ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆଜମେର ଶରିଫ ଦରଘାରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ଚଢ଼ାଇବା ପାଇଁ ପବିତ୍ର ଚାଦର ଉପହାର ଦେଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 11 JAN 2024 7:20PM by PIB Bhubaneswar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ଲୋକ କଲ୍ୟାଣ ମାର୍ଗରେ ଏକ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧି ଦଳକୁ କେନ୍ଦ୍ର ମହିଳା ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀଙ୍କ ଉପସ୍ଥିତିରେ ସାକ୍ଷାତ କରିଥିଲେ ଏବଂ ଏକତାର ପ୍ରତୀକ, ଶାନ୍ତି, ଏବଂ ସୁଫି ପରମ୍ପରା ପ୍ରତି ଶ୍ରଦ୍ଧା ଭାବେ ଉଭା ହୋଇଥିବା ସମ୍ମାନଜନକ ଆଜମେର ଶରିଫ ଦରଘାରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ଚଢ଼ାଇବା ପାଇଁ ପବିତ୍ର ଚାଦର ପ୍ରଦାନ କରିଥିଲେ ।

ଏଥିରେ ଜନାବ ହାଜି ସୟଦ ସଲମାନ ଚିସ୍ତି ଗାଦ୍ଦି ନସିନ୍‌, ଜନାବ ହାଜି ସୟଦ ମହମ୍ମଦ ଅଶରଫ କିଚୌଚାଇ, ଜନାବ ଫରିଦ ଅହମ୍ମଦ ନିଜାମି, ଜନାବ ମଞ୍ଜୁର ଉଲ୍ ହକ୍ ସାହାବ - (ଜାଭେଦ କୁତୁବି), ଜନାବ ଚିସ୍ତି ନସିରୁଦ୍ଦିନ  ସାହାବ, ଜନାବ କାଲୱେ ରୁଷୈଦ ସୟଦ ରିଜଭି, ମୌଲବୀ ମହମ୍ମଦ ନୁରାନୀ ନକାଶବନ୍ଦୀ, ଜନାବ ପ୍ୟାରେ ଜିଆ ଖାନ୍ ଅକ୍ସିଜେନ୍ ମ୍ୟାନ୍ ଅଫ୍ ଇଣ୍ଡିଆ, ଜନାବ ହସିନ୍ ଅଘାଡି, ଜନାବ କୌସର ହାସନ, ପ୍ରଫେସର ତାରିକ୍ ମନସୁର ଓ ଜନାବ ଜମାଲ ସିଦ୍ଦିକି  ପ୍ରମୁଖ ଉପସ୍ଥିତ ଥିଲେ ।

****

SSP

 


(ରିଲିଜ ଆଡି: 1995500) ପରିଦର୍ଶକ କାଉଣ୍ଟର : 101
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Punjabi