ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଆଇଆଇଏମ, ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ


ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୬.୫ % ବୃଦ୍ଧି ଜ୍ଞାନଭିତ୍ତିକ ସମାଜକୁ ପ୍ରତିଫଳିତ କରୁଛି - ଧର୍ମେନ୍ଦ୍ର ପ୍ରଧାନ

୨୦୧୪ରେ ୩.୪୨ କୋଟି ଜଣ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିଲା ବେଳେ ୨୦୨୨ରେ ଏହି ସଂଖ୍ୟା ବଢି ପ୍ରାୟ ୪.୩୩ କୋଟି ହୋଇଛି

ଛାତ୍ରୀଙ୍କ ନାମଲେଖା ୧.୫୭ କୋଟିରୁ ୨.୭ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି

୨୦୧୪ରେ ୧.୧୩ କୋଟି ଓବିସି ଛାତ୍ରଛାତ୍ରୀ ନାମ ଲେଖାଇଥିଲେ, ଏବେ ଏହି ସଂଖ୍ୟା ୧.୬୩ କୋଟିରେ ପହଞ୍ଚିଛି

ଚାକିରି ଅନ୍ୱେଷଣ ନୁହେଁ ଚାକିରି ଦେବାରେ ଆନନ୍ଦ ଅଛି

ଶ୍ରେଷ୍ଠ ମାନବ ସମ୍ବଳ ତିଆରି କରିବାରେ ଅନ୍ୟତମ କାଟାଲିଷ୍ଟ ହେବ ଆଇଆଇଏମ, ମୁମ୍ବାଇ

ଅମୃତ ପିଢି ସାମାଜିକ- ଅର୍ଥନୈତିକ ପରିବର୍ତ୍ତନର ଅଗ୍ରଦୂତ ହେବେ

ଉଦ୍ୟମିତା ସହ ନୂଆ ନୂଆ ୟୁନିକର୍ଣ୍ଣ ସୃଷ୍ଟି କରିବା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ

Posted On: 27 JAN 2024 5:30PM by PIB Bhubaneshwar

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗରିବ, ବଞ୍ଚିତ ବର୍ଗ ଏବଂ ମହିଳାଙ୍କ ଭାଗିଦାରୀରେ ରେକର୍ଡସଂଖ୍ୟକ ଉନ୍ନତି ହୋଇଛି, ଯାହା ଜ୍ଞାନ ଭିତ୍ତିକ ସମାଜର ପ୍ରତିଫଳନ ବୋଲି ଶନିବାର ଆଇଆଇଏମ ମୁମ୍ବାଇର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ଉପରେ ଅଖିଳ ଭାରତୀୟ ସର୍ବେକ୍ଷଣ(AICTE) ୨୦୨୧-୨୨ ଜାରି ହୋଇଛି । ଉଚ୍ଚ ଶିକ୍ଷାରେ ୨୦୨୧-୨୧ ଶିକ୍ଷା ବର୍ଷରେ ୪.୧୪ କୋଟି ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ବର୍ଷ ୨୦୨୧-୨୨ରେ ବଢି ପ୍ରାୟ ୪.୩୩ କୋଟି ହୋଇଛି । ୨୦୧୪ରେ କେବଳ ୩.୪୨ କୋଟି ଜଣ ପିଲା ନାମ ଲେଖାଇଥିଲେ । ଏବେ ଏଥିରେ ପ୍ରାୟ ୯୧ ଲକ୍ଷ ବା ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୦୨୦-୨୧ରେ ୨.୦୧ କୋଟିରୁ ବଢି ୨୦୨୧-୨୨ରେ ୨.୭ କୋଟିକୁ ବୃଦ୍ଧି ହୋଇଛି । ୨୦୧୪-୧୫ରେ ଛାତ୍ରୀଙ୍କ ସଂଖ୍ୟା ୧.୫୭ କୋଟିରେ ଥିବା ବେଳେ ଏବେ ଏଥିରେ ପ୍ରାୟ ୫୦ ଲକ୍ଷ ବା ୩୨ ପ୍ରତିଶତ ବୃଦ୍ଧି ହୋଇଛି । ଓବିସି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉଚ୍ଚ ଶିକ୍ଷାରେ ୨୦୧୪-୧୫ରେ ୧.୧୩ କୋଟି ଥିବା ବେଳେ ୨୦୨୧-୨୨ରେ ୧.୬୩ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନର ପିଢିଙ୍କୁ ଅମୃତ ପିଢି ନାମରେ ନାମିତ କରିଛନ୍ତି । ଏହି ପିଢି ସାମାଜିକ- ଅର୍ଥନୈତିକ ପରିବର୍ତ୍ତନର ଅଗ୍ରଦୂତ ହେବେ ଏବଂ ଆଗାମୀ ୨୫ ବର୍ଷ ପାଇଁ ବିଶ୍ୱ ଓ ସମାଜର ଥିବା ସମସ୍ୟାର ସମାଧାନ କରିବାର ଦାୟିତ୍ୱ ନେବେ । ଚାକିରି ଅନ୍ୱେଷଣରେ ନ ରହି ଯୁବପିଢିମାନେ ନିଯୁକ୍ତିଦାତା ହେବା ପାଇଁ ଚେଷ୍ଟା କରିବା ଉଚିତ୍ । ନିଯୁକ୍ତି ଦେଲେ ହି ମନରେ ଆନନ୍ଦ ଆସିବ । ଏହା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ମଧ୍ୟ ରହିଛି । ବର୍ତ୍ତମାନ ସମୟରେ ଆମକୁ ଉଦ୍ୟମିତା ସହ ନୂଆ ନୂଆ ୟୁନିକର୍ଣ୍ଣ ସୃଷ୍ଟି କରିବା ଉପରେ ଦୃଷ୍ଟି ଦେବାକୁ ହେବ ।

