ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ

ଭାରତ-ଜାପାନ ମଧ୍ୟରେ ସବୁଜ ଆମୋନିଆ ଯୋଗାଣ ରାଜିନାମା


ଭାରତୀୟ ଅକ୍ଷୟ ଶକ୍ତି କମ୍ପାନୀ-ଏସିଏମଇ ଓ ପ୍ରମୁଖ ଜାପାନୀ ଭାରୀ ଶିଳ୍ପ (ଆଇଏଚଆଇ) ମଧ୍ୟରେ ଭାରତରୁ ଜାପାନକୁ ସବୁଜ ଆମୋନିଆ ଯୋଗାଇବା ପାଇଁ ଏକ ରାଜିନାମା ସ୍ୱାକ୍ଷରିତ

ଭାରତ ଖୁବ୍ ଶୀଘ୍ର ସବୁଜ ଉଦ୍‌ଯାନ ଓ ଆମୋନିଆ ଉତ୍ପାଦନ କ୍ଷେତ୍ରରେ ବୃହତ ଶକ୍ତି ହେବାକୁ ଯାଉଛି: କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର.କେ ସିଂହ

ଜାପାନ ଓ ଅନ୍ୟାନ୍ୟ ଉନ୍ନତ ଦେଶଗୁଡିକ ସବୁଜ ଉଦ୍‌ଯାନ ଆମୋନିଆ ଆବଶ୍ୟକ କରୁଛନ୍ତି, ଭାରତ ଏହାକୁ ଖୁବ୍ ସୁଲଭ ମୂଲ୍ୟରେ ଯୋଗାଇବାରେ ସମର୍ଥ: ଶକ୍ତି ଓ ନୂତନ ଅକ୍ଷୟ ଶକ୍ତି ବିକାଶମନ୍ତ୍ରୀ ଆର.କେ. ସିଂହ

ଭାରତ-ଜାପାନ ସ୍ୱଚ୍ଛ ଇନ୍ଧନ ଭାଗିଦାରିତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସ୍ଥାପନ କରାଯାଇଥିବା ବେଳେ ଦୁଇଦେଶ ମଧ୍ୟରେ ଏହି ସହଯୋଗ ଭିତ୍ତିକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ଭାରତ ସ୍ଥିତ ଜାପାନ ରାଷ୍ଟ୍ରଦୂତ ହୀରୋଶି ସୁଜୁକୀ କହିଛନ୍ତି

Posted On: 23 JAN 2024 5:48PM by PIB Bhubaneshwar

ଭାରତର ଅଗ୍ରଣୀ ଅକ୍ଷୟ ଶକ୍ତି କମ୍ପାନୀ, ଏସିଏମଇ ଗ୍ରୁପ ଓ ଜାପାନୀ ସମନ୍ୱିତ ଭାରୀ ଶିଳ୍ପ ଗ୍ରୁପ(ଆଇଏଚଆଇ) ଓଡିଶାରୁ ସବୁଜ ଆମୋନିଆ ଜାପାନ ପଠାଇବା ନିମନ୍ତେ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି । ଏହି ରାଜିନାମା ଏସିଏମଇର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ମନୋଜ ଉପାଧ୍ୟାୟ ଓ ଆଇଏଚଆଇର ସଭାପତି ମୁଖ୍ୟ କାର୍ଯ୍ୟନିବାହୀ ଶ୍ରୀ ହୀରୋଶି ଇରେଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ. ସିଂ, ବିଭାଗୀୟ ସଚିବ ଶ୍ରୀ ଭୂପିନ୍ଦର ସିଂ ଭଲ୍ଲା ଓ ଭାରତ ସ୍ଥିତ ଜାପାନ ରାଷ୍ଟ୍ରପତି ହିରୋଶୀ ସୁଜୁକୀଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ।

