ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏମ୍ ଜି ରାମଚନ୍ଦ୍ରନଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 17 JAN 2024 8:26AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲ ସିନେ ବ୍ୟକ୍ତିତ୍ୱ ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ ଜି ରାମଚନ୍ଦ୍ରନଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆଜି ଆମେ ମହାନ୍ ଏମ୍‌ଜିଆର୍‌ଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିବା ସହ ତାଙ୍କ ଜୀବନୀର ଉତ୍ସବ ପାଳୁଛୁ । ସେ ତାମିଲ ସିନେମାର ଜଣେ ପ୍ରକୃତ ଆଦର୍ଶ ଏବଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ । ତାଙ୍କ ଚଳଚ୍ଚିତ୍ର ବିଶେଷକରି ସାମାଜିକ ନ୍ୟାୟ ଏବଂ ସହାନୁଭୂତି  ଉପରେ ଆଧାରିତ ଥିଲା, ଯାହା କି ଲୋକଙ୍କ ହୃଦୟ ଜିତିଥିଲା । ଜଣେ ନେତା ଏବଂ ମୁଖ୍ୟମନ୍ତ୍ରୀ ଭାବେ ସେ ଲୋକଙ୍କ କଲ୍ୟାଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ଯାହା  ତାମିଲନାଡ଼ୁର ସମୃଦ୍ଧି ଏବଂ ବିକାଶ ଉପରେ ସ୍ଥାୟୀ ପ୍ରଭାବ ପକାଇଛି । ତାଙ୍କ କାମ ଆମକୁ ପ୍ରେରଣା ଦେବା ଜାରି ରଖିବ ।’

 

 SR



(Release ID: 1996886) Visitor Counter : 63