 

ମୁମ୍ବାଇର ବିଜେନେସ ସ୍କୁଲ ପ୍ରତିଷ୍ଠା କରିବା ଦୀର୍ଘ ଦିନର ଦାବି ଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହାକୁ ପୂରଣ କରାଯାଇଛି । ଏହି ଅନୁଷ୍ଠାନ ଶ୍ରେଷ୍ଠ ମାନବ ସମ୍ବଳ ତିଆରି କରିବାରେ ଅନ୍ୟତମ କାଟାଲିଷ୍ଟ ହେବ । ଆଇଆଇଏମ, ମୁମ୍ବାଇ ଉଦ୍ୟମୀ ଓ ଭବିଷ୍ୟତ ପାଇଁ ୟୁନିକର୍ଣ୍ଣ ପ୍ରସ୍ତୁତ କରିବାକୁ ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଇଆଇଏମ ମୁମ୍ବାଇ ଦେଶର ଅଗ୍ରଣୀ ବିଜନେସ୍ ସ୍କୁଲ ଭାବରେ ଉଭା ହେବା ପାଇଁ କାର୍ଯ୍ୟ କରିବା ଉଚିତ୍ । ଆଇଆଇଏମ୍ ମୁମ୍ବାଇ ଏକ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ଏବଂ ଚରିତ୍ର ନିର୍ମାଣ ଏବଂ ରାଷ୍ଟ୍ର ନିର୍ମାଣର ଅନୁଷ୍ଠାନ ଭାବରେ ପରିଣତ ହୋଇଛି । ବିଶ୍ୱ ସମୁଦାୟ ପ୍ରତି ଆମକୁ ଆମର 'କର୍ତ୍ତବ୍ୟବୋଧ'କୁ ଅନୁଭବ କରିବାକୁ ହେବ ଏବଂ ଏହି ଲକ୍ଷ୍ୟକୁ ସାକାର କରିବା ଦିଗରେ ମିଳିତ ନେତୃତ୍ୱ ନେବାକୁ ପଡ଼ିବ । ଭାରତ ବିଶ୍ୱ ଅର୍ଥନୀତିର କେନ୍ଦ୍ରସ୍ଥଳୀ କରିବା ପାଇଁ ହେଲେ ଆଇଆଇଏମକୁ ଦାୟିତ୍ୱ ନେବାକୁ ପଡ଼ିବ ଏବଂ ବିକଶିତ ଭାରତ ନିର୍ମାଣରେ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ପଡ଼ିବ । ଏହି ସମାବର୍ତ୍ତନ ସମାରୋହରେ ସ୍ନାତକ, ପଦକ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

RoM


(Release ID: 2000113) Visitor Counter : 116
Read this release in: English , Urdu , Marathi , Hindi