ଏହି ବ୍ୟବସାୟିକ ରାଜିନାମା ଅନୁସାରେ ଏସିଏମଇ ପକ୍ଷରୁ ଆଇଏଚଆଇ ବାର୍ଷିକ ୦.୪ ନିୟୁତ ସବୁଜ ଆମୋନିଆ ଓଡିଶାର ଗୋପାଳପୁର ସ୍ଥିତ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପରୁ ଦୀର୍ଘ ମିଆଦି ଭିତ୍ତିରେ ପଠାଯିବ । ଉଭୟ କମ୍ପାନୀ ସାମଗ୍ରୀର ଉତ୍ପାଦନ ଓ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଜାପାନୀ ଗ୍ରାହକଙ୍କୁ ଏହି ସବୁଜ ଆମୋନିଆ ଯୋଗାଇବା ତଥା ଜାପାନରେ ଏହା ବିଭିନ୍ନ ଶିଳ୍ପଗତ ବ୍ୟବହାର ଓ ସାମଗ୍ରୀକ ଉଚ୍ଛ୍ୱରଣ ନେଇ ଭାଗିଦାର ରହିବେ ।

ରାଜିନାମା ସମ୍ପର୍କରେ କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂହ କହିଛନ୍ତି ଯେ ସବୁଜ ଉଦ୍‌ଯାନ ଓ ଆମୋନିଆ ନେଇ ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଓ ସର୍ବବୃହତ ରାଜିନାମା । ଜାପାନ ଭାରତର ଅନ୍ତରଙ୍ଗ ବନ୍ଧୁ ଓ ଅଂଶୀଦାର ରହି ଆସିଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ରାଜିନାମା ଆମର ସହଭାଗିତାକୁ ଆହୁରି ସୁଦୃଢ କରିବ । ଭାରତର ସବୁଜ ଉଦ୍‌ଯାନ ଓ ଆମେନିଆ ଉତ୍ପାଦନ ବିଶ୍ୱ ବଜାରରେ ସବୁଠାରୁ ସୁଲଭ ରହିଛି । ଆମେ ବିଶ୍ୱରେ ଏ କ୍ଷେତ୍ରରେ ଏକ ବୃହତ ଉତ୍ପାଦନକାରୀ ହେବାକୁ ଯାଉଛି ।

ମନ୍ତ୍ରୀ ଶ୍ରୀ ସିଂହ  ଏହି ରାଜିନାମାର ରଣନୈତିକ ଗୁରୁତ୍ୱ ଉପରେ ମଧ୍ୟ କହିଛନ୍ତି  ଆମର ଜାପାନ ସହ ଭାଗିଦାରୀ ରଣନୀତିକ  ଏହା ଆହୁରି ମଜବୁତ ହେବ । ଜାପାନ ଓ ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ରଗୁଡିକ ପ୍ରଚୁର ସବୁଜ ଉଦଯାନ ଓ ସବୁଜ ଆମୋନିଆ ଆବଶ୍ୟକ କରନ୍ତି ଓ ଭାରତ ଏହାକୁ ସୁଲଭ ମୂଲ୍ୟରେ ଯୋଗାଇ ପାରିବ ।

 ଶ୍ରୀ ସିଂହ କହିଛନ୍ତି ଯେ ଏହି ରାଜିନାମା ନୂତନ ବିଶ୍ୱରେ ଏକ ପଥ ପ୍ରଦର୍ଶନକାରୀ ମୁହୁର୍ତ୍ତ ହେବ । ଏହା ହେଉଛି ଏକ ନୂତନ ବିଶ୍ୱ ଯାହା ଜୀବାଶ୍ମ ଓ କୋଇଲା ପରିବର୍ତ୍ତେ ସବୁଜ ଉଦ୍‌ଯାନ ଓ ଆମୋନିଆ ଭଳି ଅକ୍ଷୟ ଶକ୍ତିକୁ ଇନ୍ଧନ ପାଇଁ ବ୍ୟବହାର କରିବ । ମୁଁ ଉଭୟ ଏସିଏମଇ ଓ  ଆଇଏଚଆଇ କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି । ଆଗକୁ ଭାରତ ଓ ଜାପାନ ମଧ୍ୟରେ ଏହି ଭାଗିଦାରୀ ଅଧିକ ବ୍ୟାପକ ଓ ମଜବୁତ ହେଉ

