲାସମୁଦ୍ରମରେ ସମ୍ପୃକ୍ତ ପାଠ୍ୟକ୍ରମରେ ଅଧିକାରୀମାନଙ୍କୁ ତାଲିମ ଦେବାକୁ ସିବିଆଇସିକୁ ଅନୁରୋଧ କରିଥିଲେ।

ଶେଷ ବକ୍ତବ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଧାର୍ମିକ ଗ୍ରନ୍ଥ, କଳାକୃତି, ପୁରୁଣା ବସ୍ତୁଗୁଡ଼ିକର ସମ୍ବେଦନଶୀଳ ସ୍ଥିତି ଓ ଐତିହାସିକ ପରିପ୍ରେକ୍ଷୀକୁ ସଂପୃକ୍ତ ଅଧିକାରୀମାନେ ଯଥେଷ୍ଟ ଯତ୍ନ ଓ ସମ୍ମାନର ସହ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ ସଚିବ ଶ୍ରୀ ସଞ୍ଜୟ ମାଲହୋତ୍ରା ତାଙ୍କ ଅଭିଭାଷଣରେ ପ୍ରାଚୀନ ବସ୍ତୁର ଐତିହାସିକ, କଳାତ୍ମକ ଏବଂ ସାମାଜିକ ମୂଲ୍ୟ ଉପରେ ଆଲୋକପାତ କରିବା ସହ ପ୍ରାଚୀନ ବସ୍ତୁର ବେଆଇନ ରପ୍ତାନି ପ୍ରୟାସକୁ ଠାବ କରିବା ଏବଂ ବିଫଳ କରିବାରେ ସୀମା ଶୁଳ୍କ ଏବଂ ଏଏସଆଇ ଅଧିକାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଶ୍ରୀ ଅଗ୍ରୱାଲ ତାଙ୍କ ଅଭିଭାଷଣରେ ଅନ୍ତର୍ଜାତୀୟ ଚୋରା ଚାଲାଣ ସିଣ୍ଡିକେଟକୁ ଧ୍ୱଂସ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ର ବ୍ୟବହାର ଏବଂ ଆନ୍ତଃ ଏଜେନ୍ସି ସମନ୍ୱୟ ତଥା ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଅଗ୍ରୱାଲ ଏକ ବିଶେଷ ଉଦାହରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଯାଜପୁର ଜିଲ୍ଲାର ଦର୍ପଣଗଡ଼ ଗ୍ରାମର ଏକ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ 'ମା' କୋଟାରାକ୍ଷୀଙ୍କ ପ୍ରାଚୀନ ବ୍ରୋଞ୍ଜ ମୂର୍ତ୍ତି ଚୋରା ଚାଲାଣ ଉଦ୍ୟମକୁ ଦିଲ୍ଲୀ ସୀମା ଶୁଳ୍କ ଅଧିକାରୀମାନେ ବିଫଳ କରିଥିଲେ ଏବଂ ଏଏସ୍ଆଇ, ଓଡ଼ିଶା ପୁଲିସ ଓ ରାଜ୍ୟ ପ୍ରଶାସନର ସମନ୍ୱିତ ଉଦ୍ୟମରେ ନଭେମ୍ବର ୨୦୨୩ ରେ ମନ୍ଦିରରେ ଥିବା ତାଙ୍କ ସ୍ଥାନରେ ମୂର୍ତ୍ତିକୁ ସମ୍ମାନର ସହ ସ୍ଥାପିତ କରାଯାଇଥିଲା। 

ସାହିତ୍ୟ, କଳାକୃତି, ମୂର୍ତ୍ତି, ଚିତ୍ର, ମୁଦ୍ରା ଇତ୍ୟାଦି ଆମର ପୁରୁଣା ଜିନିଷଗୁଡ଼ିକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ପାଇଁ ଭାରତୀୟ ସୀମା ଶୁଳ୍କ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଦଶନ୍ଧି ଧରି ସହଯୋଗ କରୁଛି । ପୁରୁଣା ବସ୍ତୁ ଏବଂ କଳା ଧନ ଆଇନ, ୧୯୭୨ର ବ୍ୟବସ୍ଥା ଅନୁଯାୟୀ ପ୍ରାଚୀନ ବସ୍ତୁର ଅନଧିକୃତ ରପ୍ତାନି ନିଷିଦ୍ଧ କରାଯାଇଛି। 

ହସ୍ତାନ୍ତର କରାଯାଇଥିବା ଦୁଇଟି ଉଲ୍ଲେଖନୀୟ ପୁରୁଣା ସାମଗ୍ରୀ ମଧ୍ୟରେ ରହିଛି ତାଳ ପତ୍ର ପାଣ୍ଡୁଲିପି ଯେଉଁଥିରେ ୧୫୫ଟି ପତ୍ର ରହିଛି ଯାହାର ଉପର ଓ ତଳଭାଗରେ କଠୋର କାଠ କଭର ରହିଛି। ଆଧୁନିକ ଓଡ଼ିଆ ଲିପି ଓ ଭାଷାରେ ଏହା ଶାସ୍ତ୍ରୀୟ ଚମ୍ପୁରେ ମିଟର ଓ ତାଳରେ ରଚିତ ବୋଲି କୁହାଯାଏ; ଏବଂ ଦେବନାଗରୀ ଲିପିରେ ଲିଖିତ ହାତ ତିଆରି କାଗଜରେ ନିର୍ମିତ ୧୭ଟି ପତ୍ର ଥିବା ଏକ ପାଣ୍ଡୁଲିପିରେ ବୌଦ୍ଧ ଗ୍ରନ୍ଥ ଥିବା ଜଣାପଡିଛି । ୨୦୧୯ ଓ ୨୦୨୦ ମସିହାରେ ସ୍ପେନ୍ ଓ ଫ୍ରାନ୍ସକୁ ରପ୍ତାନି କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏଗୁଡ଼ିକୁ ଜବତ କରାଯାଇଥିଲା।

ସିବିଆଇସିର ସଦସ୍ୟ (ସୀମା ଶୁଳ୍କ) ଶ୍ରୀ ସୁରଜିତ ଭୁଜବଳ ଧନ୍ୟବାଦ ଅର୍ପଣ କରି ଉତ୍ସବ ସମାପନ କରିଥିଲେ।

 

BS



(Release ID: 2010423) Visitor Counter : 35


Read this release in: English , Hindi