ଏହି ରଣନୀତିକ ଭାଗିଦାରିତାକୁ ନେଇ ଭାରତ ସ୍ଥିତ ଜାପାନ ରାଷ୍ଟ୍ରଦୂତ ଶ୍ରୀ ହିରୋଶୀ ସୁଜୁକୀ କହିଛନ୍ତି ଯେ ଏହି ବ୍ୟାବସାୟିକ ରାଜିନାମା ଏକ ପ୍ରମୁଖ ମାଇଲଖୁଣ୍ଟ ।ଏସିଏମଇ ଓ ଏଆଇଚଆଇ ମଧ୍ୟରେ ଏହି ଭାଗିଦାରିତା ବୈଶ୍ୱିକ ପ୍ରତିଯୋଗୀତାମୂଳକ ସାମର୍ଥ୍ୟ ଦୃଷ୍ଟିରୁ ଉଲ୍ଲେଖନୀୟ ସଫଳତା ଆଣିଦେବ । ଶକ୍ତି କ୍ଷେତ୍ରରେ ଭାରତ-ଜାପାନ ମଧ୍ୟରେ ଏହି ସହଯୋଗ ଜାପାନ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବା ମୁଁ ଆଶା କରୁଛିବୋଲି ସେ କହିଛନ୍ତି । ରାଷ୍ଟ୍ରଦୂତ କହିଥିଲେ ଯେ ଭାରତ-ଜାପାନ ସ୍ୱଚ୍ଛ ଇନ୍ଧନ ଭାଗିଦାରିତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିଶିଦାଙ୍କ ମଧ୍ୟରେ ଆଲୋଚନା ଯୋଗୁଁ ହୋଇଥିଲା ।

ସବୁଜ ଉଦ୍‌ଯାନ ଓ ସବୁଜ ଆମୋନିଆ ରାଜିନାମାର ମିଳିତ ଘୋଷଣାପତ୍ର ଶୀଘ୍ର ଘୋଷଣା କରିବାକୁ ଜାପାନ ରାଷ୍ଟ୍ରଦୂତ କେନ୍ଦ୍ର ଶକ୍ତି ଓ ଏନଆରଇ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏହି ଅବରସରେ ଏସିଏମଇର ନିର୍ଦ୍ଦେଶକ ତଥା ସଭାପତି ଶ୍ରୀ ଅଶ୍ୱିନୀ ଡ୍ୟୁଡେଜା କହିଥିଲେ ଯେ ଭାରତ ଅକ୍ଷୟ ଶକ୍ତି ସମ୍ପଦ ବିକାଶ କରି ସୁଲଭ ଦରରେ ସବୁଜ ଇନ୍ଧନ ଉଭୟ ରପ୍ତାନୀ ଓ ଘରୋଇ ଚାହିଦୀ ପୂରଣ ନିମନ୍ତେ ଉତ୍ପାଦନ କରିବ, ଯାହା ବିନା ବିଶ୍ୱକୁ ଅଙ୍ଗାରକାମ୍ଳ ଉଚ୍ଛ୍ୱରଣ ମୁକ୍ତ କରିବା ଅସମ୍ଭବ । ଗୋପାଳପୁରରେ ସବୁଜ ଆମୋନିଆ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ସେ ଭାରତ ଓ ଓଡିଶା ସରକାରଙ୍କ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଆଇଏଚଆଇ ନିଗମ ନିର୍ଦ୍ଦେଶକ ତଥା ପରିଚାଳନା କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଜୁନ କୋବାୟାସୀ କହିଥିଲେ ଯେ ଏସିଏମଇ ସହ ଆମର ହୋଇଥିବା ପୁରୁଣା ବୁଝାମଣାପତ୍ର ବଳରେ ଏହି ରାଜିନାମା ହୋଇଛି ଓ ନୂତନ ପିଢି ଇନ୍ଧନ ନିମନ୍ତେ ଦୁଇ କମ୍ପାନୀ ମଧ୍ୟରେ ମଜବୁତ ସହଯୋଗ ରହିଛି ।

 ଉଭୟ କମ୍ପାନୀର ବରିଷ୍ଠ ପରିଚାଳନା ଗୋଷ୍ଠୀ ପୂର୍ବରୁ ଭୁବନେଶ୍ୱର  ପରିଦର୍ଶନ ଆସି ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କ ଅନ୍ୟାନ୍ୟ ଅଧିକାରମାନଙ୍କ ସହ ଏଥିନେଇ ଆଲୋଚନା କରିଥିଲେ । ଓଡିଶାର ଗୋପାଳପୁର ସ୍ଥିତ ଏହି ସବୁଜ ଉଦ୍‌ଯାନ ଓ ଆମୋନିଆ ପ୍ରକଳ୍ପ ଏସିଏମଇ ବିକଶିତ କରିଥିବାବେଳେ ପର୍ଯ୍ୟାୟକ୍ରମେ  ବାର୍ଷିକ ୧.୨ନିୟୁତ ଟନ୍ ସବୁଜ ଆମୋନିଆ ଓ ଉଦ୍‌ଯାନ ଉତ୍ପାଦନ କରିବ । ପ୍ରଥମ ଉତ୍ପାଦନ ୨୦୨୭ ସୁଦ୍ଧା ହେବାର ଆଶା କରାଯାଉଛି । ଏହି ପ୍ରକଳ୍ପ ବିଶ୍ୱରେ ଜିଏଚଜି ଉଚ୍ଛ୍ୱରଣ ହ୍ରାସରେ ସହାୟକ ହେବ।

 ସଂକ୍ଷେପରେ ଏସିଏମଇ: ଏସିଏମଇ ଗ୍ରୁପ ହେଉଛି ଦେଶର ବୃହତ୍ତମ ସ୍ୱାଧୀନ ଅକ୍ଷୟ ଶକ୍ତି ଉତ୍ପାଦନକାରୀ । ଏହାର ୫ଜିଡବ୍ଲୁ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ବିଭିନ୍ନ ସ୍ତରରେ ତ୍ୱରାନ୍ୱିତ ହେବା ପାଇଁ ରହିଛି । ୨୦୨୧ରେ ଏସିଏମସଇ ରାଜସ୍ଥାନର ବିକାନେରରେ ବିଶ୍ୱର ପ୍ରଥମ ସବୁଜ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିଥିଲା । ଏସିଏମଇ ଭାରତରେ ଏକାଧିକ ସବୁଜ ଉଦ୍‌ଯାନ ଓ ଆମୋନିଆ ପ୍ରକଳ୍ପ ବିକଶିତ କରୁଛି । ଭାରତକୁ ସବୁ ଇନ୍ଧନର ଏକ ପେଣ୍ଠ କରିବା ଦିଗରେ ଉଦ୍ୟମ  ଅବ୍ୟାହତ ରଖିଛି । ଏସଇ ଏମଇର ଜାପାନ, ମଧ୍ୟପ୍ରାଚ୍ୟ, ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସବୁଜ ଇନ୍ଧନ ଯୋଗାଇବାରେ ବ୍ୟାପକ ବଜାର ରହିଛି ।

 

ଏଆଇଏଜ ସମ୍ପର୍କରେ -ଏହି ଜାପାନୀ ସମନ୍ୱିତ ଭାରୀଶିଳ୍ପ କମ୍ପାନୀ ୧୮୫୩ ମସିହାରେ ସ୍ଥାପିତ ହୋଇ ଜାହାଜ ନିର୍ମାଣ ପ୍ରଯୁକ୍ତି ବିକାଶକୁ ସମ୍ପ୍ରସାରିତ କରି ଆସୁଛି । ଆଇଏଚ ସମ୍ବଳ, ଶକ୍ତି ଓ ଜଳବାୟୁ, ସାମାଜିକ ଭିତ୍ତିଭୂମି, ଶିଳ୍ପ ପଦ୍ଧତି,ଏରୋ ଇଞ୍ଜିନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ ବାହାର କରିଛି ।

 

*****

 

SM/SLP

 

 



(Release ID: 1998993) Visitor Counter : 65


Read this release in: English , Urdu , Hindi , Punjabi